ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍ ଜିମ୍ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ନୟାଗଡ଼ ଜିଲା ରଣପୁର ଅନ୍ଧାଳୁଆ ଗ୍ରାମର ରଞ୍ଜିତ ନାୟକ (୨୨)। ସେ ଭୁବନେଶ୍ୱରରେ ରହିବା ସହ ଉକ୍ତ ଜିମ୍ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରବର୍ଗ ଓ ସମ୍ପର୍କୀୟମାନେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନା ମୁତାବକ, ରଞ୍ଜିତ କିଛିବର୍ଷ ତଳେ ଭୁବନେଶ୍ୱରକୁ କାମ ଅନ୍ବେଷଣରେ ଚାଲିଆସିଥିଲେ। ସେ ୟୁନିଟ ୬ ଅକ୍ଷମ କେନ୍ଦ୍ର ବସ୍ତିରେ ଏକ ଘରଭଡ଼ା ନେଇ ରହୁଥିଲେ। ଗତ ୩ବର୍ଷ ହେଲା ୟୋଗିକ୍ ଜିମ୍ ସେଣ୍ଟରରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଥିଲେ। ସେ ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଡ୍ୟୁଟି କରିଥାନ୍ତି। ସୋମବାର ରାତିରେ ରଞ୍ଜିତ ଉକ୍ତ ଜିମ୍କୁ ଡ୍ୟୁଟି ପାଇଁ ଯାଇଥିଲେ। ତେବେ ମଙ୍ଗଳବାର ସକାଳ ୬ଟାରେ ଫାଟକ ଖୋଲା ନ ହେବାରୁ ଜିମ୍ର ସଦସ୍ୟମାନେ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ପରେ ଭିତରପଟୁ ତାଲା ପଡ଼ିଥିବା ଫାଟକକୁ ଭାଙ୍ଗି ଖୋଲାଯାଇଥିଲା। ଜିମ୍ ପରିସରସ୍ଥ ପୁଲ୍ ଅପ୍ ପାଇପରେ ରଞ୍ଜିତଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ତଦନ୍ତ ଦାବିରେ ହୋହଲ୍ଲା କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠାକୁ ମଧ୍ୟ ରଞ୍ଜିତଙ୍କ ୫୦ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ଯାଇ ଭଙ୍ଗାରୁଜା କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲା। ଏନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଏକ ଅପମୃତ୍ୟୁ ମାମଲା (ନଂ.୨୫/୨୧) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସମ୍ପର୍କୀୟମାନେ ଗଣମାଧ୍ୟମ ଆଗରେ ହତ୍ୟା ଅଭିଯୋଗ କରୁଥିଲେ ମଧ୍ୟ ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି। ମୃତ ଯୁବକଙ୍କ ମୋବାଇଲ ଟ୍ରାକିଂ କରାଯିବା ସହ ଜିମ୍ରେ କାର୍ଯ୍ୟରତ ୫ଜଣ ସଦସ୍ୟଙ୍କୁ ଜେରା କରାଯିବ। ସେହିପରି ଜିମ୍ ପରିସରରୁ ବାଇକ, ୨ଟି କାଚଗ୍ଲାସ ଜବତ କରାଯାଇଛି। ବିଭିନ୍ନ ପାରିପାର୍ଶ୍ୱିକ ଦିଗକୁ ନେଇ ତଦନ୍ତ କରାଯିବ। ଅନ୍ୟପକ୍ଷରେ ମୃତକଙ୍କର କାହା ସହିତ ଶତ୍ରୁତା ନ ଥିଲା। ଘଟଣାର ଠିକ ଭାବେ ତଦନ୍ତ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ରଞ୍ଜିତଙ୍କ ସମ୍ପର୍କୀୟଙ୍କ ସମେତ ଜିମ୍ର କୋଚ ତଥା ଇନଚାର୍ଜ ବାବୁଲି ସ୍ବାଇଁ କହିଛନ୍ତି।
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...
ଦ୍ୱିତୀୟ ଡୋଜ୍ ପାଇଁ ହିତାଧିକାରୀ ହଟହଟା
ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି।...
ଲଘୁଚାପ: ଗୁରୁବାରଠାରୁୁ ବର୍ଷିବ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଆସନ୍ତା ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ...
ଏଥର ସ୍ବାଭାବିକ ମୌସୁମୀ
ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି...
ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୨୪ା୬: ପବିତ୍ର ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କୁ ଗଜ ବେଶରେ ଦେଖିବାକୁ ମିଳିଛି। ଜ୍ୟେଷ୍ଠ ପୂର୍ଣ୍ଣିମାର ଅବସରରେ ମହାପ୍ରଭୁ ଗଜବେଶ ବା ହାତୀବେଶରେ ସଜ୍ଜିତ ହୋଇଛନ୍ତି। ସ୍ନାନବେଦୀରେ...
ବିପଦରେ ଚିଲିକା, ସୌନ୍ଦର୍ଯ୍ୟ କମୁଛି
ଛତ୍ରପୁର,୮।୬(ଡି.ଏନ୍.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ...
କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା
ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...
ରାଜଧାନୀରେ ଥମୁନି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର,୨।୬: ବହୁ ଚେଷ୍ଟା ସତ୍ତ୍ୱେ ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉନାହିଁ। ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରେ ୯୧୮ କରୋନା ପଜିଟିଭ୍ ଚିହ୍ନଟ...


