ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଗତ ମାସ ୧୨ ତାରିଖରେ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଘରେ କିଛିଦିନ ଆଇସୋଲେଶନରେ ରହିଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ୧୬ ତାରିଖରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ନନ୍ଦକିଶୋରଙ୍କ ସ୍ତ୍ରୀ ଏବଂ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପରଲୋକରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକରଛାୟା ଖେଳିଯାଇଛି। ଭାରତୀୟ ମହିଳା ଫୁଟ୍ବଲ ଦଳର ପ୍ରଥମ ଓଡ଼ିଆ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ କୋଚ୍ଭାବେ ନନ୍ଦକିଶୋର ବିଶେଷ ପରିଚିତ ଥିଲେ। ଏହା ବ୍ୟତୀତ ସେ ଗୀତାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦୀପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ, ପ୍ରଥମା ପ୍ରିୟଦର୍ଶିନୀଙ୍କ ପରି ଡଜନେରୁ ଊର୍ଦ୍ଧ୍ୱ ନାମୀ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଥିଲେ। ମହିଳା ଫୁଟ୍ବଲକୁ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୫ ଅଗଷ୍ଟ ୨୯ରେ ତାଙ୍କୁ ଶ୍ରେଷ୍ଠ କୋଚ୍ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଥିଲେ।
୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡ; ଚାମ୍ପିଅନ୍ ହେବା ପଛରେ ରହିଛି ଏସବୁ କାରଣ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟାଇଟେଲ ଜିତିଛି। ୧୮ରୁ ୨୩ ଅକ୍ଟୋବର ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ...
ପୁଣି ମନର ଯନ୍ତ୍ରଣା ପ୍ରକାଶ କଲେ ଯୁବରାଜ: କହିଲେ ଧୋନୀ…
ଭାରତୀୟ କ୍ରିକେଟ୍ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ। ସେ ୨୦୦୭ ଟି-2୨୦ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିଲେ।...
ୟୁରୋକପ୍ ଫୁଟ୍ବଲ: ପର୍ତ୍ତୁଗାଲକୁ ହରାଇଲା ଜର୍ମାନୀ
ମ୍ୟୁନିକ,୨୧।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍ ଏଫ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଟିପ୍ସ ଦେଲେ ମହାନ କ୍ରିକେଟର
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରୁ ୟୁକେର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ...
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା: ବର୍ଷା ଯୋଗୁ ହେବ ନାହିଁ ପ୍ରଥମ ଅଧିବେଶନର ଖେଳ
ସାଉଥାମ୍ପଟନ,୧୮।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ର ପ୍ରଥମ ଅଧିବେଶନରେ କୌଣସି ଖେଳ ହେବନାହିଁ।...
ଭାରତ ହାତକୁ ଆସୁନି ଆଇସିସି ଟ୍ରଫି
ନୂଆଦିଲ୍ଲୀ,୨୩।୬: ଅନ୍ତିମ ଥର ୨୦୧୩ରେ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଟ୍ରଫି। ତା’ ପରଠୁ ଖେଳାଯାଇଥିବା ୪ଟି ଆଇସିସି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫାଇନାଲ କିମ୍ବା...


