ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ ନେଇ ଲୋକେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାବେଳେ ‘ଷ୍ଟପ୍ କରୋନା’ ନାମକ ଔଷଧ ଧରାଇ ୨ଶହରୁ ୧୫ଶହ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି। ଏଭଳି ଏକ ଅଭିଯୋଗ ପାଇବାପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗୁରୁବାର ଏୟାରଫିଲ୍ଡ ଥାନା ସୁନ୍ଦରପଦାସ୍ଥିତ ଏକ କ୍ଲିନିକ୍ରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୦ହଜାର ଟଙ୍କାର ଔଷଧ ଜବତ କରିଛନ୍ତି। ଏଥିସହ ବିନା ଲାଇସେନ୍ସରେ ଏଭଳି ଔଷଧ ବିକ୍ରି କରିଥିବା ଅଭିଯୋଗରେ ମାନସ ରଞ୍ଜନ ପାତ୍ର (୪୭)ଙ୍କ ନାମରେ ଡ୍ରଗ୍ସ ଆଣ୍ଡ୍ କସ୍ମେଟିକ୍ସ ଆକ୍ଟ ଧାରା ୧୮(ସି)ରେ ଏକ ମାମଲା ରୁଜୁ କରାଯାଇଛି। ଜବତ ଔଷଧକୁ ପରୀକ୍ଷା ପାଇଁ ଦିଲ୍ଲୀ ଗାଜିଆବାଦକୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ସୂଚନା ଦେଇଛନ୍ତି। ଉକ୍ତ ନକଲି ଡାକ୍ତରଙ୍କଠାରୁ ଔଷଧ ସେବନ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଯେ, ସୁନ୍ଦରପଦାର କୋକିଳ ଭିଲ୍ଲାରେ ମାନସ ନିଜ ଭଡ଼ା ଘରେ ‘ଷ୍ଟପ୍ କରୋନା’ ନାମରେ ଔଷଧ ଦେଉଥିବା ଖବର ମିଳିବା ପରେ ‘ଧରିତ୍ରୀ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଧରିତ୍ରୀ ପ୍ରତିନିଧି ରୋଗୀ ସାଜି ଉକ୍ତ କ୍ଲିନିକ୍ରେ ପହଞ୍ଚତ୍ ସମ୍ପୃକ୍ତ ଡାକ୍ତରଙ୍କୁ କେତେକ ଲକ୍ଷଣ କହିଥିଲେ। ଏହାପରେ ମାନସ ୨୦୦ଟଙ୍କା ନେଇ ଏକ ୧୦ ଗ୍ରାମର ପ୍ଲାଷ୍ଟିକ ବୋତଲରେ ‘ଷ୍ଟପ୍ କରୋନା’ ହାତ ଲେଖାଥିବା ତରଳ ଔଷଧ ଦେଇଥିଲେ। ଏହାକୁ ଖାଇଲେ ଜୀବନରେ କେବେ କରୋନା ପାଖ ମାଡ଼ିବ ନାହିଁ। ବହୁ ବଡ଼ ବଡ଼ ଅଧିକାରୀ ଓ ପ୍ରତିଷ୍ଠିତ ଗଣମାଧ୍ୟମ କର୍ମଚାରୀ ଏହାକୁ ଖାଇ ଭଲ ହୋଇଛନ୍ତି। ଆଗାମୀ ଦିନରେ ଏଠାରେ ଏକ କରୋନା ହସ୍ପିଟାଲ ଖୋଲାଯିବ ବୋଲି କହିଥିଲେ। ତେବେ ତାଙ୍କର ଔଷଧ ଓ କ୍ଲିନିକ୍ର ବୈଧତା ଜାଣିବା ପାଇଁ ଆମ ପ୍ରତିନିଧି ଏ ସମ୍ପର୍କରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେପରି କାହାକୁ ଅନୁମତି ଦିଆଯାଇ ନ ଥିବା କହିଥିଲେ। ଗୁରୁବାର ପୂର୍ବାହ୍ନରେ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି, ତୁଷାର ରଞ୍ଜନ ପାଣିଗ୍ରାହୀ, ପି.କେ. ଲେଙ୍କା, ସୁଦର୍ଶନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ମାନସଙ୍କ ଘରେ ଚଢ଼ାଉ କରିଥିଲା। ସେତେବେଳେ ସେଠାରେ ୫ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ପ୍ରଥମେ ମାନସ ଡ୍ରଗ୍ସ ଅଧିକାରୀଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ। ଔଷଧ ବିକ୍ରି ଓ ଚିକିତ୍ସା ପାଇଁ ଲାଇସେନ୍ସ ମାଗିବାରୁ ସେ କିଛି ଦେଖାଇପାରି ନ ଥିଲେ। ମାନସ କହିଥିଲେ, ସେ ଯୁକ୍ତ ୨ ବିଜ୍ଞାନ ପଢିଛନ୍ତି। ଗତବର୍ଷ କରୋନା ଆରମ୍ଭ ହେବାପରେ ଏହି ହୋମିଓପାଥିକ କ୍ଲିନିକ୍ ଖୋଲି ନିଜେ ‘ଷ୍ଟପ୍ କରୋନା’ ଔଷଧ ତିଆରି କରି ଲୋକଙ୍କୁ ଦେଉଛନ୍ତି। ଏଥିସହ କ୍ୟାନ୍ସସର, ଡାଇବେଟିସ ଆଦି ବିଭିନ୍ନ ପ୍ରକାର ରୋଗର ଓଷଧ ନିଜେ ତିଆରି କରୁଥିବା ସେ ଡ୍ରଗ୍ସ ଅଧିକାରୀଙ୍କ ଆଗରେ ସ୍ବୀକାର କରିଥିଲେ।
ତୃତୀୟ ମହଲା ଭୟ ଦେଖାଇଲେ
ନକଲି ଡାକ୍ତର ସାଜିଥିବା ମାନସ ଡ୍ରଗ୍ସ ଅଧିକାରୀଙ୍କ ଚଢ଼ାଉ ସମୟରେ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ ମଧ୍ୟ ପରେ କିନ୍ତୁ ଭ୍ରୂକ୍ଷେପ କରି ନ ଥିଲେ। ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ସର୍ବ ସମ୍ମୁଖରେ ସିଗାରେଟ ଟାଣିଥିଲେ। ନିଜକୁ ରାଜ୍ୟ ସଚିବାଳୟ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସମ୍ପର୍କୀୟ ବୋଲି କହି ଭୟ ଦେଖାଇଥିଲେ।
ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି
ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା...
ସ୍ନାନ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରି ଗଜପତି ମହାରାଜା...
ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୬ ଜୀବନ
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ସଂକ୍ରମଣ କମ୍ ଦେଖାଇବାକୁ ଷଡ଼ଯନ୍ତ୍ର
ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ରେ ମଧ୍ୟ...
ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି
ଭୁବନେଶ୍ୱର,୩ା୫(ବ୍ୟୁରୋ): ରବିବାର ରାଜ୍ୟରୁ ୪୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...
ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ
ଭୁବନେଶ୍ବର,୧୯।୬: ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର...
ଆଜିଠାରୁ ୧୮ରୁ ୪୪ଙ୍କୁ ଦ୍ୱିତୀୟ ଡୋଜ୍ ଟିକା
ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ପାଇଁ...


