ପ୍ୟାରିସ୍,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ତୃତୀୟ ସିଡ୍ ମାନ୍ୟତା ପାଇଥିବା ସ୍ପେନ ସୁପରଷ୍ଟାର ରାଫାଲ ନାଡାଲ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ୨୧ ବର୍ଷୀୟ ଖେଳାଳି ଆଲେକ୍ସେଇ ପୋପିରିନଙ୍କୁ ୬-୩, ୬-୨, ୭-୬ ସେଟ୍ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଫ୍ରାନ୍ସର ୧୪ତମ ସିଡ୍ ଖେଳାଳି ଗାଏଲ ମନ୍ଫିଲ୍ଡ ୧-୬, ୭-୬, ୬-୪, ୬-୪ ସେଟ୍ରେ ସ୍ପେନର ଆଲବର୍ଟ ରାମୋସ ଭିନୋଲାସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଜର୍ମାନୀର ଫିଲିଫ କୋହେଲସ୍କ୍ରେଇବର ୭-୬, ୬-୨, ୨-୬, ୬-୪ ସେଟ୍ରେ ସ୍ପେନର ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ପ୍ରଥମ ରାଉଣ୍ଡରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ତେବେ ସପ୍ତମ ସିଡ୍ ଖେଳାଳି ରୁଷିଆର ଆନ୍ଦ୍ରେ ରୁବ୍ଲେଭ ୩-୬, ୬-୭, ୬-୪, ୬-୩, ୪-୬ ସେଟ୍ରେ ଜର୍ମାନୀର ଜାନ- ଲେନାର୍ଡ ଷ୍ଟ୍ରଫ୍ଙ୍କଠାରୁ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୨୧ତମ ସିଡ୍ ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉର ୬-୨, ୬-୪, ୭-୬ ସେଟ୍ରେ ଇଟାଲୀର ଷ୍ଟିଫାନୋ ଟ୍ରାଭାଗ୍ଲିଆଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଦ୍ୱିତୀୟ ରାଉଣ୍ଡରେ ବାର୍ଟି, ସେରେନା
ମହିଳା ସିଙ୍ଗଲ୍ସରେ ମଧ୍ୟ ସିଡେଡ୍ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ଟପ୍ ସିଡ୍ ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ବାର୍ଟି ପ୍ରଥମ ରାଉଣ୍ଡ ମୁକାବିଲାରେ ୬-୪, ୩-୬, ୬-୨ ସେଟ୍ରେ ଆମେରିକାର ବର୍ନାଡ ପେରାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଞ୍ଜୁରି କାରଣରୁ ବିଜୟୀ ହେବା ପାଇଁ ବାର୍ଟିଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ସେହିପରି ସପ୍ତମ ସିଡ୍ ମାନ୍ୟତା ପାଇଥିବା ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ୭-୬, ୬-୨ ସେଟ୍ରେ ରୋମାନିଆର ଇରିନା- କାମେଲିଆ ବେଗୁଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍ ଖେଳାଳି ୟୁକ୍ରେନ୍ର ଏଲିନା ଭିଟୋଲିନା ୬-୨, ୭-୫ ସେଟ୍ରେ ୧୭ ବର୍ଷୀୟା କ୍ୱାଲିଫାୟର ଓସେନ ବାବେଲଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା
ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି...
ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍
ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ନ୍ୟୁଜିଲାଣ୍ଡ...
ପୋଲାଣ୍ଡ ଓପନ୍ରେ ସ୍ବର୍ଣ୍ଣ ଜିତିଲେ ଭିନେଶ
ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...
୨୮ ବଲ୍ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...
ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ
ଭୁବନେଶ୍ୱର(ସ୍ପୋଟର୍ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...
କୋହଲି, ଯୁବି, ଧୋନୀଙ୍କ ପାଇଁ ଏମିତି ଶବ୍ଦର ବ୍ୟବହାର କଲେ ରଶିଦ
ନୂଆଦିଲ୍ଲୀ,୪।୬: ଭାରତ ପାଇଁ କ୍ରିକେଟ ଗ୍ରାଉଣ୍ଡରେ ଅନେକ ସଫଳତା ହାସଲ କରିଥିବା ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ (ଯୁବି) ଓ ବିରାଟ କୋହଲିଙ୍କୁ ଗୋଟିଏ...
ରାଣୀ ଅଧିନାୟିକା, ଦୀପ୍ଗ୍ରେସ୍ ଓ ସବିତା ଉପଅଧିନାୟିକା
ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...


