ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ ହସ୍ପିଟାଲରେ ମୃତକଙ୍କ ମୃତଦେହ ଗଦା ହେବାରେ ଲାଗିଛି। ତାମିଲନାଡୁର ଥେନି ଅଞ୍ଚଳର ଓ୍ବିଲାକ୍କୁସ୍ଥିତ ସରକାରୀ ହସ୍ପିଟାଲରେ ପଡ଼ିରହିଥିବା କରୋନା ମୃତକଙ୍କ ମୃତଦେହ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଭରିଦେଇଛି। ମୃତଦେହ ଗଦା ଭିତରୁ ନିଜର ପ୍ରିୟପରିଜନଙ୍କୁ ଖୋଜିବାକୁ ପଡୁଛି। ଏଭଳି ହୃଦୟ ବିଦାରକ ଦୃଶ୍ୟ ମୃତକଙ୍କ ପରିବାରଙ୍କ କୋହକୁ ବଢ଼ାଇ ଦେଉଛି। ନୀଳ ରଙ୍ଗ ପଲିଥିନ୍ରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ପ୍ୟାକ୍ କରି ରଖାଯାଇଛି। ଏବେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ କରୋନାରେ ହୋଇଥିଲା। ପରିବାର ସଦସ୍ୟ ମୃତଦେହ ନେବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲ କର୍ମଚାରୀ ନିଜେ ନିଜର ପ୍ରିୟଜନଙ୍କ ମୃତଦେହ ଖୋଜି ନେବାକୁ ପରିବାର ସଦସ୍ୟଙ୍କୁ କହିଥିଲେ। ପରିବାର ସଦସ୍ୟ ମୃତଦେହ ରଖାଯାଇଥିବା ସ୍ଥାନରେ ପହଞ୍ଚି ସେଠାକାର ସ୍ଥିତି ଦେଖି ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ। ପ୍ରତି ମୃତଦେହ ମୁହଁରୁ ପଲିଥିନ୍ କାଢ଼ି ପରିବାର ସଦସ୍ୟ ଶେଷରେ ନିଜ ସମ୍ପର୍କୀୟଙ୍କୁ ଖୋଜି ପାଇଥିଲେ।
Posted inକରୋନା ଭାଇରସ୍, ଜାତୀୟ View All
ବଢ଼ିଛି ଦ୍ୱନ୍ଦ୍ୱ ମନୋବୃତ୍ତି
ନୂଆଦିଲ୍ଲୀ, ୧୫ା୬: ପୂର୍ବ ଲଦାଖ ସ୍ଥିତ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ପୂରିଛି। ଏବେ ବି ପ୍ରକୃତ...
କୋଭିଡ୍ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍ସି)...
ସନ୍ତାନ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା, ଡାକ୍ତର କରିଦେଲେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର; ଆଉ ତା’ ପରେ…
ରାଞ୍ଚି,୨୦ା୬: ଜଣେ ମହିଳା ସଦର ହସ୍ପିଟାଲରେ ସନ୍ତାନ ପ୍ରସବ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରମାନେ କାହାକୁ କିଛି ନ ପଚାରି ମହିଳାଙ୍କର...
ବ୍ଲାକ୍ ଫଙ୍ଗସ୍ ଔଷଧ ଟିକସ ମୁକ୍ତ
ନୂଆଦିଲ୍ଲୀ, ୧୨।୬: ବ୍ଲାକ୍ ଫଙ୍ଗସ୍ ଔଷଧକୁ ସରକାର ଟିକସ ମୁକ୍ତ କରିଛନ୍ତି। ଶନିବାର ଜିଏସ୍ଟି କାଉନସିଲ ବୈଠକ ପରେ ରେମ୍ଡେସିଭିର ଭଳି କୋଭିଡ୍-୧୯ ଔଷଧ ଏବଂ...
ବଲିଉଡ୍ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍ରେ ମଦ କିଣିବା
ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା...
ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…
ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...
ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
ଲକ୍ଷ୍ନୌ,୧୬।୬: ଉତ୍ତରପ୍ରଦେଶର ସାମଜବାଦୀ ପାର୍ଟି (ଏସ୍ପି)ର ବରିଷ୍ଠ ନେତା ତଥା ଲୋକ ସଭା ଏମ୍ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଗତ କିଛି...
ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା
କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...


