ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୩।୬(ବ୍ୟୁରୋ/ (ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର କମ୍ୟୁନିଟି ସେଣ୍ଟରରେ ଘରେ ଘରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କରାଯାଉଛି। ଏକାମ୍ର ନିର୍ବାଚନମଣ୍ଡଳୀର ତେଜସ୍ବିନୀ ମିଶନ ଶକ୍ତି ମହାସଂଘ ସହଯୋଗରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ା ମାସ୍କ ପ୍ରତ୍ୟେକ ଘରେ ନିଃଶୁଳ୍କ ବଣ୍ଟନ କରାଯିବ। ଏହା ଦ୍ୱାରା ମହିଳାମାନେ ମାସ୍କ ତିଆରି କରି ଆର୍ଥିକ ସ୍ବାବଲମ୍ବୀ ହେବେ। ଏଥିସହିତ ମନ୍ତ୍ରୀ ପଣ୍ଡା ପ୍ରତ୍ୟେକ ୱାର୍ଡର କୋଭିଡ୍ ଯୋଦ୍ଧାମାନଙ୍କୁ ପିପିଇ କିଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ତେଜସ୍ବିନୀ ସଭାପତି ମହାମାୟା ସ୍ବାଇଁ, ସମ୍ପାଦିକା ସଂଯୁକ୍ତା ଭୂତିଆ, ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀ, ବିଏମ୍ସି ଜେଡିସି ଅଂଶୁମାନ ରଥ, ରବିନାରାୟଣ ଜେଠି, ସିଡିପିଓ ସାରାଣୀ ଦେବୀ, ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା, ସୁଜି ସ୍ବାଇଁ, ରୁନୁ ଜେନା, ତେଜସ୍ବିନୀର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Posted inକରୋନା ଭାଇରସ୍, ମେଟ୍ରୋ View All
ରାଜ୍ୟରେ ଆଜି ୩,୫୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୫୩୫ କରୋନା ଆକ୍ରାନ୍ତ...
ଏଥର ସ୍ବାଭାବିକ ମୌସୁମୀ
ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା: ସନ୍ଦେହ ଘେରରେ ଆମେରିକା ମହାମାରୀ ବିଶେଷଜ୍ଞ…
ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ...
୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର...
ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ...
ଦ୍ୱାଦଶ ପରୀକ୍ଷା ନେଇ ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୧।୬: ବୋର୍ଡ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଦ୍ୱାଦଶ ଶ୍ରେଣୀର...
ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଶିକ୍ଷା ଗୁରୁ
ଭୁବନେଶ୍ୱର,୪।୬(ବ୍ୟୁରୋ): ଡ. ବିଜୟ କୁମାର ସାହୁ। ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ। ୧୯୬୩ ଜୁନ୍ ୧ରେ ଖୋର୍ଦ୍ଧା ଜିଲାରେ ଜନ୍ମଗ୍ରହଣ କରିଥିବା ବିଜୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ...


