କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ କାର୍ଯ୍ୟ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ସୂଚନା ମୁତାବକ ଏହି କଟକଣା ଆସନ୍ତା ଜୁଲାଇ ୨ ଯାଏ ବଳବତ୍ତର ରହିବ। ତଦନୁଯାୟୀ ପ୍ରତ୍ୟେକ କାର୍ଯ୍ୟଦିବସରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ଗୋଟିଏ ଡିଭିଜନ ବେଞ୍ଚ ଏବଂ ୬ଟି ଏକକ ବେଞ୍ଚ ଭିଡିଓ କନଫରେନ୍ସରେ ଶୁଣାଣି କରିବେ। ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଏବଂ ତଦୂର୍ଦ୍ଧ୍ୱ ପଦବୀରେ ଥିବା ଅଫିସରଙ୍କ ବ୍ୟତୀତ ୫୦% କର୍ମଚାରୀରେ ହାଇକୋର୍ଟ ଅଫିସ୍ କାର୍ଯ୍ୟ ଚାଲିବ। ଯେଉଁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ, ସେମାନେ ନିଜର ପରିଚୟପତ୍ର ଅଫିସ୍ ସମୟରେ ପିନ୍ଧିବେ। ଅଫିସର ଏବଂ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ହାଇକୋର୍ଟ କ୍ୟାମ୍ପସ୍ରେ ପ୍ରବେଶ ଅନୁମତି ଦିଆଯାଇନାହଁି। ତ୍ରୁଟି ଦୂର କରିବାର ସୀମିତ ଉଦ୍ଦେଶ୍ୟରେ ଆଡ୍ଭୋକେଟ୍ମାନେ ହାଇକୋର୍ଟ ଆସିପାରନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା କପିଂ ସେକ୍ସନ କାଉଣ୍ଟର ନିକଟରେ ଥିବା ଡ୍ରପ୍ ବକ୍ସରେ କେସ୍ ଓ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ। ନଚେତ୍ ଏଥିପାଇଁ ଇ-ମେଲ୍ efiling.od-hc@gov.in ଏବଂ ଇ-ଫାଇଲିଂ ପୋର୍ଟାଲକୁ ବ୍ୟବହାର କରାଯାଇପାରିବ। ମାମଲାଗୁଡ଼ିକର ସୂଚୀବଦ୍ଧ ପାଇଁ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡ୍ରପ୍ ବକ୍ସରେ ‘ମେନ୍ସନ ମେମୋ’ ଉଲ୍ଲେଖ କରି ଦାଖଲ କରାଯାଇପରିବ। ଜରୁରୀ ପ୍ରସଙ୍ଗରେ ମୌଖିକ ଭାବେ ଉଲ୍ଲେଖ କରାଯିବା ଆବଶ୍ୟକ ଅନୁଭବ ହେଲେ ଏହି ୧ ଘଣ୍ଟା ସମୟ ମଧ୍ୟରେ ରେଜିଷ୍ଟ୍ରାର୍ (ଜୁଡିସିଆଲ) ଏବଂ ଡେପୁଟି ରେଜିଷ୍ଟ୍ରାର୍ (ଜୁଡିସିଆଲ)ଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜଣାଯାଇପାରିବ। ଲ’ଜିମା କୋର୍ଟଗୁଡ଼ିକର କାର୍ଯ୍ୟ ବାତିଲ ଜାରି ରହିବ। ସେହିପରି ଓଡ଼ିଶା ଷ୍ଟେଟ୍ ବାର୍ କାଉନ୍ସିଲ ପରିସରସ୍ଥ ଭିଡିଓ କନଫରେନ୍ସ କ୍ୟାବିନ ମଧ୍ୟ ବନ୍ଦ ରହିବ।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ନିମାପଡ଼ା, ୪ା୬(ଡି.ଏନ୍.ଏ.): ଚାରିଛକ ଫାଣ୍ଡି ଅଧୀନ ବ୍ରହ୍ମକୁଣ୍ଡି ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଥିବା...
ରଥଖଳାରେ ସେବାୟତ ହାତାହାତି
ପୁରୀ ଅଫିସ,୪ା୬: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ। ରଥ କାମରେ ବିଶ୍ୱକର୍ମା ମହାରଣା ନିୟୋଜିତ ହୋଇଛନ୍ତି। ତେବେ ଏହି ପବିତ୍ର କାମ...
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏସ୍ଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତି ରହିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି...
ମଣ୍ଡିକୁ ଧାନ ଆସି ଫେରିଲା
ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି,...
ଏକ୍ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି
ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...
୧୯ ଜିଲାରେ କାଳବୈଶାଖୀ ଭୟ
ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ...
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ...
ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ...


