ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସମୟରେ ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କ ଆଦର୍ଶ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ଦେବଦୂତ ସାଜି ପୁଣି ଆଉ ୨ ଜୀବନ ବଞ୍ଚାଇଛନ୍ତି। କରୋନା ସଂକ୍ରମିତ ୭ ମାସର ଗର୍ଭବତୀଙ୍କୁ କୋରାପୁଟରୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ଉଭୟ ମହିଳା ଓ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡିଛି। ସୂଚନାଯୋଗ୍ୟ, କୋରାପୁଟର ବିଶ୍ୱ କଲ୍ୟାଣୀ ସାମଲ ଗର୍ଭବତୀ ଅବସ୍ଥାରେ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେବାରୁ ତାଙ୍କୁ କୋରାପୁଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବା ସହ ଅକ୍ସିଜେନ ମାତ୍ରା କମିବାରେ ଲାଗିଥିଲା। ଏ ନେଇ କଲ୍ୟାଣୀଙ୍କ ସମ୍ପର୍କୀୟ ସବ୍ୟସାଚୀଙ୍କୁ ଟୁଇଟ୍ କରି ସହଯୋଗ ଲୋଡ଼ିଥିଲେ। ଏହାପରେ ସବ୍ୟସାଚୀ କୋରାପୁଟ ଜିଲା ପ୍ରଶାସନକୁ ଅବଗତ କରାଇବା ପରେ ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଡ଼ କରାଯାଇଥିଲା। ସବ୍ୟସାଚୀଙ୍କ ଅନୁଷ୍ଠାନ ‘ସ୍ମାଇଲ୍ ପ୍ଲିଜ୍’ର ଭଲ୍ୟୁଣ୍ଟର ବାସୁଦେବଙ୍କ ସହାୟତାରେ ରବିବାର ରାତିରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ବାଟ ସାରା ଡା. ଅମ୍ରିତ ପାଟ୍ଟଜୋଷୀ, ଡା. ଦେବାଶିଷ ରାୟ ଓ ଡା. ଶୁଭେନ୍ଦୁ ମିଶ୍ର ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ। ସୋମବାର ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ତାଙ୍କୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଡା. ଶରତ ଚନ୍ଦ୍ର ବେହେରା, ଡା. ହରପ୍ରିତ୍ କୌର ଓ ଡା. ଓମ୍ ପ୍ରତୀକ ସାହୁ ତାଙ୍କର ଚିକିତ୍ସା କରୁଛନ୍ତି। ଏ ନେଇ ସବ୍ୟସାଚୀ କୋରାପୁଟ ଜିଲାପାଳଙ୍କ ସମେତ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ମା’ ଓ ଶିଶୁଙ୍କ ଆରୋଗ୍ୟ କାମନା କରିଛନ୍ତି।
ଆଜି ଆଉ ୪୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୩୪୬କୁ ବୃଦ୍ଧି
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ
କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍ ପୋଲିସକୁ ମିଳିଳାଣି ବିପୁଳ ପରିମାଣର...
ସହର, ଗ୍ରାମାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପରିଚାଳନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୌରସଂସ୍ଥା ଏବଂ ଗ୍ରାମପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା ସହିତ ପୌରସଂସ୍ଥାଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମି ବ୍ୟବହାର କରି...
ରାଜ୍ୟରେ ଆଜି ୩,୮୦୬ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୩,୮୦୬ କରୋନା ଆକ୍ରାନ୍ତ...
୭ରୁ କଟକଣାରେ ଚାଲିବ ହାଇକୋର୍ଟ
କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...
ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ
ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ...
ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର
ମହାକାଳପଡ଼ା,୨୬।୬(ଡି.ଏନ୍.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନ ଜମ୍ବୁ ପଞ୍ଚାୟତରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ମା’ ମୃତଦେହ ପାଖରେ ପଡ଼ିରହିଛି ଗୁରୁତର ଶିଶୁପୁତ୍ର।...
ନବମ, ଦଶମ ଶ୍ରେଣୀ ସିଲାବସ୍ କମିବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍...


