ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ଟେଷ୍ଟ ସିରିଜ ପାଇଁ ଦଳର ଏକ ଅଂଶ ଏବଂ ଏବେ ସେ ଇଂଲଣ୍ଡରେ ଅଛନ୍ତି। ୨୦୦୭ରେ ଇଶାନ୍ତ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଢାକାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଇଶାନ୍ତ ମଧ୍ୟ ଏକଦିବସୀୟ ଏବଂ ଟି୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ, କିନ୍ତୁ ଏବେ ସେ ଭାରତୀୟ ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି । ଏତେ ବର୍ଷ ଧରି ନିଜ କ୍ୟାରିଅର୍ ଉପରେ ଧ୍ୟାନ ଦେଇଥିବା ଇଶାନ୍ତ ଶର୍ମାଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ। ୨୦୧୧ରେ, ସେ ପ୍ରଥମ ଦେଖାରେ ପ୍ରେମରେ ପଡିଥିଲେ।
ଇଶାନ୍ତ ଶର୍ମା ଏବଂ ପ୍ରତିମା ସିଂ ପ୍ରଥମେ ୨୦୧୧ରେ ସାକ୍ଷାତ ହୋଇଥିଲେ। ଇଶାନ୍ତଙ୍କୁ ଦିଲ୍ଲୀର ଆଇଜିଏମଏ ବାସ୍କେଟବଲ ଆସୋସିଏସନ ଲିଗର ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ଏହି ଟୁର୍ନାମେଣ୍ଟକୁ ଇଶାନ୍ତଙ୍କ ଜଣେ ବନ୍ଧୁ ଆୟୋଜନ କରିଥିଲେ। ପ୍ରତିମା ଏବଂ ତାଙ୍କ ତିନି ଭଉଣୀ ଏଠାରେ ଉପସ୍ଥିତ ଥିଲେ। ଖୁବ କମ ଲୋକ ଜାଣନ୍ତି ଯେ ଇଶାନ୍ତଙ୍କ ସ୍ତ୍ରୀ ପ୍ରତୀମା ଭାରତ ପାଇଁ ବାସ୍କେଟବଲ ଖେଳିଛନ୍ତି। ପ୍ରଥମ ସାକ୍ଷାତ ସମୟରେ ଇଶାନ୍ତ ନିଜେ ଏହା ଜାଣି ନ ଥିଲେ। ଇଶାନ୍ତ ପ୍ରଥମ ଦେଖାରେ ଏହି ପ୍ରତିମାଙ୍କୁ ପସନ୍ଦ କରିଥିଲେ। ପ୍ରତୀମା ଆହତ ଥିବାରୁ ସେ ମ୍ୟାଚ ଖେଳୁ ନ ଥିଲେ ବରଂ ସ୍କୋରର ହୋଇଥିଲେ। ପ୍ରତିମାକୁ ଦେଖି ଇଶାନ୍ତ ହଜିଯାଇଥିବା ବେଳେ ଅପରପକ୍ଷେ, ପ୍ରତଙ୍ିମା ବହୁତ ଇର୍ଷା ଅନୁଭବ କରୁଥିଲେ କାରଣ ଇଶାନ୍ତଙ୍କ ଆଗମନ ହେତୁ ବାସ୍କେଟବଲରେ କେହି ଆଗ୍ରହ ଦେଖାଉ ନଥିଲେ। ଏହି କାରଣରୁ ପ୍ରତିମା କ୍ରିକେଟରଙ୍କୁ ପସନ୍ଦ କରୁ ନ ଥିଲେ। ଏହା ପରେ ଇଶାନ୍ତ ପ୍ରତିମାଙ୍କୁ ଦେଖିବା ପାଇଁ ଟୁର୍ନାମେଣ୍ଟର ସମସ୍ତ ଦିନ ସେଠାକୁ ଯିବା ଆରମ୍ଭ କଲେ । ତାଙ୍କର ସାଙ୍ଗମାନେ ତାଙ୍କ ହୃଦୟକୁ ବୁଝିଲେ।ଏହା ପରେ ଧୀରେ ଧୀରେ ଇଶାନ୍ତ ପ୍ରତିମାଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହେଲା। ଏକ ବର୍ଷ ପରେ ତାଙ୍କ ହୃଦୟ କଥା କହିଥିଲେ।
କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏହି କ୍ରିକେଟର୍ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ
ବ୍ରାଜିଲ କୋଚ୍ ଟିଟେଙ୍କୁ ଜରିମାନା
ସାଓ ପାଉଲୋ,୨୫।୬: କୋଭିଡ୍-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍ ଟିଟେଙ୍କୁ ଭାରି...
ଚର୍ଚ୍ଚାରେ ଏହି ଯୁବ ଆଫଗାନିସ୍ତାନ କ୍ରିକେଟର: କହିଲେ ‘ଧୋନୀଙ୍କ ଅଧୀନରେ ଖେଳିବା ମୋର ସ୍ବପ୍ନ, ଭବିଷ୍ୟତରେ…’
ନୂଆଦିଲ୍ଲୀ,୧୫।୬: ନିକଟ ଅତୀତରେ ଆଫଗାନିସ୍ତାନର କ୍ରିକେଟରମାନେ ଉଲ୍ଲେଖନୀୟ କ୍ରିକେଟ ଖେଳି ଚର୍ଚ୍ଚାରେ ରହିଥିଲେ। ସେମାନଙ୍କ ମଧ୍ୟରୁ ମୁଜିବ-ଉର-ରହମନ ଏବଂ ରଶିଦ ଖାନ ଭଳି ସ୍ପିନ୍ ବୋଲର୍...
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ପଡିଲା ହାତଗଣ୍ଠି
ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି...
୧୦୦ ମି. ବ୍ୟାକ୍ଷ୍ଟ୍ରୋକ୍ରେ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ
ଆଡିଲେଡ୍,୧୪।୬(ଏପି): ଅଷ୍ଟ୍ରେଲୀୟ ସନ୍ତରଣକାରୀ କୋଲି ମ୍ୟାକ୍କେଓନ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ ଇଭେଣ୍ଟରେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରବିବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ଅଲିମ୍ପିକ ଟ୍ରାଏଲ୍ସରେ ୧୯ ବର୍ଷୀୟ...
ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍ ଖେଳାଳି
ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ...
ଗୋଟିଏ ଭୁଲ୍ ପାଇଁ କ୍ଷତି ହେଲା ୩୦ ହଜାର କୋଟି…
ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍...
କୋହଲିଙ୍କ ସବୁଠାରୁ ଭଲ ଗୁଣ କ’ଣ ଜାଣନ୍ତି: ପ୍ରଶଂସାରେ ଶତମୁଖ ହୋଇ ଏଭଳି କହିଲେ କୋଚ୍…
ନୂଆଦିଲ୍ଲୀ,୫।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଜୁନ୍ ୧୮ରୁ ଡବ୍ଲୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ। ଏହି ମହାମୁକାବିଲା ପୂର୍ବରୁ ଭାରତୀୟ...
ରାଉଣ୍ଡ ଅଫ୍ ୧୬ରେ କ୍ରୋଏସିଆ: ୟୁରୋକପ୍ରୁ ସ୍କଟ୍ଲାଣ୍ଡ ଆଉଟ
ଗ୍ଲାସଗୋ,୨୪।୬: ୟୁରୋକପ୍ରେ କ୍ରୋଏସିଆ ନକ୍ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି।...


