କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି ସୋମବାର ଲୋକେ ପାଣି ତଳେ ପ୍ରଦର୍ଶନ କରିଛନ୍ତି। ଅନ୍ୟ ଲୋକେ ନିଜ ନିଜ ଘର ବାହାରେ ୧୨ ଘଣ୍ଟିଆ ଅନଶନ କରିଛନ୍ତି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲାକ୍ଷାଦ୍ୱୀପ ଏବଂ କେରଳର ବିରୋଧୀଦଳ ଅଭିିଯୋଗ କରିଛନ୍ତି ଯେ, ଦ୍ୱୀପର ମୁସଲମାନ ବହୁଳ ଅଞ୍ଚଳରେ ପ୍ରଫୁଲ୍ଲ ମଦ ଉପରେ ଜାରି ରହିଥିବା କଟକଣା ହଟାଇ ଦେଇଛନ୍ତି। ସେହିପରି ଉପକୂଳ ଅଞ୍ଚଳରେ ଥିବା ଧୀବରବସ୍ତିଗୁଡ଼ିକୁ ତାଙ୍କ ନିର୍ଦ୍ଦେଶରେ ଭାଙ୍ଗିରୁଜି ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ଭାଜପା ପକ୍ଷରୁ ପ୍ରଫୁଲ୍ଲଙ୍କୁ ସୁରକ୍ଷା ଦେବାକୁ ଯାଇ କୁହାଯାଇଛି ଯେ, ସେ ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି। ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଉପଯୁକ୍ତ। ପ୍ରଫୁଲ୍ଲଙ୍କ କାର୍ଯ୍ୟ ଅଗଣତାନ୍ତ୍ରିକ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।
‘ଅନୁମତି ଦିଅ ନ ହେଲେ ଚାଷୀଙ୍କୁ ଜେଲ୍ ପଠାଅ’
ନୂଆଦିଲ୍ଲୀ,୨୬।୬: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଶନିବାର ୭ ମାସ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଚାଷୀ ବିଭିନ୍ନ ରାଜ୍ୟର ରାଜଭବନ ଘେରାଉ...
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ଅଭିନେତ୍ରୀ ପାୟଲ ଗିରଫ
ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...
ଶୁଭେନ୍ଦୁଙ୍କ ବିରୋଧରେ ଚୋରି ଅଭିଯୋଗ…
କୋଲକାତା,୬।୬: ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ବିରୋଧରେ ଚୋରି ଅଭିଯୋଗ ହୋଇଛି। ସେମାନେ ସ୍ଥାନୀୟ କାଣ୍ଠି ମ୍ୟୁନିସିପାଲିଟି...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ଦେଶର ଦ୍ୱିତୀୟ ମୃତ୍ୟୁ
ମୁମ୍ବାଇ,୨୫।୬: ଭାରତରେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା...
ବରଣମାଳା ପାଇଁ ଷ୍ଟେଜ୍ରେ ଅପେକ୍ଷା କରିଥିଲେ ବର; ପ୍ରେମିକଙ୍କ ସହ ଫେରାର ହୋଇଗଲେ କନ୍ୟା; ଆଉ ତା’ ପରେ…
ଚିତ୍ରକୂଟ: ଆପଣ ସିନେମାରେ କନ୍ୟା ହଠାତ୍ ବିବାହ ମଣ୍ଡପରୁ ପ୍ରେମିକଙ୍କ ସହ ଫେରାର ହେବା ଦୃଶ୍ୟ ଦେଖିଥିବେ ନିଶ୍ଚୟ। ହେଲେ ବାସ୍ତବରେ ମଧ୍ୟ ଏଭଳି ଏକ...
ତେଲେଙ୍ଗାନାରେ ଭାଜପାର ମିଶନ ଜାରି! ଇସ୍ତଫା ଦେଲେ ଟିଆର୍ଏସ୍ ବିଧାୟକ
ହାଇଦ୍ରାବାଦ,୧୨।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ...
୨ ପ୍ରକାର ଭାକ୍ସିନ୍ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ…
ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍ ପକ୍ଷରୁ...


