ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଗତ ମାସ ୧୨ ତାରିଖରେ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଘରେ କିଛିଦିନ ଆଇସୋଲେଶନରେ ରହିଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ୧୬ ତାରିଖରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ନନ୍ଦକିଶୋରଙ୍କ ସ୍ତ୍ରୀ ଏବଂ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପରଲୋକରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକରଛାୟା ଖେଳିଯାଇଛି। ଭାରତୀୟ ମହିଳା ଫୁଟ୍ବଲ ଦଳର ପ୍ରଥମ ଓଡ଼ିଆ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ କୋଚ୍ଭାବେ ନନ୍ଦକିଶୋର ବିଶେଷ ପରିଚିତ ଥିଲେ। ଏହା ବ୍ୟତୀତ ସେ ଗୀତାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦୀପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ, ପ୍ରଥମା ପ୍ରିୟଦର୍ଶିନୀଙ୍କ ପରି ଡଜନେରୁ ଊର୍ଦ୍ଧ୍ୱ ନାମୀ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଥିଲେ। ମହିଳା ଫୁଟ୍ବଲକୁ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୫ ଅଗଷ୍ଟ ୨୯ରେ ତାଙ୍କୁ ଶ୍ରେଷ୍ଠ କୋଚ୍ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଥିଲେ।
ଭୁବନେଶ୍ୱରଙ୍କ ଦୁଃଖ ସରୁନି: ପିତାଙ୍କ ମୃତ୍ୟୁ ପରେ ମା’ ହସ୍ପିଟାଲରେ, ନିଜଠାରେ କରୋନା ଲକ୍ଷଣ
ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୂବନେଶ୍ୱର କୁମାରଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ନିକଟରେ ତାଙ୍କ ପିତାଙ୍କ ମୃତୁ ପରେ ଏବେ ଭୁବନେଶ୍ୱରଙ୍କ ମା’...
କ୍ୟାରିୟରର ଅନ୍ତିମ ଟେଷ୍ଟରେ ଭାଙ୍ଗିଗଲା ଆଙ୍ଗୁଠି; ତଥାପି ଖେଳି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍ ଓ୍ବିଲିୟମସନ୍ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର...
୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍ ହେଲେ ଆଶ୍ଚର୍ଯ୍ୟ
ଭାରତରେ କ୍ରିକେଟ୍ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...
ୟୁରୋକପ୍ ଫୁଟ୍ବଲ: ପର୍ତ୍ତୁଗାଲକୁ ହରାଇଲା ଜର୍ମାନୀ
ମ୍ୟୁନିକ,୨୧।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍ ଏଫ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ...
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା
ସାଉଥାମ୍ପଟନ, ୫।୬(ପି.ଟି.)- ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ...
ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍ ଷ୍ଟାର; ଫଟୋ ଶେୟାର କରି..
ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...
ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍) ଶନିବାର...
ଆଇପିଏଲ ପାଇଁ ଖୁସି ଖବର
ଜାମାଇକା,୧୮ା୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁରୋଧ କ୍ରମେ କାରିବିୟନ ପ୍ରିମିୟର ଲିଗ୍ (ସିପିଏଲ)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ୟୁଏଇରେ...


