ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟ ଏବଂ ବନ୍ଧୁମାନେ ବର-କନ୍ୟା ମଜା କରିବାକୁ ଭୁଲନ୍ତି ନାହିଁ । ବରଣମାଳା ପକାଇବା ସମୟ ହେଉ କିମ୍ବା ମଣ୍ଡପରେ ବର ଏବଂ କନ୍ୟା ସାତ ଫେରା ନେବା ସମୟରେ ସାଙ୍ଗସାଥୀ ଥଟ୍ଟାମଜା କରିଥା’ନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାତ ଫେରା ନେବାବେଳେ କନ୍ୟା ଧୀରେ ଧୀରେ ଚାଲୁଥବାରୁ ଘରର କିଛି ସଦସ୍ୟ କନ୍ୟାଙ୍କୁ ଠେଲି ଦେଇଥିଲେ। ଏହାପରେ ସେ ପଛକୁ ଚାହଁି ଜୋର୍ରେ ହସିବାକୁ ଲାଗିଥିଲେ। ଏହାଦେଖି ଉପସ୍ଥିତ ଥିବା ପରିବାର ସଦସ୍ୟମାନେ ମଧ୍ୟ ଜୋରରେ ହସିବାକୁ ଲାଗିଲେ। କିଛି ସେକେଣ୍ଡର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ପ୍ରିୟଙ୍କା ବାକୁଲ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଶେୟାର କରିଛତି। ହଜାର ହଜାର ଲୋକ ଭିଡିଓକୁ ପସନ୍ଦ କରୁଥିବାବେଳେ ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।
ଭଲ ପୋଷାକ ନୁହେଁ, କେବଳ ଧାରେ ହସକୁ ନେଇ ଲୋକଙ୍କୁ କିମିଆଁ କରୁଛନ୍ତି ପାକିସ୍ତାନର ଏହି ଯୁବତୀ; ଆପଣ ଦେଖିଲେ…
ଇନ୍ଷ୍ଟ୍ରାଗ୍ରାମରେ ଲୋକପ୍ରିୟତାକୁ ନେଇ ଚର୍ଚ୍ଚାରେ ପାକିସ୍ତାନର ଜଣେ ଯୁବତୀ। ସେ ହେଲେ ଆମ୍ନା ରିଆଜ। ସାଧାସିଧା ପୋଷାକରେ ସୁନ୍ଦରତା ସହ ତାଙ୍କ ହସ ପ୍ରଶଂସକଙ୍କ ହୃଦୟ...
ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…
କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...
ହ୍ରଦରେ କମୁଛି ଅମ୍ଳଜାନ
ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି। ନୂଆଦିଲ୍ଲୀ:...
ଏକସଙ୍ଗେ ଦୁଇ ଯୁବତୀଙ୍କୁ କରୁଥିଲେ ପ୍ରେମ,ଗୋଟିଏ ମଣ୍ଡପରେ ହେଲା…
ସାଧାରଣତଃ ଜଣେ ବରକୁ ଜଣେ କନ୍ୟା ବିବାହ କରିଥାନ୍ତି। କିନ୍ତୁ କେବେ ଶୁଣିଛନ୍ତି ମଣ୍ଡପରେ ଜଣେ ବରଙ୍କୁ ଦୁଇ ଜଣ କନ୍ୟା ବିବାହ କରିବା କଥା।...
୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍ ହେଲେ ଆଶ୍ଚର୍ଯ୍ୟ
ଭାରତରେ କ୍ରିକେଟ୍ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...
ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା
ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି...
୫ମ ମହାସାଗର ହେଲା ସଦର୍ନ ଓସେନ୍
ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...
ପ୍ରାଣୀଟିଏ ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଯୁବକ,ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...


