ପୁରୀ ଅଫିସ, ୩।୬: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ବୁଧବାର ରଥଯାତ୍ରା ପାଇଁ ତିନିରଥର ଦଉଡ଼ି ଏବଂ ଘେର ଦଉଡ଼ି ପୁରୀରେ ପହଞ୍ଚତ୍ଛି। ଏକ ଟ୍ରକ ଯୋଗେ ପୁରୀରେ ୧୪ଟି ରଥ ଦଉଡ଼ି ଏବଂ ୬ଟି କର୍ଡନ ଦଉଡ଼ି ପହଞ୍ଚତ୍ଛି। ସମୁଦାୟ ୨୦ଟି ଦଉଡ଼ିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ପୁରୀ ଜିଲା ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମ ରଥଯାତ୍ରା ପାଇଁ ସମସ୍ତ ରଥ ଦଉଡ଼ି ନିର୍ମାଣ କରିଛି। ପ୍ରାୟ ଏକ ମାସ ଧରି ୧୪ଜଣ କାରିଗର କୋଭିଡ୍ କଟକଣା ମାନି ଦଉଡ଼ିଗୁଡିକୁ ପ୍ରସ୍ତୁତ କରିଛନ୍ତି। ଆସିଥିବା ରଥ ଦଉଡ଼ିଗୁଡିକର ଲମ୍ବ ୨୨୦ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ଇଞ୍ଚ। ସେହିପରି ଆଉଟଡୋର କର୍ଡନ ବା ବାହାର ଘେର ଦଉଡ଼ିର ଲମ୍ବ ୪୫୦ ଫୁଟ ହୋଇଥିବା ବେଳେ ୪ଇଞ୍ଚ ଗୋଲେଇ ରହିଛି। ଇନର କର୍ଡନର ଲମ୍ବ ୧୦୦ ମିଟର ସହ ଗୋଲେଇ ୪ ଇଞ୍ଚ ରହିଛି। ତେବେ ସମସ୍ତ ରଥ ଦଉଡ଼ିକୁ ସୁରକ୍ଷିତ ଭାବରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଖାଯାଇଛି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ
କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍ ପୋଲିସକୁ ମିଳିଳାଣି ବିପୁଳ ପରିମାଣର...
ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ
କଟକ ଅଫିସ, ୨୬।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଶୁକ୍ରବାର ହାଇକୋର୍ଟରୁ...
ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ
ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...
ଶତାଧିକ ଲୋକଙ୍କ ଇନ୍ଦିରାଆବାସ ଅର୍ଥ ହଡ଼ପ
ମହାକାଳପଡ଼ା,୧୧।୬ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୧୯୯୯ ମହାବାତ୍ୟା ବହୁ ଧନଜୀବନ ନଷ୍ଟ କରିଥିଲା। ଗରିବ ଲୋକଙ୍କ ପାଇଁ ସରକାର ଦେଇଥିବା ଇନ୍ଦିରା ଆବାସ...
୭୫୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ୭୫୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁରୁବାର ନିଯୁକ୍ତିପତ୍ର ଦିଆଯାଇଛି। ଆସନ୍ତା ୭ଦିନ ମଧ୍ୟରେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ...
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର...
ଟିକା ନେଇନାହାନ୍ତି ୧,୯୭,୨୧୭ କୋଭିଡ୍ ଯୋଦ୍ଧା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଟିକା ନେଇନାହାନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା। ନାମ ପଞ୍ଜୀକରଣ କରି ମଧ୍ୟ ୧,୯୭,୨୧୭ ଜଣ କୋଭିଡ୍ ଯୋଦ୍ଧା ଟିକା ନେଇନାହାନ୍ତି।...
‘ପାଖରେ ଟଙ୍କା ନାହିଁ ଘର ଚଳିବ କେମିତି’
ରାଉରକେଲା/ସୁନ୍ଦରଗଡ଼,୪।୬: ଲକଡାଉନ ଓ ଶଟଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଦୀର୍ଘ ଦିନ ହେଲା ଦୋକାନ ବନ୍ଦ ପଡିଥିବା ବେଳେ ବର୍ତ୍ତମାନ ସେମାନଙ୍କ...


