ଭୁବନେଶ୍ୱର, ୩।୬(ବ୍ୟୁରୋ): ବାତ୍ୟା ‘ୟାସ୍’ କାରଣରୁ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଏବଂ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ରହିଛି। ୧୫୦ ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସ ଜରିଆରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ସମୀକ୍ଷା କରିଥିବାବେଳେ ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଏହି ତଥ୍ୟ ଉପସ୍ଥାପନା କରିଛନ୍ତି।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଜିଲା ପ୍ରଶାସନର ଉଦ୍ୟମରେ ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍ ସମୟ ମଧ୍ୟରେ ହୋଇପାରିଛି। ଏହି ସମସ୍ତ କାର୍ଯ୍ୟର ଡକ୍ୟୁମେଣ୍ଟେଶନ କରିବାର ଆବଶ୍ୟକତା ରହିଛି। ବାତ୍ୟା ଲ୍ୟାଣ୍ଡଫଲ୍ ପୂର୍ବର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପୁନରୁଦ୍ଧାର କାର୍ଯ୍ୟର ଡକ୍ୟୁମେଣ୍ଟେଶନ କରାଗଲେ, ଏହା ଆଗାମୀ ଦିନରେ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ବାତ୍ୟାରେ ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ ଡିଜି ସେଟ୍, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ନିୟୋଜିତ ହୋଇଥିଲା।
ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦେଇ ଏସ୍ଆର୍ସି କହିଛନ୍ତି, ସମୁଦ୍ର ଉପକୂଳବର୍ତ୍ତୀ ଜିଲାର ଜମିରେ ଲୁଣିପାଣି ମାଡ଼ିଯିବାରୁ ଖରିଫ ଫସଲରେ ବାଧା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକଙ୍କୁ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରି ପରାମର୍ଶ ଦେବାକୁ କୁହାଯାଇଛି। ବୈଜ୍ଞାନିକମାନେ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଖୁବ୍ଶୀଘ୍ର ଏହାର ରିପୋର୍ଟ ଆସିବ। ରିଲିଫ୍ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି।
ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାତ୍ୟାରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ୯୯.୮% ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି। ୨୩୦ ନୂଆ ଟ୍ରାନ୍ସଫର୍ମର ଲଗାଯାଇଛି। ବାତ୍ୟାରେ ବିଭାଗର ୧୫୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିୟୋଜିତ ହୋଇଥିଲା। ମେ’ ୩୧ ସୁଦ୍ଧା ସମସ୍ତ ନଳକୂପ, ପାନୀୟ ଜଳ ଉତ୍ସକୁ ବିଶୋଧନ କରାଯାଇଛି। ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର, ପଞ୍ଚାୟତ ରାସ୍ତାର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାତ୍ୟା ଯୋଗୁ ୮ ସହରାଞ୍ଚଳର ୫୮ଟି ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ କ୍ଷତିଗ୍ରସ୍ତ ହୋଇଥିଲା। ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ଅନ୍ୟ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ବାତ୍ୟାରେ ଜଳସମ୍ପଦ ବିଭାଗର ୧୦୮ କୋଟି, ପୂର୍ତ୍ତ ବିଭାଗର ୭୫ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୨୪୬ କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲାର ଜିଲାପାଳମାନେ ଆଲୋଚନାରେ ଭାଗନେଇ ବର୍ତ୍ତମାନର ଆବଶ୍ୟକତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ।
ଟିକା ନେବା ସତ୍ତ୍ୱେ ସଂକ୍ରମଣ: କାରଣ ଖୋଜିବ ୮ଜଣିଆ କମିଟି
ଭୁବନେଶ୍ୱର, ୨୦।୬(ବ୍ୟୁରୋ): କରୋନା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଟିକା। ବାରମ୍ବାର ପରୀକ୍ଷଣ ପରେ ଏବେ ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି।...
ତୈଳ, ଗ୍ୟାସ ବିତରଣକାରୀଙ୍କୁ ଟିକା
ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱରଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ଆୟୋଜିତ ୭ଦିନିଆ ‘କୋଭିଡ୍-୧୯ ଟିକାକରଣ ଶିବିର’କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଉଦ୍ଘାଟନ କରିଛନ୍ତି...
କେନ୍ଦ୍ରକୁ ଓଡ଼ିଶାର ଚିଠି
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ଅନୁପାତରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତ ଟିକା...
ଏମ୍କେସିଜି କୋଭିଡ୍ ହସ୍ପିଟାଲ-୧ ବନ୍ଦ
ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...
ଡଙ୍ଗରିଆ କନ୍ଧ ଜନଜାତିଙ୍କ ‘ଶ୍ରମ ସମବାୟ’ ସମ୍ପର୍କରେ ଜାଣିବେ ଦର୍ଶକ
ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍ରେ ବସବାସ କରିଥାନ୍ତି । ସେମାନଙ୍କର ମୁଖ୍ୟ ପେସା...
ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି
ଭୁବନେଶ୍ୱର,୩ା୫(ବ୍ୟୁରୋ): ରବିବାର ରାଜ୍ୟରୁ ୪୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
ହାତଗଣ୍ଠି ପୂର୍ବରୁ ଉଠିଲା କୋକେଇ
ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ।...
ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା
ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ...


