ପରଜଙ୍ଗ, ୨।୬(ଡି.ଏନ.ଏ.) – କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟସେବାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ଜରୁରିକାଳୀନ ସମୟରେ ହାତପାହାନ୍ତାରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଢେଙ୍କାନାଳ ଜିଲାର ପଛୁଆ ଅଞ୍ଚଳ ଭାବେ ପରିଚିତ କଙ୍କଡ଼ାହାଡ଼ ବ୍ଲକର ମହାବିରୋଡ ପ୍ରାଥମିକ ଡାକ୍ତରଖାନାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଭଙ୍ଗା ଦଦରା ଘରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ଦୀର୍ଘଦିନ ହେଲା ଡାକ୍ତର ପଦବୀ ଖାଲିପଡ଼ିଛି। ନର୍ସ ଏବଂ ଫାର୍ମାସିଷ୍ଟଙ୍କ କାନ୍ଧରେ ହସ୍ପିଟାଲର ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାବେଳେ ରୋଗୀମାନେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଅନୁଭବ କରୁଛନ୍ତି, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
କଙ୍କଡ଼ାହାଡ଼ ବ୍ଲକବାସୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ୧୯୭୨ରେ ସ୍ଥାପିତ ହୋଇଥିଲା ମହାବିରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଏହି ଡାକ୍ତରଖାନା ଉପରେ ବ୍ଲକର ୨୫ ହଜାର ଜନସାଧାରଣ ନିର୍ଭରଶୀଳ। ହେଲେ ମରାମତି ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଜରାଜୀର୍ଣ୍ଣ ହୋଇଗଲାଣି। ଅନେକ ଦିନ ହେଲା ଡାକ୍ତର ପଦବୀ ଖାଲି ପଡ଼ିଛି। ୨ଜଣ ନର୍ସ, ଜଣେ ଫାର୍ମାସିଷ୍ଟ ଏବେ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ଆମ୍ବୁଲାନ୍ସ ଓ ଆବଶ୍ୟକ ଉପକରଣ ନ ଥିବାରୁ ରୋଗୀମାନେ ଅସୁବିଧାରେ ପଡୁଛନ୍ତି। ଦୁର୍ଘଟଣାରେ ଗୁରୁତର, ଗର୍ଭବତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ପଠାଇ ଦିଆଯାଉଛି। ସେମାନେ ଖର୍ଚ୍ଚାନ୍ତ ହୋଇ ପରଜଙ୍ଗ, ତାଳଚେର, ପାଲଲହଡ଼ା ଏବଂ ଢେଙ୍କାନାଳ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ରୋଗୀଙ୍କ ମୃତ୍ୟୁ ଘଟିଲେ କିମ୍ବା ଅପମୃତ୍ୟୁ ମାମଲାରେ ମୃତଦେହ ବ୍ୟବଚ୍ଛେଦ ଲାଗି ସୁବିଧା ନ ଥିବାରୁ ଶବ ଦୀର୍ଘ ସମୟ ପଡ଼ିରହୁଛି। ମହାବିରୋଡ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ପ୍ରଦାନ ଦାବିରେ କିଛିଦିନ ତଳେ ଅଞ୍ଚଳର ବୁଦ୍ଧିଜୀବୀମାନେ ଆନ୍ଦୋଳନ କରିଥିଲେ। ଏହା ସତ୍ତ୍ୱେ ସରକାର କିମ୍ବା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଫାର୍ମାସିଷ୍ଟ ମୁନିରାମ ମୁର୍ମୁ କୁହନ୍ତି, ଡାକ୍ତରଖାନାରେ ୨ ଜଣ ଷ୍ଟାଫ୍ନର୍ସ, ଜଣେ ଫାର୍ମାସିଷ୍ଟ, ନାଇଟ୍ ଓ୍ବାଚର, ସୁଇପର ଏବଂ ଆଟେଣ୍ଡାଣ୍ଟଙ୍କୁ ମିଶାଇ ମୋଟ ୮ ଜଣ କର୍ମଚାରୀ ଅଛନ୍ତି। ଆସୁଥିବା ରୋଗୀଙ୍କୁ ଠିକ୍ ଭାବେ ସେବା ଯୋଗାଇ ଦିଆଯାଉଛି। ଅନ୍ୟପଟେ ଏ ନେଇ ସିଡିଏମ୍ଓଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ତୁରନ୍ତ ଡାକ୍ତରଖାନାର ନବକଳେବର ସହିତ ଡାକ୍ତର ନିଯୁକ୍ତ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲାଗୁନି। ପୁଣି ଜିଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩୭, ୪୩ ଓ...
ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା
ଝାରସୁଗୁଡା ଅଫିସ୍,୪।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର...
ମାଣ୍ଡୁକା ପାହାଡ଼ରେ ବେଆଇନ ଖନନ
ଚଣ୍ଡିଖୋଲ,୨୧ା୬(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡ଼ରେ ଗତ କିଛିଦିନ ଧରି ମୋରମ ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ବେଆଇନ୍ ଭାବେ ଏହି...
ସାଧାରଣ ବଚ୍ସାରୁ ହତ୍ୟା
ଝାରସୁଗୁଡା ଅଫିସ୍,୨୬।୬: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଲହଣ୍ଡାବୁଡ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଫୁଟବଲ ପଡିଆରେ ସାଧାରଣ କଥାକୁ ନେଇ...
ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ
ଝାରସୁଗୁଡ଼ା ଅଫିସ୍,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଜାରି ରହିଛି। ଏହାକୁ ତଦାରଖ...
ବେଦାନ୍ତର ଅସୁରକ୍ଷିତ ଖଣି
ଯାଜପୁର ଅଫିସ,୧୫।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯାଜପୁର ଜିଲା ସୁକିନ୍ଦା ବ୍ଲକର ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ହୋଇପଡ଼ିଛି। କାରଣ ଖଣି ଗର୍ତ୍ତଠାରୁ ମାତ୍ର...
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ବାସୁଦେବପୁର,୯।୬: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବ୍ରଜାନନ୍ଦପୁର ଗ୍ରାମର...
ରେଡ ଜୋନ୍ରେ ଗଞ୍ଜାମର ୨୮୮ ଗାଁ: ୨୧.୭୮ ଲକ୍ଷ ଲୋକଙ୍କ ହେଲାଣି ଥର୍ମାଲ ସ୍କ୍ରିନିଂ
ଛତ୍ରପୁର,୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସମସ୍ତ ପରିବାର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା...


