ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ ନ ଥିଲେ ମଧ୍ୟ ବଡ଼ ବଡ଼ ଗଛରେ ପ୍ରାୟ ୭ ପ୍ରଜାତିର ୫ଶହରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ବସା ବାନ୍ଧି ରହିଛନ୍ତି। ଫଳରେ ଜନଗହଳି ପରିବେଶରେ ଏହା ନିଆରା ଅନୁଭବ ଆଣି ଦେଇଛି।
ବିଶେଷ କରି ଜିଲାର ପଦ୍ମତୋଳା ହ୍ରଦ, ରିଷିଆ, କୁଲଡ଼ିହା, ତାଳସାରୀ, ସୁବର୍ଣ୍ଣରେଖା ମୁହାଣ, ଚାନ୍ଦିପୁର ଆଇଟିଆର୍ କ୍ୟାମ୍ପସ୍ ଓ ଚାନ୍ଦିପୁର ବେଳାଭୂମିରେ ଶୀତଦିନେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ କିଛିବର୍ଷ ହେବ ନୂଆବଜାର ଅଞ୍ଚଳରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ତେବେ ସହର ଭିତରେ ଏତେସଂଖ୍ୟକ ପକ୍ଷୀ ରହୁଥିବାରୁ ଶିକାରୀ ସେମାନଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି। ପକ୍ଷୀମାନଙ୍କ ଲାଗି ସୁରକ୍ଷା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପରିବେଶବିତ୍ମାନେ ଦାବି କରିଛନ୍ତି। ସେହିପରି ସହରର ଅନ୍ୟ ଏକ ଜାଗା ହରିପୁର ଅଞ୍ଚଳରେ ମଧ୍ୟ ପ୍ରାୟ ୨ହଜାର ପକ୍ଷୀ ଆଶ୍ରୟ ନେଇଛନ୍ତି। ଉଭୟ ସ୍ଥାନରେ ପକ୍ଷୀମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପରିବେଶବିତ୍ ତଥା ଶିକ୍ଷକ ଗଙ୍ଗାନାରାୟଣ ପାଢ଼ୀ ଓ ସ୍ଥାନୀୟ ବାସିନ୍ଦା ଅରୁଣ କୁମାର କୁଣ୍ଡୁ ଦାବି କରିଛନ୍ତି।
ଏ ସମ୍ପର୍କରେ ବାଲେଶ୍ୱର ସଦର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା କହିଛନ୍ତି, ବୁଢ଼ାବଳଙ୍ଗ ନଦୀ କୂଳରେ ଏହି ସହର ଅବସ୍ଥିତ ହୋଇଥିବାରୁ କିଛି ବିଦେଶୀ ପକ୍ଷୀ ସୁରକ୍ଷିତ ମନେ କରି ଗଛ ଉପରେ ବସା ବାନ୍ଧି ରହୁଛନ୍ତି। ଅଳ୍ପ ଦୂରରେ ସମୁଦ୍ରକୁ ମଧ୍ୟ ଦିନ ବେଳେ ଉଡ଼ିଯାଇ ନିଜର ଖାଦ୍ୟ ସଂଗ୍ରହ କରିପାରୁଛନ୍ତି। ଏହି ପକ୍ଷୀଗୁଡ଼ିକ ସାଧାରଣତଃ ବଗ ଜାତୀୟ। ସେମାନଙ୍କର ଥଣ୍ଟ ହଳଦିଆ। ସେମାନେ ବିଦେଶୀ ପ୍ରଜାତିର ବୋଲି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂଖ୍ୟା ଦୃଷ୍ଟିରୁ ଗତବର୍ଷଠାରୁ ଚଳିତବର୍ଷ ଏହାର ସଂଖ୍ୟା ଅଧିକ। ବାତ୍ୟା ‘ୟାସ୍’ ଦ୍ୱାରା ସେମାନଙ୍କ ଭାଙ୍ଗିଯାଇଥିବାରୁ ନୂଆ ବସା ତିଆରି କରିବା ବେଳେ ସେମାନେ ଜୋରରେ କୋଳାହୋଳ କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ନଜର ରଖାଯାଇଛି।
ରକ୍ତ ସଂଗ୍ରହରେ କରୋନା ବାଧକ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ମହାମାରୀ ରାଜ୍ୟରେ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି। ଲକ୍ଡାଉନ୍ ଓ ସପ୍ତାହାନ୍ତ ଶଟ୍ଡାଉନ୍ ଜାରି ରହିଥିବାବେଳେ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ...
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
ସାବିତ୍ରୀବ୍ରତରେ ସ୍ତ୍ରୀ ମାଡ଼ରେ ସ୍ବାମୀ ଗୁରୁତର
ବଡ଼ବିଲ,୧୦।୬(ସ୍ବ.ପ୍ର.): ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ସ୍ତ୍ରୀ। ହେଲେ ଏଭଳି ଏକ ଦିନରେ ସ୍ତ୍ରୀଙ୍କ ଆକ୍ରମଣରେ ସ୍ବାମୀ...
ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍ ରହୁଛି ନୂଆ ଆକ୍ରାନ୍ତଙ୍କ...
କୋଭିଡ୍ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍ଏସ୍
ଅନୁଗୋଳ ଅଫିସ, ୧୨ା୬ କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହୋଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି। କେବଳ ମେ’...
ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି
ଅନୁଗୋଳ ଅଫିସ, ୧୯ା୬ ଅନୁଗୋଳ ଜିଲାରେ ହଠାତ୍ ବଢ଼ିଯାଇଥିଲା କରୋନା ସଂକ୍ରମଣ। ପ୍ରଶାସନର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ନିୟନ୍ତ୍ରଣରେ ନ ଥିଲା ପରିସ୍ଥିତି। ଏପରି କି...
ଡଷ୍ଟବିନ୍ରୁ ଖାଦ୍ୟ ସାଉଁଟୁଛନ୍ତି ମାନସିକ ବିକୃତ ମହିଳା
ସାରସକଣା, ୫ା୬-ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଅନେକ କରୁଣ ଦୃଶ୍ୟ। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ବଜାରରେ ଜଣେ ମାନସିକ...
ଜେଲରୁ ବାହାରିଲେ ଅଭୟକାନ୍ତ ପାଠକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗିରଫ ହେବାର ଦୀର୍ଘ ୬ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି ଆଇଏଫ୍ଏସ୍ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ...


