ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ବିଏମ୍ସି ପକ୍ଷରୁ ୟୁନିଟ-୩ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘାଟିକିଆ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପୋଖରୀପୁଟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ହିଁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଯାଇଛି। ଜୁନ୍ ୨ରୁ ୫ ତାରିଖ ପର୍ଯ୍ୟନ୍ତ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟହ ସକାଳ ୮ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିକାକରଣ ଚାଲୁ ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସହରରେ ପର୍ଯ୍ୟାପ୍ତ ପରିମାଣର ଟିକା ନ ଥିବାରୁ କେବଳ ଏହି ୪ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି। ସେହିପରି ପ୍ରଥମ ଦିନରେ ପ୍ରତି ସେଣ୍ଟରରେ ୫୦ଜଣ ଲେଖାଏ ମୋଟ ୨ଶହ ଜଣଙ୍କୁ ଟିକା ଦେବା ପାଇଁ ସ୍ଲଟ୍ ବ୍ୟବସ୍ଥା ହୋଇଛି। ଏହି ବର୍ଗର ଲୋକଙ୍କ ପାଇଁ ଖୁବ୍ କମ୍ ଟିକା ରହିଥିବାରୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଟିକା ଦିଆଯାଇପାରିବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖୁବ୍ଶୀଘ୍ର ଦ୍ୱିତୀୟ ଡୋଜ୍ ଟିକା ଆସିବ ଓ ୧୮ରୁ ୪୪ବର୍ଗର ହିତାଧିକାରୀଙ୍କୁ ଟିକା ଦିଆଯିବ। ତେବେ ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ରହିଛି ବୋଲି ବିଏମ୍ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି। ସେହିପରି ଟିକା ନେବା ପାଇଁ ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଉଥିବାରୁ ସ୍ଲଟ୍ ଖୋଲିବାର କିଛି ମିନିଟ୍ ମଧ୍ୟରେ ହିଁ ସମସ୍ତ ସ୍ଲଟ୍ ବୁକିଂ ହୋଇଯାଉଛି। ତେଣୁ ଅନେକଙ୍କୁ ସ୍ଲଟ ପାଇବାରେ ସମସ୍ୟା ଦେଖା ଦେଉଛି। ଅନେକେ ଏଥିପାଇଁ କୋ-ଓ୍ବିନ୍ ଆପ୍ରେ ତ୍ରୁଟି ଥିବା ଅଭିଯୋଗ କରୁଛନ୍ତି, ମାତ୍ର ଆପ୍ରେ କୌଣସି ଅସୁବିଧା ନାହିଁ। ଏବେ ପର୍ଯ୍ୟାପ୍ତ ଟିକା ନାହିଁ। ଟିକା ଆସିବା ପରେ ଅଧିକ ସ୍ଲଟ୍ ଖୋଲାଯିବ ଓ ହିତାଧିକାରୀମାନେ ଏହାର ଲାଭ ଉଠାଇ ପାରିବେ ବୋଲି ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ମେ ୩ରୁ ୨୮ ତାରିଖ ମଧ୍ୟରେ ୧୮-୪୪ ବର୍ଷ ବର୍ଗର ମୋଟ ୧ ଲକ୍ଷ ୫୧ ହଜାର ୪୨୬ ଜଣ ପ୍ରଥମ ଡୋଜ୍ ନେଇଛନ୍ତି। ଭୁବନେଶ୍ୱରରେ ବିଶେଷ କରି ୧୮ ରୁ ୪୪ ବର୍ଗର ହିତାଧିକାରୀ ଯେଉଁମାନେ ପ୍ରଥମ ଡୋଜ ନେଇନାହାନ୍ତି ସେମାନଙ୍କ ପାଇଁ ଟିକା ସଙ୍କଟ ଅଭାବ ପରିଲକ୍ଷିତ ହୋଇଛି ।
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ଦେହାନ୍ତ
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୬।୬: ପୂର୍ବତନ ଆଡ୍ଭୋକେଟ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି। ଜୟନ୍ତ ହେଉଛନ୍ତି ଉତ୍କଳମଣି...
ରାଜ୍ୟରେ ଆଜି ୬,୦୧୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୬,୦୧୯ କରୋନା ଆକ୍ରାନ୍ତ...
୩୦ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ କାମ ଆରମ୍ଭ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ଆଉ ୭ଟି ଜିଲାରେ ଲିକ୍ୟୁଡ୍ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...
ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍
ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ...
ଶ୍ରମିକଙ୍କୁ ପଥରରେ ଛେଚି ମାରିଲେ ସାଥୀ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜଧାନୀରେ ପୁଣି ଜଣେ ଶ୍ରମିକଙ୍କୁ ହତ୍ୟା। ଗତ ୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଶ୍ରମିକଙ୍କୁ ତାଙ୍କ ସହଯୋଗୀ ପଥରରେ ଛେଚି ହତ୍ୟା କରିଥିବାବେଳେ...


