ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ମହାମାରୀ ରାଜ୍ୟରେ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି। ଲକ୍ଡାଉନ୍ ଓ ସପ୍ତାହାନ୍ତ ଶଟ୍ଡାଉନ୍ ଜାରି ରହିଥିବାବେଳେ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏଥିଯୋଗୁ ରକ୍ତ ସଂଗ୍ରହ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟରେ ଥିବା ବିଭିନ୍ନ ବ୍ଲଡ୍ ବ୍ୟାଙ୍କରେ ରକ୍ତ ଦାନ ଓ ସଂଗ୍ରହ ପୂରା କମିଯାଇଛି। ଫଳରେ ସାଧାରଣ ଚିକିତ୍ସା କ୍ଷେତ୍ର ବଡ଼ ସଙ୍କଟ ମଧ୍ୟଦେଇ ଗତି କରୁଛି।
କଟକରେ ସେଣ୍ଟ୍ରାଲ୍ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କ ରହିଛି। ଓଡ଼ିଶାର ଏହି ଅନ୍ୟତମ ବୃହତ୍ତମ ବ୍ଲଡ୍ ବ୍ୟାଙ୍କ କରୋନା ପୂର୍ବରୁ ପ୍ରତିଦିନ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରୁଥିଲା। ଏବେ ଦିନକୁ ୫୦ ୟୁନିଟ୍ ରକ୍ତ ପାଇବା କଷ୍ଟକର ହୋଇପଡୁଛି। ଏନେଇ ବ୍ଲଡ୍ ବ୍ୟାଙ୍କର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ଦାସ କହିଛନ୍ତି, କରୋନା ହେତୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତଥାପି ଆମେ ନିୟମିତ ରକ୍ତ ସଂଗ୍ରହ ବୃଦ୍ଧି କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍ କରିଛୁ। ସେହିପରି କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର ରକ୍ତ ସଂଗ୍ରହ ବ୍ୟବସ୍ଥା ମଧ୍ୟ ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଛି। ଏହି ବ୍ଲଡ୍ ବ୍ୟାଙ୍କର ଇନ୍ଚାର୍ଜ ଡା. ଦେବାଶିଷ ମିଶ୍ର କହିଛନ୍ତି, ଛାତ୍ରୀଛାତ୍ରମାନେ ଅଧିକାଂଶ ରକ୍ତ ଦାନ କରନ୍ତି। ଶିକ୍ଷାନୁଷ୍ଠାନ ରକ୍ତଦାନର ମୂଳ ଉତ୍ସ ହୋଇଥିବାରୁ ସେଗୁଡ଼ିକ ବନ୍ଦ ଥିବା କାରଣରୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତେବେ ରକ୍ତ ସଂଗ୍ରହ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରଖିବାକୁ ସ୍ଥାନୀୟ କ୍ଲବ୍ ଓ ସ୍ବେଚ୍ଛାସେବୀ ଦାତାଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକେ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଡା. ମିଶ୍ର ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ୟୁନିଟ୍ ରକ୍ତ ୩ଜଣ ରୋଗୀଙ୍କ ଜୀବନ ରକ୍ଷା କରିପାରିବ। ଦାନ କରାଯାଇଥିବା ଅଧିକାଂଶ ରକ୍ତ କର୍କଟ, ବର୍ନ, ଥାଲାସେମିଆ ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଲାଗିଥାଏ। ରକ୍ତ ହେଉଛି ମାନବ ଶରୀରରୁ ବାହାରୁଥିବା ଏକମାତ୍ର ଜୀବନ୍ତ ଶକ୍ତି, ଯାହା ମନୁଷ୍ୟର ଅସ୍ତିତ୍ୱ ସମୟରେ ଦାନ କରାଯାଇପାରେ। ତେଣୁ ଏହାର ଦାନକୁ ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ରକ୍ତ ସଂଗ୍ରହରେ ବିଭିନ୍ନ ପଦ୍ଧତି ଆପଣାଯାଉଛି। ନାଟ୍-ପିସିଆର ପଦ୍ଧତି କେବଳ କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ, ବୁର୍ଲା ଭିମ୍ସାର ଏବଂ କଟକ ଏସ୍ସିବି ମେଡିକାଲ କଲେଜରେ ଉପଲବ୍ଧ ହେଉଛି। ବିଶେଷଜ୍ଞମାନେ ଦାବି କରିଛନ୍ତି, ନାଟ୍-ପିସିଆର ପଦ୍ଧତିରେ ରକ୍ତ ସଂଗ୍ରହ ନିରାପଦ। ପ୍ରାରମ୍ଭିକ ପର୍ଯ୍ୟାୟରେ ରକ୍ତରୁ ଏଚ୍.ଆଇ.ଭି. ଭଳି ମାରାତ୍ମକ ସଂକ୍ରମଣ ଚିହ୍ନଟ କରିପାରିବ ବୋଲି ଭିମ୍ସାର ବୁର୍ଲାର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ମୁଖ୍ୟ ଡା. ସି.ଆର୍. ପ୍ରସାଦ କହିଛନ୍ତି। ତେବେ ଏହି ପଦ୍ଧତି ପାଇଁ ଆବଶ୍ୟକ ମେଶିନର ଅଧିକ ମୂଲ୍ୟ ହେତୁ ଅନେକ ବ୍ଲଡ୍ ବ୍ୟାଙ୍କରେ ରକ୍ତ ସଂଗ୍ରହରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇପାରୁନି। ଏଥିପାଇଁ ହସ୍ପିଟାଲ ଓ ମେଡିକାଲ କଲେଜ ଉପରେ ନିର୍ଭରଶୀଳ ହେଉଥିବାରୁ ପୂରା ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହା ଉପରେ ସେ ଗୁରୁତ୍ୱ ଦେବା ସହ ରକ୍ତ ସଂଗ୍ରହକୁ ବ୍ୟାପକ କରିବା ପାଇଁ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ଡା. ପ୍ରସାଦ କହିଛନ୍ତି।
ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ରର ସୌନ୍ଦର୍ଯ୍ୟ ଫେରିଲା
ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ରହିଛି ମେଡିସିନାଲ ପ୍ଲାଣ୍ଟ୍ସ ନଲେଜ ସେଣ୍ଟର ବା ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ର। ନଗର ବନଖଣ୍ଡ ଭୁବନେଶ୍ୱର ରେଞ୍ଜ ଅଧୀନରେ...
ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧୫।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୨ ଜଣଙ୍କ ଜୀବନ...
୨୭ ଯାଏ ବର୍ଷା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...
୨୨ ଜିଲାରେ ହେବ ୧୮ରୁ ୪୪ବର୍ଗଙ୍କ ଟିକାକରଣ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ଏଥିରେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ତେବେ ଏହା କେବଳ...
ଏମିତି ବି ମାଡ଼ିଆସେ ମୃତ୍ୟୁ
କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ...
୪ ଜିଲାରେ ହେବ ଅଣଧାନ ଫସଲ
ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ...
କମୁନିିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୨ ଜୀବନ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଜତ ୨୪ଘଣ୍ଟାରେ...


