ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଜନିତ ଚିନ୍ତାରେ ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ବର୍ତ୍ତମାନ ୧୦୦ ଟଙ୍କା ଛୁଇଁଛି। ଆଗାମୀ ଦିନରେ ମଧ୍ୟ ଲୋକମାନେ ତେଲ ଦର ବୃଦ୍ଧିରୁ ଆଶ୍ୱସ୍ତି ପାଇବେନାହିଁ ବୋଲି କୁହାଯାଉଛି। ଆଗାମୀ ଦିନରେ ତେଲ ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ହେଲେ ଏହାର ପ୍ରଭାବ ଘରୋଇ ବଜାର ଉପରେ ତ୍ୱରିତ ଭାବେ ପଡ଼ିଥାଏ। ବିଦେଶୀ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ବର୍ତ୍ତମାନ ୭୦ ଡଲାର ଛୁଇଁଛି।
ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜର ଉପସଭାପତି ଅନୁଜ ଗୁପ୍ତା କହିଛନ୍ତି, ଆମେରିକା ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରାୟ ଖୋଲି ସାରିଛି। ୟୁରୋପୀୟ ଦେଶଗୁଡିକରେ ଜନଜୀବନ ସ୍ବାଭାବିକ ହେଉଛି। ଫଳରେ ପେଟ୍ରୋଲିୟମ ସାମଗ୍ରୀର ଚାହିଦା ବଢିଚାଲିଛି। ମଙ୍ଗଳବାର ଅଶୋଧିତ ତେଲ ଦର ବୃଦ୍ଧି ହେବା ଯୋଗୁ ଏହା ୨ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି। ଫଳରେ ଆଗାମୀଦିନରେ ପେଟ୍ରୋଲ ଡିଜେଲ ଦର ୨ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ନେଇ ଆଶଙ୍କା କରାଯାଉଛି। ଲକ୍ଡାଉନ ଖୋଲିବା ପରେ ବିଭିନ୍ନ ଦେଶରେ ତେଲ ଚାହିଦା ବଢିଛି।
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨ ଗୁଣ ବଢ଼ିଲା
ନୂଆଦିଲ୍ଲୀ,୧୭।୬: ଚଳିତ ଆର୍ଥତ୍କ ବର୍ଷ ଅଦ୍ୟାବଧି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବେଶ୍ ଉନ୍ନତ ରହିଛି। ଆୟକର ବିଭାଗ ସୂଚନା ମୁତାବକ, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨...
ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ...
ଆର୍ବିଆଇ ଏମ୍ପିସି ବୈଠକ ଆରମ୍ଭ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪...
ଏମ୍ଏସ୍ଏମ୍ଇକୁ କଞ୍ଚାମାଲ ଚିନ୍ତା
ନୂଆଦିଲ୍ଲୀ: ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଅଲ ଇଣ୍ଡିଆ କାଉନସିଲ...
୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ
ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...
ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଭର୍ଚୁଆଲ ପ୍ଲାଟଫର୍ମରେ ବିଶ୍ୱ ପରିବେଶ...
ମେ’ରେ ବ୍ୟବହାର ହୋଇଛି ୧୭% ଟିକା
ନୂଆଦିଲ୍ଲୀ,୧୩।୬: ସାରା ଦେଶ କୋଭିଡ୍ ମହାମାରୀ ଭୟରେ ଦିନ କାଟୁଛନ୍ତି। କୋଭିଡ୍ ଟିକା ନେବା ଦ୍ୱାରା ମହାମାରୀରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରିବା ବୋଲି କୁହାଯାଇଛି।...
ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଏଫ୍ଡିଆଇ ସୀମା ବଢ଼ିପାରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ଆଗକୁ ବଢ଼ାଉଛନ୍ତି। ଏ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ନିୟମ ପ୍ରତିବନ୍ଧକ...


