ଛତ୍ରପୁର,୮।୬(ଡି.ଏନ୍.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ କରିବା ଲାଗି ଖଲ୍ଲିକୋଟ ଓ ଗଞ୍ଜାମ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କେତେ ପରିମାଣର ଉଚ୍ଛେଦ ହୋଇଛି ସେନେଇ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖଲ୍ଲିକୋଟ ଅଧିନରେ ୮୬.୦୫୩ ଏକର ଓ ଗଞ୍ଜାମ ତହସିଲ ଅଧିନରେ ୬୦.୯୪୭ ଏକର ସମୁଦାୟ ୧୪୭ ଏକର ଚିଙ୍ଗୁଡ଼ି ଘେରି ରହିଥିବା ବେଳେ ସମସ୍ତ ଚିଙ୍ଗୁଡ଼ି ଘେରିକୁ ଉଚ୍ଛେଦ କରାଯାଇଥିବା ବୈଠକରେ କୁହାଯାଇଛି। କିନ୍ତୁ ଏହି ଦୁଇ ତହସିଲ ଅଧିନରେ ୯୭.୨୦୮ ଏକର ବେଆଇନ୍ ପୋଖରୀ କରି ଚିଙ୍ଗୁଡ଼ି ଚାଷ କରାଯାଉଥିବାରୁ ଦୁଇ ତହସିଲଦାର ଓ ମତ୍ସବିଭାଗ ଏହାକୁ ଉଚ୍ଛେଦ କରିବା ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ଦୁଇ ତହସିଲଦାର ଓ ମତ୍ସ ବିଭାଗ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All
ରାଜ୍ୟରେ ଆଜି ୩,୫୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୫୩୫ କରୋନା ଆକ୍ରାନ୍ତ...
ଶୁଦ୍ଧିକ୍ରିୟା ପାଇଁ ରାଶନ କାର୍ଡ ବନ୍ଧା ପଡ଼ିବା ଘଟଣା: ତଦନ୍ତ ପାଇଁ ଏନ୍ଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଞ୍ଚଳର ଦଳିତ ମହିଳା ରେବତୀ ବେହେରା ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଦଲାଲ ନିକଟରେ ରାଶନ କାର୍ଡ ବନ୍ଧା ପକାଇ...
‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ‘ଡେଲ୍ଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଲାଣି। ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଡେଲ୍ଟା ପ୍ଳସ୍...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଗଞ୍ଜାମ,୧।୬(ଡି.ଏନ୍.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ...
ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ: ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା
ଗଞ୍ଜାମ,୧୭।୬(ଡି.ଏନ୍.ଏ.): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ପରିଦର୍ଶନରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଗୁରୁବାର ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର, ବିଡ଼ିଓ ଓ ଏନ୍ଏସି...
ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୩୦୦ ଛୁଇଁଲା
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏଥିସହ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ମାତ୍ର ଗଞ୍ଜାମରେ କରୋନା...
‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍ ଆକ୍ରାନ୍ତ’
ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍ ସମସ୍ୟାରେ ପୀଡିତ ହେଉଛନ୍ତି ।...


