ନୂଆଦିଲ୍ଲୀ,୨।୬: ବିଶ୍ୱସ୍ତରରେ ଉପଲବ୍ଧ ହେଉଥିବା କୋଭିଡ୍-୧୯ ଟିକା ଭାରତରେ ବିନା କ୍ଲିନିକାଲ ପରୀକ୍ଷା ଏବଂ ଅନୁମୋଦନରେ ବ୍ୟବହାର ହୋଇପାରିବ। ଭାରତର ଔଷଧ ମହାନିୟନ୍ତ୍ରକ (ଡିଜିଜିଆଇ) ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଟିକାଗୁଡ଼ିକ ଆମେରିକାର ଏଫ୍ଡିଏ, ଏଏମ୍ଏ, ବ୍ରିଟେନ୍ର ଏମ୍ଏଚ୍ଆର୍ଏ, ଜାପାନର ପିଏମ୍ଡିଏ ଦ୍ୱାରା ବ୍ୟବହାର ପାଇଁ ଅନୁମତି ପାଇଛି। ଭାରତରେ ଏହି ସବୁ ଟିକାର ଆଉ ପରୀକ୍ଷା କରାଇବା କିମ୍ବା ପରୀକ୍ଷା ପରବର୍ତ୍ତୀ ଅନୁମୋଦନର ଆବଶ୍ୟକ ପଡ଼ିବ ନାହିଁ। ଫାଇଜର ଏବଂ ମଡର୍ନା ଟିକା କ୍ଷେତ୍ରରେ ଏହି ନିୟମ ଲାଗୁ ହେବାକୁ ଯାଉଛି। ପୂର୍ବରୁ ଆଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଏବଂ ରୁଷିଆର ସ୍ପୁଟ୍ନିକ୍ ଭି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେବେ ଚାଇନା ଟିକା ଏହି ନିୟମ ପରିସରରେ ଆସିବ କି ନାହଁ ତାହା ସ୍ପଷ୍ଟ ହୋଇନାହିଁ। ଭାରତରେ କୋଭିଡ୍ ଟିକା ନିଅଣ୍ଟ ଭରଣା ପାଇଁ ତୁରନ୍ତ ବିଦେଶରୁ ଟିକା ଆଣିବା ଜରୁରୀ ହୋଇପଡ଼ିଥିବାରୁ ନିୟମରେ କୋହଳ କରାଯାଇଛି।
କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ
ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି...
ତୃତୀୟ ଲହର ଆସିବାକୁ ବେଶୀ ସମୟ ଲାଗିବ ନାହିଁ
ମୁମ୍ବାଇ, ୧୭।୬: ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହର ଦେଖାଦେଇପାରେ ବୋଲି ରାଜ୍ୟ କୋଭିଡ୍-୧୯ ଟାସ୍କଫୋର୍ସ ପକ୍ଷରୁ ସତର୍କ କରିଦିଆଯାଇଛି।...
ପୂର୍ବତନ ଗୃହମନ୍ତ୍ରୀଙ୍କ ଘରେ ଇଡିର ଚଢ଼ାଉ
ମୁମ୍ବାଇ,୨୫।୬: ପଦ ଛାଡ଼ିବା ପରେ ବି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିବାଦ ଥମିବାର ନା ନେଉନି। ଶୁକ୍ରବାର ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ...
ଆଇଶାଙ୍କ ବିରୋଧରେ ଦେଶଦ୍ରୋହ
କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଲା ପ୍ରଥମ ଜୀବନ…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ର...
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ…
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...
୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩
ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍ ଓ୍ବାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସରେ ଇଣ୍ଡିଆନ ଇନ୍ଷ୍ଟଚ୍ୟୁଟ୍...
ଭୁଲ ମାଗିଲା ଗୁଗଲ
ବେଙ୍ଗାଲୁରୁ,୩।୬: ଭାରତର ସବୁଠୁ ଖରାପ ଭାଷା ଲେଖି ଗୁଗଲରେ ସର୍ଚ୍ଚ କଲେ ଉତ୍ତର ଆସୁଥିଲା କନ୍ନଡ଼। ଏ ନେଇ ମୁଣ୍ଡ ଟେକିଛି ବିବାଦ। ବିଶ୍ୱର ଲୋକପ୍ରିୟ...


