ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକାର ଉଦ୍ଘାଟନୀ ମ୍ୟାଚ୍ରେ ଗତଥରର ଚାମ୍ପିୟନ ତଥା ଆୟୋଜକ ବ୍ରାଜିଲ ଓ ଭେନିଜୁଏଲା ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଷ୍ଟାଡିଓ ନାସିଓନାଲ ମେନ୍ ଗାରିଞ୍ଚା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ୟୁରୋ କପ୍ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହି ମେଗା ଇଭେଣ୍ଟର ୪୭ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି।
ପ୍ରଥମେ ଆର୍ଜେଣ୍ଟିନା ଓ କଲମ୍ବିଆ ଏହାକୁ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶ ଓହରିଯାଇଥିଲେ। ଫଳରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା। ବ୍ରାଜିଲ ନିଜ ଦେଶରେ ଆୟୋଜନ ନେଇ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ତେବେ ଶେଷରେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ଟୁର୍ନାମେଣ୍ଟ ପାଖାପାଖି ମାସେ ଚାଲିବା ପରେ ଜୁଲାଇ ୧୦ ତାରିଖରେ ଶେଷ ହେବ। ଫାଇନାଲ ମ୍ୟାଚ ରିଓ ଡି ଜାନେଇରୋର ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯିବ। ଦକ୍ଷିଣ ଆମେରିକା ଫୁଟ୍ବଲ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍ମେବୋଲ ଆନୁକୂଲ୍ୟରେ ଆୟୋଜନ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ମୋଟ ଗୋଟିଏ କନ୍ଫେଡେରେଶନର ୧୦ଟି ଦେଶ ଅଂଶଗ୍ରହଣ କରିବେ। ୧୦ଟି ଦଳକୁ ଏ ଓ ବି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ବ୍ରାଜିଲ ୨୦୧୯ରେ ନବମ ଟାଇଟଲ ଜିତି ସଫଳତମ ଦଳ ବିବେଚିତ ହେଉଛି। ବ୍ରାଜିଲର ୪ଟି ସହରରେ ମ୍ୟାଚ୍ଗୁଡିକ ଆୟୋଜନ ହେବ। ଘରୋଇ ପରିବେଶରେ ବ୍ରାଜିଲ ଅବଶ୍ୟ ଫେଭରାଇଟ୍ ବିବେଚିତ ହେଉଛି। ଗ୍ରୁପ୍ ବି’ରେ ବ୍ରାଜିଲ ଶୀର୍ଷ ସ୍ଥାନରେ ରହିବ ବୋଲି ଆଶା କରାଯାଉଛି। ସେହିପରି ଗ୍ରୁପ୍ ଏ’ରେ ଆର୍ଜେଣ୍ଟିନା ଓ ଉରୁଗୁଏ ଶ୍ରେଷ୍ଠ ଦୁଇଟି ସ୍ଥାନରେ ରହି ନକ୍ ଆଉଟ୍ରେ ପ୍ରବେଶ କରିବେ।
ଗ୍ରୁପ୍୍ ଏ: ଆର୍ଜେଣ୍ଟିନା, ବଲିଭିଆ, ଉରୁଗୁଏ, ଚିଲି ଓ ପାରାଗୁଏ ।
ଗ୍ରୁପ୍ ବି: ବ୍ରାଜିଲ, କଲମ୍ବିଆ, ଭେନିଜୁଏଲା, ଇକ୍ୱେଡର ଓ ପେରୁ ।
ଅନୁରୋଧ ପରେ ଟିମ୍ ଇଣ୍ଡିଆକୁ ମିଳିଲା ଅଭ୍ୟାସ ମ୍ୟାଚ୍
ମୁମ୍ବାଇ,୨୬।୬: ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ହାତରେ ପ୍ରାୟ ୪୦ ଦିନ ରହିଛି। ଏହି...
ଫ୍ରେଞ୍ଚ୍ ଓପନରୁ ଓହରିଲେ ଓସାକା: ମାନସିକ ଅବସାଦ କାରଣରୁ ନିଷ୍ପତ୍ତି ନେଲେ
ପ୍ୟାରିସ୍,୨।୬(ଏପି): କ୍ରୀଡ଼ାରେ ମାନସିକ ଅବସାଦ ତଥା ଦୁଶ୍ଚିନ୍ତାର ପ୍ରଭାବ ରହିବା ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରୀଡ଼ାବିତ୍, କ୍ରିକେଟର ମାନସିକ ଅବସାଦ ପାଇଁ ଖେଳ...
ଡେବ୍ୟୁ ମ୍ୟାଚ୍ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍: ଏବେ ବି ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...
କୋପା ଆମେରିକା ଫୁଟ୍ବଲ: ବ୍ରାଜିଲ ଦଳରେ ନେମାର, ସିଲ୍ଭା ସାମିଲ
ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର...
ମହିଳା କ୍ରିକେଟ ଖେଳାଳିଙ୍କୁ ରାହାନେଙ୍କ ଟିପ୍ସ
ନୂଆଦିଲ୍ଲୀ, ୧୫।୬(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳ ଦୀର୍ଘ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ...
୨ଟି ବଲ୍ରୁ ବିସ୍ଫୋରକ ୨୧ ରନ୍ କରିଥିଲେ ସେହ୍ବାଗ:ଜାଣନ୍ତୁ କେମିତି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସମସ୍ତ ପ୍ରକାର କ୍ରିକେଟର ୍ବିପଜ୍ଜନକ ବ୍ୟାଟ୍ସମ୍ୟାନ ସେହ୍ବାଗ ଆରମ୍ଭରୁ ପ୍ରତିପକ୍ଷଙ୍କୁ...
କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା
ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...


