ବାଲୁଗଁା,୨ା୬(ଡି.ଏନ୍.ଏ.):ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ଏବେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ ପକ୍ଷୀଗଣନା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।
ପ୍ରକାଶ ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ବାଲୁଗଁା ବନ୍ୟପ୍ରାଣୀ ଡିଭିଜନ ଅଧୀନ ୫ଟି ରେଞ୍ଜ ଅଞ୍ଚଳରେ ଏହି ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଗତ ୨୫ ତାରିଖରେ ଆରମ୍ଭ ହୋଇଥିଲା। ବାଲୁଗଁା, ଟାଙ୍ଗୀ, ସାତପଡ଼ା, ଚିଲିକା ଓ ରମ୍ଭା ରେଞ୍ଜର ସମସ୍ତ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଗଣନାର ୬ଦିନ ପରେ ଅର୍ଥାତ୍ ମଙ୍ଗଳବାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀଙ୍କ ସମାଗମ ହୋଇଛି। ସେଥିରୁ ବିଦେଶାଗତ ୩୭,୭୫୬ ଥିବା ବେଳେ ସ୍ଥାନୀୟ ୧୦,୯୭୨ଟି ପକ୍ଷୀ ରହିଛନ୍ତି। ସର୍ବାଧିକ ସଂଖ୍ୟାରେ ଲିଟିଲ କମୋରାଣ୍ଟ ୪୭୬୨, ଏସିଆନ୍ ଓପୋନ୍ ବିଲ୍ ଷ୍ଟର୍କ(ଗେଣ୍ଡାଳିଆ) ୪୬୮୧ ବିଦେଶାଗତ ପକ୍ଷୀ ଥିବା ବେଳେ ସ୍ଥାନୀୟ ପାଣିକୁଆ ପ୍ରଜାତିର ଲିଟିଲ ଇଗ୍ରେଟ ୪୨୨୦, କାଫଟେଲ ଇଗ୍ରେଟ୍ ୩୧୦୩ ଏବଂ ହାଉସ୍ କ୍ରୋ ୨୮୬୩ଟି ଦୃଷ୍ଟିଗୋଚର ହୋଇଛି। ୫ଟି ରେଞ୍ଜ ମଧ୍ୟରୁ ବାଲୁଗଁା ରେଞ୍ଜ ତଥା ନଳବଣ ଅଞ୍ଚଳରେ ୧୫୯୦୮, ଟାଙ୍ଗୀ ରେଞ୍ଜ ତଥା ଭୂଷଣ୍ଡପୁର ଓ ମଙ୍ଗଳାଯୋଡି ଚିଲିକା ଅଞ୍ଚଳରେ ୧୫୨୦୦, ଚିଲିକା ରେଞ୍ଜ ତଥା ନୂଆପଡ଼ା ଓ କୃଷ୍ଣପ୍ରସାଦ ଅଞ୍ଚଳରେ ୧୧୪୯୬, ସାତପଡ଼ା ରେଞ୍ଜରେ ୪୦୮୨ ଏବଂ ରମ୍ଭା ରେଞ୍ଜରେ ସର୍ବନିମ୍ନ ୨୦୪୨ଟି ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାପଡ଼ିଛି। ତେବେ ଚିଲିକାକୁ ଆକର୍ଷଣୀୟ କରୁଥିବା ଫ୍ଲେମିଙ୍ଗୋ ୬୦ଟି ଏବଂ ପେଲିକାନ୍ ୧୫୦ଟି ଦୃଷ୍ଟିଗୋଚର ହୋଇଛନ୍ତି। ପକ୍ଷୀ ଅଭୟାରଣ୍ୟ ନଳବଣରେ କେବଳ ୬୦ ପ୍ରଜାତିର ୭୫୧୬ଟି ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ୨୫ତାରିଖ ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ପ୍ରତ୍ୟେକ ଗ୍ରୁପକୁ ଗୋଟିଏ ଲେଖାଏ ଡଙ୍ଗା, ବାଇନାକୁଲାର, ଓ୍ବାକିଟକି, ଜିପିଏସ୍ ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା। ଶୀତଦିନେ ସୁଦୂର ବରଫାବୃତ ରାଷ୍ଟ୍ରାଞ୍ଚଳରେ ହିମ ବୃଷ୍ଟି ଯୋଗୁ ଅସହ୍ୟ ଶୀତରୁ ରକ୍ଷା ପାଇବା ଏବଂ ଉପଯୁକ୍ତ ଖାଦ୍ୟ, ବାସସ୍ଥାନ ଅନ୍ବେଷଣରେ ପକ୍ଷୀମାନେ ହଜାର ହଜାର ମାଇଲ୍ ଦୂର ଅତିକ୍ରମ କରି ଚିଲିକାରେ ଆସି ଅବସ୍ଥାନ କରିଥାଆନ୍ତି। ବର୍ଷାଦିନେ ଜନ୍ମନେଇଥିବା ଛୋଟ ଛୋଟ ମାଛ ଏବଂ ତୃଣ ଜାତୀୟ ଉଦ୍ଭିଦ ଏମାନଙ୍କର ମୁଖ୍ୟ ଆହାର ପାଲଟିଥାଏ। ମାର୍ଚ୍ଚ ପହିଲାକୁ ଗ୍ରୀଷ୍ମ ଛୁଇଁବା ମାତ୍ରେ ଏହି ପକ୍ଷୀମାନେ ପୁନର୍ବାର ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତ। ତେବେ କେତେକ ପ୍ରଜାତିର ପକ୍ଷୀ ସ୍ବବାସସ୍ଥାନକୁ ନ ଫେରି ଚିଲିକାକୁ ଆଦରି ଏଠାରେ ରହିଥାଆନ୍ତି। ପ୍ରତିବର୍ଷ ମେ’ ମାସରେ ଏହି ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗଣନା କରାଯାଇଥାଏ।
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ View All
ପୁରୀ ବ୍ୟତୀତ ଆଉ କେଉଁଠି ହେବନି ରଥଯାତ୍ରା
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଚଳିତବର୍ଷ ରଥଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ଏନେଇ...
ବିନା ଅନୁମତିରେ ମେସ୍କୋ ରେଲୱେ ସାଇଡିଂ ମାମଲା: ଏସ୍ପିସିବି ପକ୍ଷରୁ ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର...
ଡା. ମନୋଜ ସାହୁଙ୍କୁ ଜାତୀୟ ସମ୍ମାନ
ଭୁବନେଶ୍ୱର, ୫।୬ (ବ୍ୟୁରୋ): ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁଙ୍କୁ ‘କାମରାଜ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ’ ସମ୍ମାନ...
ବାଲି ଲୁଟ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ଙ୍କ...
ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର
ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ...
କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲାଗୁନି। ପୁଣି ଜିଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩୭, ୪୩ ଓ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର...
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ଭୁବନେଶ୍ୱର,୨୪।୬(ବ୍ୟୁରୋ): ରଥଯାତ୍ରାର ଆଦ୍ୟପର୍ବ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି...


