ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ ପଶି ୧୦ ରାଉଣ୍ଡ ଗୁଳି ଚଳାଇ ଥିଲେ। ଘରର ୩ ଜଣ ସଦସ୍ୟ ଗୁରୁତର ହେବା ସହିତ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଦୃର୍ବୁତ୍ତଙ୍କର ଗୋଟିଏ ମଟର ସାଇକେଲ ଜବତ ହୋଇଛି। ଗୁରୁତର ୩ ଜଣ ବାଲେଶର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ସାଉଡୁ ଫାଣ୍ଡି ପୋଲିସ ଓ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁତର ମାଲିକ ସନାତନ କମିଳାକୁ ଭୂଜାଲିରେ ଆକ୍ରମଣ କରାଯାଇଛି। ତାଙ୍କ ମୁହଁ ଓ ଗାଲ ହଣାଯାଇଛି। ତାଙ୍କ ପୁଅ ମନମୋହନ କମିଳାଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ସେମାନଙ୍କ ଚିତ୍କାର ଶୁଣି ପଡୋଶୀମାନେ ଆସି ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଛାଡି ନ ଥିଲେ। ପଡୋଶୀ ରବିନ୍ଦ୍ର ବାରିକଙ୍କ ଦେବାଶିଷ ବାରିକଙ୍କୁ ଭୂଜାଲିରେ ଆକ୍ରମଣ କରାଯାଇଛି।
ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ
Posted inଆମ ଜିଲା ଖବର, ବାଲେଶ୍ୱର View All
ବରଗଡ଼ କୋଭିଡ୍ ହସ୍ପିଟାଲରେ ଆଉ ନାହାନ୍ତି ଆକ୍ରାନ୍ତ
ବରଗଡ଼ ଅଫିସ୍,୧୬।୬: ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କୋଭିଡ୍ ହସ୍ପିଟାଲରେ ଆଉ କେହି ଆକ୍ରାନ୍ତ ନାହାନ୍ତି। ଏନେଇ ଜିଲା...
ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୩୦୦ ଛୁଇଁଲା
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏଥିସହ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ମାତ୍ର ଗଞ୍ଜାମରେ କରୋନା...
ସେଲ୍ଫି ନିଶା ନେଲା ୨ ଯୁବକଙ୍କ ଜୀବନ
ରାଜଗାଙ୍ଗପୁର,୬।୬: ସେଲ୍ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...
ବାପାଙ୍କ ଉନ୍ମତ୍ତକାଣ୍ଡ: ସାଢ଼େ ୩ ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ ଝିଅ, ସ୍ତ୍ରୀକୁ ହତ୍ୟା ଉଦ୍ୟମ
ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କର...
ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ
ହିନ୍ଦୋଳ,୧୧ା୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ...
ନୟାଗଡ଼ର ଦୁଇ ଖବରଦାତାଙ୍କ ଉପରେ ଆକ୍ରମଣକୁ ନିନ୍ଦା
ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.) ନୟାଗଡ଼ ଜିଲାର ଦୁଇ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଅବକାରୀ ବିଭାଗର ଏଏସ୍ଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ପକ୍ଷରୁ ଦୃଢ଼...
ରାଇସମିଲ୍ ବର୍ଜ୍ୟବସ୍ତୁରେ ଲୋକେ ଅତିଷ୍ଠ
ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ଗୁରୁବାର ମିଲ୍ ଗେଟ୍ରେ ତାଲା ପକାଇ...
ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ
କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...


