E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଓସାକାଙ୍କୁ ଟେନିସ ଖେଳାଳି, ଅନ୍ୟ କ୍ରୀଡ଼ାବିତ୍‌ଙ୍କ ସମର୍ଥନ
8:16 amJune 2, 2021

ପ୍ୟାରିସ୍‌,୨।୬(ଏପି): ଡିପ୍ରେସନ କାରଣରୁ ଫ୍ରେଞ୍ଚ୍‌ ଓପନରୁ ଓହରିଯିବାକୁ ନାଓମି ଓସାକା ନେଇଥିବା ନିଷ୍ପତ୍ତିକୁ ଅନ୍ୟ ଟେନିସ ତାରକା ଓ କ୍ରୀଡ଼ାବିତ୍‌ମାନେ ସମର୍ଥନ କରିଛନ୍ତି। ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ, ଚେକ୍‌ ଗଣରାଜ୍ୟ- ଆମେରିକୀୟ ମହିଳା ଖେଳାଳି ମାର୍ଟିନ ନାଭ୍ରାତିଲୋଭା, ଆମେରିକୀୟ ପୂର୍ବତନ ମହିଳା ଖେଳାଳି ବିଲି ଜିନ୍‌ କିଙ୍ଗ୍‌, ଆମେରିକୀୟ ବାସ୍କେଟବଲ୍‌ ଖେଳାଳି ଷ୍ଟିଫେନ କ୍ୟୁରୀ, କେଭିନ ଲଭ୍‌, ପୂର୍ବତନ ଡବ୍ଲ୍ୟୁଏନ୍‌ବିଏ ତାରକା ଲିସା ଲେସ୍‌ଲି ଓସାକାଙ୍କ ସପକ୍ଷରେ ମତ ଦେଇଛନ୍ତି।
ସମସ୍ତେ ସମାନ ନୁହନ୍ତି। ତେଣୁ ଓସାକା ମଧ୍ୟ ସମସ୍ତଙ୍କଠାରୁ ଅଲଗା। ସେ ଯେଉଁ ବାଟରେ ସମାଧାନ ଚାହୁଁଛନ୍ତି ତାଙ୍କୁ ସେହି ସୁଯୋଗ ଦିଆଯିବା ଆବଶ୍ୟକ। ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେରେନା କହିଛନ୍ତି। ଗତ ସପ୍ତାହରେ ସେ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସେ ଖବରଦାତା ସମ୍ମିଳନୀରେ ଯୋଗ ନ ଦେବାକୁ କହିଥିଲେ ବୋଲି ସେରେନା କହିଛନ୍ତି।
ଓସାକାଙ୍କ ପାଇଁ ମୁଁ ଦୁଃଖିତ। ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯିବେ। ଶାରୀରିକ ଓ ମାନସିକ ଭାବେ ଆଥ୍‌ଲେଟମାନେ ସୁସ୍ଥ ରହିବା ଉପରେ ଗୁରୁତ୍ୱଦେବା ଆବଶ୍ୟକ। ଖରରଦାତା ସମ୍ମିଳନୀରେ ଯୋଗଦେବା ବ୍ୟତୀତ ଜଣେ ଆଥ୍‌ଲେଟ ଖେଳ ପାଇଁ ଅଧିକ କିଛି କରିବାର ଆବଶ୍ୟକତା ରହିଛି ବୋଲି ନାଭ୍ରାତିଲୋଭା କହିଛନ୍ତି।
ମାନସିକ ଅବସାଦ ସହ ଲଢ଼ିବା ଓ ସଂଘର୍ଷ କରୁଥିବା କଥା ସମସ୍ତଙ୍କ ଆଗରେ ସ୍ବୀକାର କରି ଓସାକା ସାହସିକତାର ପରିଚୟ ଦେଇଛନ୍ତି। ଏବେ ତାଙ୍କୁ ଆମେ ସମସ୍ତେ ସମର୍ଥନ ଦେବା ଦରକାର। ତାଙ୍କୁ ଆବଶ୍ୟକ ସମୟ ଓ ସ୍ବାଧୀନତା ଦେବା ଉଚିତ ବୋଲି ବିଲି ଜିନ୍‌ କିଙ୍ଗ୍‌ କହିଛନ୍ତି। ସେହିପରି ଓସାକାଙ୍କୁ ସମର୍ଥନ ଦେବା ଦରକାର ବୋଲି ଷ୍ଟିଫେନ କ୍ୟୁରୀ କହିଛନ୍ତି। ଓସାକାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି।
ଓସାକାଙ୍କ ଭଳି ଯୁବା ଖେଳାଳି ଡିପ୍ରେସନରେ ଶିକାର ହେବା ଓ ସହାୟତା ଲୋଡ଼ିବା ନିଶ୍ଚିତ ଭାବେ ଦୁଃଖଦାୟକ। ଲୋକେ ଏହି ପରିସ୍ଥିତିରେ ତାଙ୍କ ଉପରେ କ୍ଷୁବ୍ଧ ହେବା ଓ ତାଙ୍କୁ ସମର୍ଥନ ନ କରିବା ଠିକ୍‌ ନୁହେଁ। ଜଣେ ଆଥ୍‌ଲେଟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ମୁଁ ତାଙ୍କୁ ସମର୍ଥନ କରୁଛି ଓ ତାଙ୍କ ସହ ଅଛି ବୋଲି ଲିସା ଲେସ୍‌ଲି କହିଛନ୍ତି।
କୈଫ୍‌, ମିଥାଲିଙ୍କ ଭିନ୍ନ ମତ
ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍‌ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଟେନିସ ଭଳି କୌଣସି ବ୍ୟକ୍ତିଗତ କ୍ରୀଡ଼ାରେ ମେଣ୍ଟାଲ ହେଲ୍‌ଥର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ଖେଳାଳି ଗଣମାଧ୍ୟମଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସେହି ଅଧିକାର ଦିଆଯିବା ଉଚିତ ବୋଲି କୈଫ୍‌ କହିଛନ୍ତି। ଜାପାନରେ ମଧ୍ୟ ଓସାକାଙ୍କ ନିଷ୍ପତ୍ତିକୁ ବହୁଳ ଭାବେ ସମର୍ଥନ କରାଯାଇଛି। ତାଙ୍କର ଏହି ନିଷ୍ପତ୍ତିକୁ ସାହସିକ ପଦକ୍ଷେପ ବୋଲି କୁହାଯାଇଛି। ତେବେ ଭାରତୀୟ ମହିଳା କ୍ରିକେଟର ମିଥାଲି ରାଜ ଏ ନେଇ ଭିନ୍ନମତ ପୋଷଣ କରିଛନ୍ତି। କେବେ ଖବରଦାତା ସମ୍ମିଳନୀ ନ ଯିବା କଥା ଚିନ୍ତା କରିନାହିଁ। ମହିଳା କ୍ରିକେଟର ସ୍ଥିତି ସେତେଟା ଭଲ ନାହିଁ। ତେଣୁ ମହିଳା କ୍ରିକେଟକୁ ଗଣମାଧ୍ୟମ ସହାୟତାର ଆବଶ୍ୟକତା ରହିଛି। ଏହାଦ୍ୱାରା କ୍ରିକେଟର ପ୍ରଚାର ଓ ପ୍ରସାର ହୋଇଥାଏ ବୋଲି ମିଥାଲି କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ମୁସ୍‌ଫିକର, ବ୍ରାଇସ୍‌ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍‌ଫିକର ରହିମ ଓ ସ୍କଟିଶ ଅଲ୍‌ରାଉଣ୍ଡର କ୍ୟାଥରିନ୍‌ ବ୍ରାଇସ୍‌ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର...

ତଥାପି ରେକର୍ଡ ଭାଙ୍ଗି ପାରିଲେ ନାହିଁ ପୂଜାରା

ସାଉଥାମ୍ପଟନ,୧୯।୬: ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ। ଖାତା ଖୋଲିବା ପାଇଁ ତାଙ୍କୁ ୩୫ଟି...

ଶେଫାଳିଙ୍କ ବିରଳ କୃତିତ୍ୱ

ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ...

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଓସାକା: ମାନସିକ ଅବସାଦ କାରଣରୁ ନିଷ୍ପତ୍ତି ନେଲେ

ପ୍ୟାରିସ୍‌,୨।୬(ଏପି): କ୍ରୀଡ଼ାରେ ମାନସିକ ଅବସାଦ ତଥା ଦୁଶ୍ଚିନ୍ତାର ପ୍ରଭାବ ରହିବା ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରୀଡ଼ାବିତ୍‌, କ୍ରିକେଟର ମାନସିକ ଅବସାଦ ପାଇଁ ଖେଳ...

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍‌ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନାମ

ନୂଆଦିଲ୍ଲୀ,୧୬।୬: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି...

ରକ୍ତଦାନ କଲେ ତେନ୍ଦୁଲକର

ମୁମ୍ବାଇ, ୧୪ା୬ (ପି.ଟି.)-ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ସୋମବାର ରକ୍ତଦାନ କରିଛନ୍ତି। ଏହି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...

ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍‌ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ...

୧୧ ବଲ୍‌ରେ ୫ ଉଇକେଟ୍‌ ନେଇ ଦେଶକୁ ବିଶ୍ୱ ଚାମ୍ପିଅନ୍‌ କରାଇଥିଲେ ଏହି କ୍ରିକେଟର୍‌

କ୍ରିକେଟରେ ୧୯୬୦ ଏବଂ ୭୦ ଦଶକ ୱେଷ୍ଟଇଣ୍ଡିଜ ନାମରେ ନାମିତ ହୋଇଥିଲା। ଦ୍ରୁତ ବୋଲର ଏବଂ ଦୃଢ ବ୍ୟାଟ୍ସମ୍ୟାନ୍‌ଙ୍କ ଉପସ୍ଥିତିରେ ୱେଷ୍ଟଇଣ୍ଡିଜ ସେହି ସମୟରେ କ୍ରିକେଟ୍‌...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ: ମୁଖ୍ୟମନ୍ତ୍ରୀ
Next Post Next post:
ଓଏଏସ୍‌ ସ୍ତରରେ ଅଦଳବଦଳ:ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts