ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍ସିପାସ, ଡାନିଲ ମେଡ୍ଭେଡେଭ୍, ଜାନିକ ସିନେର ପ୍ରମୁଖ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ସିତ୍ସିପାସ ପ୍ରଥମ ରାଉଣ୍ଡରେ ଜେରେମି ଚାର୍ଡିଙ୍କୁ ୭-୬(୮/୬), ୬-୩, ୬-୧ ସେଟ୍ରେ ପରାସ୍ତ କରିଛନ୍ତି। ସେହିପରି ମେଡଭେଡେଭ ୬-୩, ୬-୩, ୭-୫ ସେଟ୍ରେ ଆଲେକଜାଣ୍ଡର ବୁବ୍ଲିକ୍ଙ୍କୁ ଏବଂ ସିନେର ୬-୧, ୪-୬, ୬-୭(୪/୭), ୭-୫, ୬-୪ ସେଟ୍ରେ ପିଏରେ ହ୍ୟୁଗ୍ସ ହର୍ବର୍ଟଙ୍କୁ ହରାଇ ଦେଇଛନ୍ତି। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ଜନ୍ ଇସନେର ୭-୬(୭/୨), ୬-୩, ୬-୪ ସେଟ୍ରେ ସାମ୍ କ୍ୱେରି, ଷ୍ଟିଭ୍ ଜନସନ ୬-୭(୫/୭), ୩-୬, ୬-୪, ୬-୨, ୬-୧ ସେଟ୍ରେ ଫ୍ରାନ୍ସେସ ଟିଆଫୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜିଆନଲୁକା ମାଗେର ୬-୨, ୩-୬, ୬-୪, ୭-୫ ସେଟ୍ରେ ପିଟର ଗୋଜୋଜିକ୍, ଫିଲିପ୍ କ୍ରାଜିନୋଭିକ୍ ୬-୪, ୬-୧, ୭-୬(୭/୩) ସେଟ୍ରେ ମାକ୍ସିମିଲାନ ମାର୍ଟେରେର, ଥିଆଗୋ ମୋଣ୍ଟେଇରୋ ୬-୩, ୬-୪, ୬-୩ ସେଟ୍ରେ ଫ୍ରାନ୍ସିସ୍କୋ ସେରୁନଡୋଲୋ, ଫେଡେରିକୋ ଡେଲବୋନିସ ୬-୧, ୨-୬, ୬-୦, ୬-୧ ସେଟ୍ରେ ରାଡୁ ଆଲବଟ୍ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। କାମେରନ ନୋରି ୭-୫, ୭-୬(୭/୫), ୬-୨ ସେଟ୍ରେ ବିଜର୍ନ ଫ୍ରାଟାଙ୍ଗେଲୋଙ୍କୁ ହରାଇଥିବାବେଳେ ରିଲେ ଓପେଲ୍କା ୬-୩, ୬-୨, ୬-୪ ସେଟ୍ରେ ଆନ୍ଦ୍ରେଜ ମାର୍ଟିନଙ୍କୁ ଏବଂ କାସ୍ପର ରୁଡ୍ ୫-୭, ୬-୨, ୬-୧, ୭-୬(୭/୪) ସେଟ୍ରେ ବେନୋଟ ପିଏରେଙ୍କୁ ପରାସ୍ତ କରିଛନ୍ତି।
ସ୍ବିଟେକ୍, କିଜ୍ ବିଜୟୀ
ମହିଳା ସିଙ୍ଗଲ୍ସରେ ଇଗା ସ୍ବିଟେକ, ମାଡିସନ୍ କିଜ୍ ପ୍ରମୁଖ ବିଜୟ ହାସଲ କରିଛନ୍ତି। ସ୍ବିଟେକ ୬-୦, ୭-୫ ସେଟ୍ରେ କାଜା ଜୁଭାନଙ୍କୁ ଏବଂ କିଜ୍ ୬-୩, ୩-୬, ୬-୧ ସେଟ୍ରେ ଓସିଆନେ ଡୋଡିନଙ୍କୁ ହରାଇ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାର୍କେଟା ଭୋଣ୍ଡ୍ରୋଉସୋଭା ୪-୬, ୬-୩, ୬-୦, ରିବେକା ପିଟରସନ ୬-୭(୩/୭), ୭-୬(୧୦/୮), ୬-୨ ସେଟ୍ରେ ଶେଲ୍ବି ରୋଜର୍ସ, ହାରମୋନି ଟାନ୍ ୬-୪, ୬-୪ ସେଟ୍ରେ ଆଲିଜେ କୋର୍ନେଟ, ପୋଲୋନା ହେରକଗ ୬-୧, ୩-୬, ୬-୪ ସେଟ୍ରେ କିକି ବେର୍ଟେନ୍ସ, ମାଡିସନ ବ୍ରେଙ୍ଗଲେ ୭-୫, ୬-୪ ସେଟ୍ରେ ମାରିଆ କାମିଲା ଓସୋରିଓ ସେରାନୋ, ହିଲି ବାପ୍ଟିଷ୍ଟେ ୬-୧, ୬-୪ ସେଟ୍ରେ ଆନା ବ୍ଲିଙ୍କୋଭା ଏବଂ ଜାରିନା ଡିୟାସ ୬-୪, ୭-୫ ସେଟ୍ରେ ହିଥର ଓ୍ବାଟସନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଟାମାରା ଜିଡାନସ୍କ ୬-୭(୧/୭), ୭-୬(୭/୨), ୯-୭ ସେଟ୍ରେ ବାଏଙ୍କା ଆନ୍ଦ୍ରେସ୍କୁ, ଏଲିସେ ମେର୍ଟେନ୍ସ ୬-୪, ୬-୧ ସେଟ୍ରେ ଷ୍ଟର୍ମ ସାଣ୍ଡର୍ସ, କାରୋଲିନ ଗାର୍ସିଆ ୬-୩, ୬-୧ ସେଟ୍ରେ ଲୌରା ସିଗ୍ମଣ୍ଡଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।
ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ
ଅକ୍ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍ ଗଦା କେଉଁଠି। ଏପରି କି ଗଦା ସହ...
ଅଲିମ୍ପିକ୍ରେ ସ୍ବର୍ଣ୍ଣ ଜିତିଲେ ମିଳିବ ୩ କୋଟି
ଚେନ୍ନାଇ,୨୬।୬: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରାଜ୍ୟର ଆଥ୍ଲେଟଙ୍କ ପାଇଁ ଶନିବାର ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ। ସ୍ବର୍ଣ୍ଣ...
ଡବ୍ଲୁଟିସି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...
ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍କା
ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ଡ୍ର ଥିଲା ଏବଂ ଦ୍ୱିତୀୟ...
କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏହି କ୍ରିକେଟର୍ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ
ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...
ପୋଲାଣ୍ଡ ଓପନ୍ରେ ସ୍ବର୍ଣ୍ଣ ଜିତିଲେ ଭିନେଶ
ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...
ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଏହି କ୍ରିକେଟର୍ଙ୍କ ମାମଲା
ଲଣ୍ଡନ,୮।୬: ଇଂଲଣ୍ଡ ପେସର୍ ଓଲି ରବିନ୍ସନ୍ ବିବାଦୀୟ ଟୁଇଟ୍ ପ୍ରସଙ୍ଗ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିକଟରେ ପହଞ୍ଚିଛି। ଜନସନ ତାଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତବ୍ୟକୁ...


