ପାନିପତ୍,୧।୬: ହରିୟାଣାର ପାନିପତ୍ରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ୧୭ ବର୍ଷର ଛାତ୍ରଙ୍କ ସହ ଫେରାର ହୋଇଯାଇଛନ୍ତି ଟ୍ୟୁସନ୍ ଦିଦି। ପାନିପତର ଦେଶରାଜ କଲୋନୀରେ ଏହି ଘଟଣା ସାମ୍ନାକୁ ଆସିଛି। ସମ୍ପୃକ୍ତ ମହିଳା ଜଣଙ୍କ ପୂର୍ବରୁ ବିବାହ କରିଥିଲେ। ସ୍ବାମୀଙ୍କଠାରୁ ଛାଡପତ୍ର ନେଇ ନିଜ ଘରେ ରହୁଥିଲେ। ଛାତ୍ରଙ୍କ ପିତା ପୋଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଯେ, ମେ ୨୯ ଦିନ ଦିଦିଙ୍କ ଘରକୁ ଟ୍ୟୁସନ୍ ହେବାକୁ ତାଙ୍କ ପୁଅ ଯାଇଥିଲା। ଏହାପରଠାରୁ ସେ ଆଉ ଫେରିନାହିଁ। ଶିକ୍ଷୟତ୍ରୀଙ୍କ ପରିବାର ଲୋକେ ପ୍ରଥମେ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। କିନ୍ତୁ ବିଳମ୍ବ ହେବା ପରେ ଶିକ୍ଷୟତ୍ରୀଙ୍କ ପିତା ମଧ୍ୟ ତାଙ୍କ ଝିଅ ଘରେ ନ ଥିବା କହିଥିଲେ। ପୋଲିସ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ନାଁରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଏବେ ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କୁ ଖୋଜୁଛି। ଫେରାର ହେବା ପରେ ଉଭୟଙ୍କ ମୋବାଇଲ୍ ସୁଇଚ୍-ଅଫ୍ ଆସୁଛି। ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ହେବ ଛାତ୍ର ଜଣଙ୍କ ମହିଳାଙ୍କ ପାଖରେ ଟ୍ୟୁସନ୍ ହେଉଥିଲେ। ଲକ୍ଡାଉନ୍ରେ ସ୍କୁଲ ବନ୍ଦ ଥିବାରୁ ମହିଳାଙ୍କ ପାଖରେ ୪ ଘଣ୍ଟା ପାଠ ପଢୁଥିଲେ ଛାତ୍ର।
ଅବସର ପରେ କମ୍ପାନୀରେ ବାବୁଙ୍କ ନିଯୁକ୍ତି
ନୂଆଦିଲ୍ଲୀ, ୪।୬(ପି.ଟି.):ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ୍ (ଯେଉଁ ସମୟ ମଧ୍ୟରେ ସମ୍ପୃକ୍ତ କର୍ମଚାରୀ ନିଷ୍ପତ୍ତି ବଦଳାଇପାରିବେ) ପର୍ଯ୍ୟନ୍ତ ଅପେକ୍ଷା...
ବ୍ଲାକ୍ ଫଙ୍ଗସ୍ ଔଷଧ ଟିକସ ମୁକ୍ତ
ନୂଆଦିଲ୍ଲୀ, ୧୨।୬: ବ୍ଲାକ୍ ଫଙ୍ଗସ୍ ଔଷଧକୁ ସରକାର ଟିକସ ମୁକ୍ତ କରିଛନ୍ତି। ଶନିବାର ଜିଏସ୍ଟି କାଉନସିଲ ବୈଠକ ପରେ ରେମ୍ଡେସିଭିର ଭଳି କୋଭିଡ୍-୧୯ ଔଷଧ ଏବଂ...
ଘରେ ରାଶନ ପହଞ୍ଚାଇବା ଯୋଜନା ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ: କେନ୍ଦ୍ର କାହିଁକି କରୁଛି ଝଗଡ଼ା, ମୁଖ୍ୟମନ୍ତ୍ରୀ କଲେ ପ୍ରଶ୍ନ…
ନୂଆଦିଲ୍ଲୀ,୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ଘରେ ରାଶନ ପହଞ୍ଚାଇବା ଯୋଜନାକୁ କେନ୍ଦ୍ରର ଅନୁମତି ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କହିଛନ୍ତି...
ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…
ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ...
ବାୟୋମେଟ୍ରିକ୍ସକୁ ଲକ୍ କରିପାରିବେ କାର୍ଡଧାରୀ
ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି।...
ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ
ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍ ସମୟରେ ଡ୍ରେନ ସଫା...
ସ୍ବିସ୍ ବ୍ୟାଙ୍କ୍ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି
ନୂଆଦିଲ୍ଲୀ,୧୭।୬: ସ୍ବିସ୍ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ...
ରାଜସ୍ଥାନ-ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୧।୬: ରାଜସ୍ଥାନ ଓ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଜୁନ ୨୪ରେ ଏକ ବଡ଼ ବୈଠକ ଡ଼କାଇଛନ୍ତି।...


