ଚାଇନାର ଜଣେ ପର୍ବତାରୋହଣକାରୀ ବିନା ଦୃଷ୍ଟିଶକ୍ତିରେ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ୪୪ ବର୍ଷୀୟ ଝାଙ୍ଗ ହୋଙ୍ଗ୍ ଏପରି କରିବାରେ ଏସିଆ ମହାଦେଶର ପ୍ରଥମ ଏବଂ ବିଶ୍ୱର ତୃତୀୟ ବ୍ୟକ୍ତି ହୋଇଛନ୍ତି। ଶେର୍ପା ଏବଂ ଗାଇଡ୍ଙ୍କ ସହଯୋଗରେ ଝାଙ୍ଗ ମେ’ ୨୪ରେ ନେପାଳ ପଟରୁ ଏଭରେଷ୍ଟ ଆରୋହଣ କରିଥିଲେ। ୨୦୦୧ରେ ଏହି ପର୍ବତଶୃଙ୍ଗରେ ଚଢ଼ିଥିବା ଆଉ ଜଣେ ନେତ୍ରହୀନ ଆମେରିକୀୟ ପର୍ବତାରୋହଣକାରୀ ଏରିକ୍ ଓ୍ବେଇହେନ୍ମେୟରଙ୍କ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ ବୋଲି ଝାଙ୍ଗ୍ କହିଛନ୍ତି। ଅଷ୍ଟ୍ରିଆର ଜଣେ ଦୃଷ୍ଟିହୀନ ପର୍ବତାରୋହଣକାରୀ ଏଭରେଷ୍ଟ ଶୃଙ୍ଗକୁ ଯାଇ ସଫଳତାର ସହ ଫେରିଥିଲେ। ୨୧ ବର୍ଷର ହୋଇଥିବାବେଳେ ଗ୍ଲୁକୋମାରେ ପୀଡ଼ିତ ହୋଇ ଝାଙ୍ଗ୍ଙ୍କ ଦୃଷ୍ଟିଶକ୍ତି ନଷ୍ଟ ହୋଇଥିଲା। ଏଭରେଷ୍ଟ ଆରୋହଣ କରିବା ପୂର୍ବରୁ ସେ ୫ ବର୍ଷ ଟ୍ରେନିଂ ନେଇଥିଲେ ବୋଲି କହିଛନ୍ତି।
ସୁନାର ହୋଟେଲ
ଭିଏତ୍ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। ତା’ର ଚମକ କିମିଆଁ କରିବ। କାରଣ ଏହି ହୋଟେଲଟି ସମ୍ପୂର୍ଣ୍ଣଭାବେ...
ମଣିଷଙ୍କ ପାଇଁ ଲାଞ୍ଜ; ଚାହୁଁଥିଲେ ପାଇପାରିବେ
କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ।...
ପୃଥିବୀ ମୁହାଁ ବିରାଟ ଗ୍ରହାଣୁପିଣ୍ଡ: ଜୁନ୍ ୨୫ରେ କରିବ ଅତିକ୍ରମ…
ଓ୍ବାଶିଂଟନ,୧୫।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆଉ ଏକ ନୂଆ ବିପଦ ଆଶଙ୍କା ଦେଖାଦେଇଛି। ବିରାଟ ଗ୍ରହାଣୁପିଣ୍ଡ ୪୪୧୯୮୭...
୧୫ ମିନିଟ୍ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର
ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...
ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ
ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍ ସ୍କଲାରଶିପ୍ ବାବଦେ ୪୮୦...
୧୦ ଜୁନ୍ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …
ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍ରୁ ସନ୍ଧ୍ୟା ୬ଟା ୪୧...
ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍କୁ ପାଳନ କରାଯାଇ ଯୋଗ ଦିବସ...
ଏହି ମୁସ୍ଲିମ୍ ଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି
ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ...


