ଲକ୍ଷ୍ନୌ,୩।୬: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବିଏସ୍ପି) ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ବିଏସ୍ପି ଅଧ୍ୟକ୍ଷ ମାୟାବତୀଙ୍କ ନିର୍ଦ୍ଦେଶରେ ଦଳୀ ନେତା ଲାଲଜୀ ବର୍ମା ଏବଂ ପୂର୍ବ ପ୍ରଦେଶ ଅଧ୍ୟକ୍ଷ ରାମ ଅଚଲ ରାଜଭରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରାଯାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଆଗାମୀ ବିଧାନସଭା ନିର୍ବାଚନରେ ମାୟାବତୀଙ୍କ ଦଳ ବିଏସ୍ପି ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଗତକିଛି ଦିନ ହେବ ମାୟାବତୀ ଲକ୍ଷ୍ନୌ ସମେତ ୬ଟି ଜିଲାରେ ଅଧ୍ୟକ୍ଷ ପରିବର୍ତ୍ତନ କରିଛନ୍ତି।
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
୮୦ କୋଟି ଲୋକଙ୍କୁ ମାଗଣା ରାଶନ
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦...
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...
ପତ୍ନୀଙ୍କୁ କାମୁଡ଼ିଥିବା କୁକୁରକୁ ଗୁଳି କରି ହତ୍ୟା କଲେ ସ୍ବାମୀ
ଇନ୍ଦୋର,୩।୬: ପତ୍ନୀଙ୍କୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲା ପଡ଼ୋଶୀଙ୍କ ପୋଷା କୁକୁର। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଗୁଳିକରି ଉକ୍ତ କୁକୁରକୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କୁ...
ପଞ୍ଜାବରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ...
ବାହା ହେବାକୁ ଆସି ବର ଖାଉଥିଲେ ଗୁଟ୍ଖା, ଦେଖିନେଲେ କନ୍ୟା; ଆଉ ତା’ପରେ…
ଲକ୍ଷ୍ନୌ,୯ା୬: ବିଭିନ୍ନ କାରଣରୁ ବରଙ୍କୁ କନ୍ୟା ବାହା ହେବାକୁ ମନା କରିଦେଇଥିବା ଘଟଣା ପୂର୍ବରୁ ଅନେକ ଥର ଶୁଣିଥିବେ। ମାତ୍ର ଏଥରକ କନ୍ୟା ବରକୁ ବାହା...
ଛାତ୍ରଙ୍କ ସହ ଫେରାର୍ ହେଲେ ଟ୍ୟୁସନ୍ ଦିଦି
ପାନିପତ୍,୧।୬: ହରିୟାଣାର ପାନିପତ୍ରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ୧୭ ବର୍ଷର ଛାତ୍ରଙ୍କ ସହ ଫେରାର ହୋଇଯାଇଛନ୍ତି ଟ୍ୟୁସନ୍...
ପଳାତକ ମେହୁଲ ଚୋକସିଙ୍କ ଜାମିନ ଆବଦେନ ଡୋମିନିକା ହାଇକୋର୍ଟରେ ଖାରଜ
ରୋସେୟୁ,୧୨।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ପୁଣି ଥରେ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଡୋମିନିକା ହାଇକୋର୍ଟ ମେହୁଲଙ୍କ ଜାମିନ ଆବେଦନକୁ ଖାରଜ...


