ବାରିପଦା ଅଫିସ, ୨୨।୬-ମହାମାରୀ କରୋନା ଯୋଗୁ କିଣା ବିକା ହୋଇ ନ ପାରି ମୟୂରଭଞ୍ଜ ଜିଲାର ୨୧ ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କାର ଟସର ପଡ଼ିରହିଛି । ଦୀର୍ଘ ଦିନ ଧରି ଜମା ହୋଇରହିବାରୁ ଏହାର ଗୁଣାତ୍ମକ ମାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଏହି ଚାଷ ଉପରୁ ଚାଷୀ ମୁଁହ ଫେରାଇବାକୁ ବସିଲେଣି।
ଜିଲାରେ ଥିବା ଆଦିବାସୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଟସର ଚାଷକୁ ଗୁରୁତ୍ୱ ଦିଆଯାଇଥିଲା । ଚାଷ କରି ରେଶମ ଉତ୍ପାଦନ ତଥା ରେଶମ ଚାଷକୁ ଉପାର୍ଜନର ପନ୍ଥା ରୂପେ ଚାଷୀମାନେ କିପରି ଗ୍ରହଣ କରିବେ ସେଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଟସର ବୋର୍ଡ ଦ୍ୱାରା ୧୯୭୫ରେ ବାଙ୍ଗରିପୋଷିଠାରେ ଏକ ଗବେଷଣା ସମ୍ପ୍ରସାରଣ କେନ୍ଦ୍ର ଖୋଲାଯାଇଥିଲା। ଲାଭଜନକ ଟସର ଚାଷକୁ ଉପାର୍ଜନର ପନ୍ଥା ଭାବେ ଅଞ୍ଚଳବାସୀ ଆପଣାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ବାଙ୍ଗିରିପୋଷି ଟସର ସମବାୟ ସମିତିରେ ୭୪ଲକ୍ଷ ଟଙ୍କାର ଟସର ବିକ୍ରି ନ ହୋଇ ପଡ଼ିରହିଛି। ଜିଲାର ମୋରଡ଼ା, ଶୁଳିଆପଦା, କୁଳିଅଣା, ସାରସକଣା, ବାରିପଦା, ବିଶୋଇ, ଠାକୁରମୁଣ୍ଡା, ଶାମାଖୁଣ୍ଟା ଓ କପ୍ତିପଦା ବ୍ଲକରେ କାର୍ଯ୍ୟ କରୁଥିବା ୨୧ଟି ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କା ମୂଲ୍ୟର ଟସର ପଡ଼ିରହିଛି। ଏଠାକାର ଟସରର ଉଚ୍ଚ ଗୁଣାତ୍ମକ ମାନ ରହୁଥିବାରୁ ଓଡ଼ିଶାର ବିଭିନ୍ନ ଜିଲାରୁ ବୁଣାକାର ସୋସାଇଟିମାନେ ଆସି ଟସର କିଣିଥାନ୍ତି ବୋଲି ଆମ୍ବଡ଼ିହାର ଚାଷୀ ମଙ୍ଗଳା ସୋରେନ ଓ ଉପରବେଡ଼ାର କାହ୍ନୁଚରଣ ମାରାଣ୍ଡି କହିଛନ୍ତି।
ରାଜ୍ୟରେ କେବଳ ସରକାରୀ ଭାବେ ଟସର କିଣାବିକା ହୋଇଥାଏ। ଉତ୍ପାଦିତ ଟସର ବିଭାଗୀୟ ବିପଣନ ବିଭାଗ ଭୁବନେଶ୍ୱରଙ୍କ ମାଧ୍ୟମରେ ବିଭିନ୍ନ ବୁଣାକାର ସୋସାଇଟି କିଣିଥାନ୍ତି। କରୋନା କଟକଣା ପାଇଁ କିଣାବିକା ବନ୍ଦ ଥିବାରୁ ବୁଣାକାର କୋ ଅପରେଟିଭ୍ ସୋସାଇଟି ସେସବୁ କିଣିବା ପାଇଁ ଆସୁନାହାନ୍ତି। ଫଳରେ ଦୀର୍ଘ ଦିନ ରହିବା ଦ୍ୱାରା ତା’ର ଗୁଣବତ୍ତା ନଷ୍ଟ ହେବାକୁ ବସିଲାଣି। ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ଖୋଲା ବଜାରରେ କିଣାବିକା ଥିବାରୁ ସେଠାରେ ସ୍ବାଭାବିକ ବିକ୍ରି ଚାଲିଛି। ତେବେ ଟସର ବିକ୍ରି ନ ହେଲେ ମଧ୍ୟ ଓଡ଼ିଶା ଟସର ଆଣ୍ଡ ସିଲ୍କ ଫେଡ଼େରଶନ ପକ୍ଷରୁ ଚାଷୀଙ୍କୁ ଅଗ୍ରୀମ ପ୍ରାପ୍ୟ ମିଳିସାରିଛି। ଜିଲାରେ ଟସର ଚାଷରୁ ମୋଟ ୩୦ହଜାର ଲୋକ ଉପକୃତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ପ୍ରତିଶତ ଆଦିବାସୀ ବର୍ଗର ଓ ୮ପ୍ରତିଶତ ଅନ୍ୟାନ୍ୟ ବର୍ଗର। ତେବେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମସ୍ୟା ଯୋଗୁ ଜିଲାରେ ଟସର ଉତ୍ପାଦନ ହ୍ରାସ ଘଟୁଛି ବୋଲି ଦାନାଦାର ଗ୍ରାମର ଚାଷୀ ମୁକୁଳ ନାଏକ ପ୍ରକାଶ କରିଛନ୍ତି । ଅତୀତରେ ଦୈନିକ ସହସ୍ରାଧିକ ପରିବାର ରେଶମ ଉତ୍ପାଦନକୁ ମୁଖ୍ୟ ବୃତ୍ତି ଭାବେ ବାଛି ପରିବାର ପ୍ରତିପୋଷଣ ଓ ଜୀବିକା ନିର୍ବାହ କରିବା ପାଇଁ ପ୍ରଶିକ୍ଷଣ ନେଉଥିଲେ। ଏପରିକି ଉକ୍ତ କେନ୍ଦ୍ରକୁ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ତଥା ରାଞ୍ଚିିସ୍ଥିତ କେନ୍ଦ୍ରୀୟ ଟସର ଗବେଷଣା କେନ୍ଦ୍ରରୁ ବହୁ ଛାତ୍ରୀଛାତ୍ର ଓ ଗବେଷକମାନେ ଆସିଥାନ୍ତି। ଏବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ଶ୍ରମିକ ସମସ୍ୟା ପାଇଁ ଟସର ଚାଷୀ ଚାଷ କାର୍ଯ୍ୟ କରିବାକୁ ଭୟ କରୁଛନ୍ତି । ୩୦ହଜାର ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ୭ହଜାର ଚାଷୀ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଛନ୍ତି। ଟସର ଚାଷ ଏକ ଲାଭପ୍ରଦ ଚାଷ ହୋଇଥିଲେ ମଧ୍ୟ ଦିନକୁ ଦିନ ଉତ୍ପାଦନ ହ୍ରାସ ଘଟିବା ଯୋଗୁ ଏହା ଅସ୍ତିତ୍ୱ ହରାଇବାର ଆଶଙ୍କା ଦେଖାଦେଲାଣି। ରେଶମ ଚାଷର ବିକାଶ ଓ ଟସର ଚାଷୀଙ୍କ ସ୍ଥିତି ସୁଦୃଢ଼ କରିବାକୁ ଉତ୍ପାଦନଠାରୁ ଆରମ୍ଭ କରି ମାର୍କେଟିଂ ପର୍ଯ୍ୟନ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଜାମୁକୁଣ୍ଡାର ମହେନ୍ଦ୍ର ସିଂ, କଳାପାଣିର ପାନିକା ସିଂ, ସାମାୟ ସିଂ ଏବଂ ଆମ୍ବଡ଼ିହାର ରମେଶ ହାଁସଦା ପ୍ରମୁଖ ଅଗ୍ରଣୀ ଚାଷୀ ଦାବି କରିଛନ୍ତି ।
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...
ଏମ୍ସରେ ଲାଗିବ ଏକ୍ମୋ ମେଶିନ
ଭୁବନେଶ୍ୱର,୧୦।୬: ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଲାଗିବ ୨ଟି ଏକ୍ମୋ ମେଶିନ। ଜୁନ ଶେଷ ସୁଦ୍ଧା ଏହି ମେଶିନ ଲାଗିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର...
ଏକ୍ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି
ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ...
‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍ ଆକ୍ରାନ୍ତ’
ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍ ସମସ୍ୟାରେ ପୀଡିତ ହେଉଛନ୍ତି ।...
ଅଖାରେ ପୂରାଇ ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଲେ
ବଡ଼ବିଲ,୯।୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ୪ନଂ. ଓ୍ବାର୍ଡ ଅନ୍ତର୍ଗତ ଭୁଷୁଗାଁରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଜରି...
ଓ୍ବେବ୍ସାଇଟରେ ପ୍ରଭାବ ଏବଂ ପଇସା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ...
ରାଜଧାନୀରୁ ଆଉ ୯୭୪ ସଂକ୍ରମିତ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…
ଭୁବନେଶ୍ୱର,୧।୬(ବ୍ୟୁରୋ): ସଂକ୍ରମଣରେ ରୋକ୍ ଲାଗୁନି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଆଉ ୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୦ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ...


