ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ସ୍କଟଲାଣ୍ଡର ପ୍ରଥମ ମହିଳା କ୍ରିକେଟର ଭାବେ କ୍ୟାଥରିନ୍ ବ୍ରାଇସ୍ ଟପ୍ ୧୦ରେ ପ୍ରବେଶ କରିଛନ୍ତି। ଶେଫାଳି ୭୭୬ ର଼୍ୟାଙ୍କିଙ୍ଗ ପଏଣ୍ଟ ସହ ଅଷ୍ଟ୍ରେଲିଆର ବେଥ୍ ମୁନି (୭୪୪) ଓ ମେଗ୍ ଲାନିଙ୍ଗ (୭୦୯)ଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି। ଭାରତର ଟି୨୦ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥରେ ରହିଥିବାବେଳେ ଟପ୍ ଟେନ୍ରେ ତୃତୀୟ ଭାରତୀୟ ଭାବେ ଜେମିମା ରୋଡ୍ରିଗୁଏଜ୍ ୯ମ ସ୍ଥାନ ଅଧିକାର କରିଛନ୍ତି। ମଙ୍ଗଳବାର ପ୍ରକାଶପାଇଥିବା ର଼୍ୟାଙ୍କିଙ୍ଗ ତାଲିକାରେ ସ୍କଟଲାଣ୍ଡ ଅଲରାଉଣ୍ଡର ବ୍ରାଇସ୍ ଟପ୍ ଟେନ୍ରେ ପ୍ରବେଶ କରିବା ସବୁଠାରୁ ଉଲ୍ଲେଖନୀୟ ବିଷୟ। ଆୟର୍ଲାଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ତାଙ୍କ ଦଳ ୧-୩ରେ ପରାସ୍ତ ହୋଇଥିଲେ ମଧ୍ୟ ସେ ତାଙ୍କ ଦଳର ଅଗ୍ରଣୀ ସ୍କୋରର ଥିଲେ। ବୋଲର ତାଲିକାର ଟପ୍ ଟେନ୍ରେ ଭାରତର ଦୁଇଜଣ ସ୍ଥାନ ପାଇଛନ୍ତି। ଦୀପ୍ତି ଶର୍ମା ୬ଷ୍ଠ ଏବଂ ରାଧା ଯାଦବ ୭ମ ସ୍ଥାନରେ ରହିଛନ୍ତି। ଦୀପ୍ତିଙ୍କ ର଼୍ୟାଙ୍କିଙ୍ଗ ପଏଣ୍ଟ ୭୦୫ ରହିଥିବାବେଳେ ରାଧାଙ୍କର ୭୦୨ ରହିଛି। ବୋଲର ତାଲିକାର ଶୀର୍ଷରେ ରହିଛନ୍ତି ଇଂଲଣ୍ଡର ବାମହାତୀ ସ୍ପିନର ସୋଫି ଏକ୍ଲେଷ୍ଟୋନ୍।
ପଡିଆରେ ଭାଙ୍ଗ୍ଡା ନାଚିଲେ କୋହଲି: ଜାଣନ୍ତୁ କାହିଁକି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ଭାରୀ ପଡିଛି। କିୱି ବୋଲରମାନେ...
କୋପା ଆମେରିକା ମ୍ୟାଚ୍ ପରିଚାଳନା କରିବେ ସ୍ପାନିଶ୍ ରେଫରି
କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍ ରେଫରିଂ କ୍ରିୟୁ ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା...
ନୋଭାକ୍ ଜୋକୋଭିଚ୍ ଚାମ୍ପିୟନ
ପ୍ୟାରିସ, ୧୪।୬-ସର୍ବିୟାର ନୋଭାକ୍ ଜୋକୋଭିଚ୍ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ...
ଅଲିମ୍ପିକ୍ସକୁ ୧୯୦ଜଣିଆ ଦଳ ପଠାଇବ ଭାରତ
ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ...
ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍ଖା ସିଂ
ନୂଆଦିଲ୍ଲୀ,୨୦।୬: କିମ୍ବଦନ୍ତୀ ଆଥ୍ଲେଟ ତଥା ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍ଖା ସିଂଙ୍କ ପରଲୋକରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଛି। ଜଣେ ଲଢୁଆ ଖେଳାଳି ଓ...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ସେହ୍ବାଗ ଲଞ୍ଚ୍ କଲେ କ୍ରିକେଟ କୋଚିଂ ଓ୍ବେବ୍ସାଇଟ୍ କ୍ରିକୁରୁ
ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍ କରିଛନ୍ତି ନୂଆ ଓ୍ବେବ୍ସାଇଟ୍ ତଥା...
ପାରାଗୁଏଠାରୁ ହାରିଲା ବଲିଭିଆ
ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ...


