ଚର୍ଚ୍ଚାରେ ଥିବା ବଲିଉଡ୍ ଫିଲ୍କ ‘ଶେର୍ନି’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କ ନୂଆ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍ ବେଶ୍ ଉତ୍ସାହିତ ଅଛନ୍ତି। ବିଦ୍ୟା ଏହି ଟ୍ରେଲରକୁ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ‘ସାହସୀ, ଦୃଢ, ନିର୍ଭିକ ହୁଅ; ଏବେ ଶେର୍ନି ଗର୍ଜନ କରିବାର ସମୟ ଆସିଛି’ ବୋଲି ବିଦ୍ୟା ପୋଷ୍ଟରେ ଲେଖିଛନ୍ତି। ଅଢ଼େଇ ମିନିଟ୍ର ଏହି ଟ୍ରେଲରରେ ବିଦ୍ୟାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ଏଥିରେ ସେ ଜଣେ ବନବିଭାଗ ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଗାଁ ଲୋକଙ୍କ ପାଇଁ ବିପଦ ସାଜିଥିବା ଏକ ବାଘ ଧରିବା ମିଶନରେ ବିଦ୍ୟା ବାହାରିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ସଂରକ୍ଷଣ ସମେତ ମହିଳା ସଶକ୍ତୀକରଣ ବାର୍ତ୍ତା ମଧ୍ୟ ଚଳଚ୍ଚିତ୍ରରେ ରହିଛି। ଅମିତ ମସୁରକରଙ୍କ ନିର୍ଦ୍ଦେଶିତ ‘ଶେର୍ନି’ ଜୁନ୍ ୧୮ରେ ଆମାଜନ ପ୍ରାଇମ୍ରେ ମୁକ୍ତିଲାଭ କରିବ।
ସଞ୍ଜୁଙ୍କ ଛାତିରେ ରହିଛି ଏହି ନାଁରେ ଟାଟୁ
ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପିତା ସୁନିଲ ଦତ୍ତଙ୍କ ସମ୍ପର୍କକୁ ବୁଝିବା ବହୁତ କଷ୍ଟକର। ଫିଲ୍ମ ସଞ୍ଜୁରେ ପିତା-ପୁତ୍ରଙ୍କ ବଣ୍ଡିଂର ଝଲକ ଦେଖିବାକୁ...
ବିଶ୍ୱାସ କରିପାରୁନାହାନ୍ତି ରଣବୀର
ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍...
ବିବାହ ବନ୍ଧନରେ ଅକ୍ଷୟ, ଡାକ୍ତରାଣୀଙ୍କ ଧରିଲେ ହାତ
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଧାରାବାହିକ ପାଣ୍ଡ୍ୟା ଷ୍ଟୋର ଅଭିନେତା ଅକ୍ଷୟ ଖରୋଦିୟା। ପ୍ରେମିକା ତଥା ପେସାରେ ଡାକ୍ତର ଥିବା ଦିବ୍ୟା ପୁନେଥାଙ୍କ...
ଗାନ୍ଧୀ ଡକ୍ୟୁମେଣ୍ଟାରି ପୁରସ୍କୃତ
ମହାତ୍ମା ଗାନ୍ଧୀଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରି ‘ଅହିଂସା ଗାନ୍ଧୀ: ଦି ପାଓ୍ବାର ଅଫ୍ ଦି ପାଓ୍ବାର ଲେସ୍’ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରି...
ଆଇଆଇଟି ଛାତ୍ରଙ୍କୁ ପ୍ରଥମେ ବିବାହ କରିଥିଲେ ନୀନା; ବର୍ଷେ ପରେ…
ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ...
ଅଭିନେତ୍ରୀଙ୍କ ଅଜବ ଇଚ୍ଛା ଶୁଣି ସ୍ବାମୀ ହେଲେ ଚକିତ
ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ...
କେବଳ ବାପାଙ୍କ ଏହି ସର୍ତ୍ତ ପାଇଁ ଆଜି ବି କୁଆଁରୀ ଅଛନ୍ତି ଏକତା କପୁର, ହେଲେ ପୁଅକୁ ନେଇ ଭାରି ଖୁସି
ଟିଭିର କ୍ୱିନ୍ କୁହାଯାଉଥିବା ଏକତା କପୁରଙ୍କ ଆଜି ଜନ୍ମ ଦିନ। ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଜିତେନ୍ଦ୍ର ଏବଂ ଶୋଭା...
ପ୍ରଥମେ ନା, ପରେ ହଁ
କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ...


