ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଗୁରୁବାର ସମ୍ପୃକ୍ତ ପ୍ରେମୀଯୁଗଳଙ୍କୁ ପୋଲିସ ଉଦ୍ଧାର କରିବା ପରେ ଥାନା ପରିସରରେ ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ପରିବାର ସଦସ୍ୟ ଏବଂ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଥିବା ବେଳେ ମହିଳା ଜଣକ ପ୍ରେମିକଙ୍କ ସହ ରହିବାକୁ ସହମତି ଜଣାଇ ଲିଖିତ ଆକାରରେ ଦେଇଛନ୍ତି। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପୋଲିସ ସୂଚନା ଅନୁଯାୟୀ, ବରଡ଼ାପାଳ ଅଞ୍ଚଳର ଜଣେ ଯୁବକ ୨୦୨୦ ଜାନୁୟାରୀରେ ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ଗୁଣ୍ଡିଚାମଣ୍ଡପ ଗ୍ରାମରେ ସମ୍ପୃକ୍ତା ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଯୁବକ ଜଣକ ଭୁବନେଶ୍ୱରରେ ରହି କାର୍ଯ୍ୟ କରୁଛନ୍ତି। ଏ ଭିତରେ ହିନ୍ଦୋଳ ଏନ୍ଏସି ରାଧାନାଥପୁର ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହ ମହିଳାଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଗତ ମେ ୧୮ରେ ଉଭୟେ ଫେରାର ହୋଇଯାଇଥିଲେ। ଏ ନେଇ ମହିଳାଙ୍କ ସ୍ବାମୀ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
୮ଘଣ୍ଟା ପରେ ଉଦ୍ଧାର ହେଲା ଭାଲୁ
ଝରିଗାଁ, ୧୧।୬: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧୀନ ରାଣୀଚଚରା ଗ୍ରାମକୁ ପଶି ଆସିଥିଲା ଶୁକ୍ରବାର ଏକ ଭାଲୁ। ଗ୍ରାମବାସୀ ଭାଲୁକୁ ଦେଖି...
ଡବଲ ଡୋଜ୍ ଭାକ୍ସିନ ପରେ ବି ହୋଇପାରେ କରୋନା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ...
ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୩୦୦ ଛୁଇଁଲା
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏଥିସହ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ମାତ୍ର ଗଞ୍ଜାମରେ କରୋନା...
ଏହି ନେତାମାନଙ୍କୁ ୩୦ ଜିଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ବରିଷ୍ଠ ନେତାମାନଙ୍କୁ ବିଜେଡି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୬ ଜଣ ନେତାଙ୍କୁ ବିଭିନ୍ନ ଜିଲା ପାଇଁ ପର୍ଯ୍ୟବେକ୍ଷକ ଭାବରେ ଦଳ ପକ୍ଷରୁ ନିଯୁକ୍ତି...
ରାତିରେ ଶୋଇଥିଲେ, ଦଂଶିଲା ସାପ
ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ...
ସେଲ୍ଫି ନିଶା ନେଲା ୨ ଯୁବକଙ୍କ ଜୀବନ
ରାଜଗାଙ୍ଗପୁର,୬।୬: ସେଲ୍ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...
କାର୍ଯ୍ୟକ୍ଷମ ହେଲା ଦେଓ ପ୍ରକଳ୍ପ
ବାରିପଦା ଅଫିସ/ଠାକୁରମୁଣ୍ଡା, ୨୬।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ହାତୀବାରିଠାରେ ନିର୍ମାଣାଧୀନ ବହୁ ପ୍ରତିକ୍ଷୀତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ପରୀକ୍ଷାମୂଳକ...
ସହର, ଗ୍ରାମାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପରିଚାଳନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୌରସଂସ୍ଥା ଏବଂ ଗ୍ରାମପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା ସହିତ ପୌରସଂସ୍ଥାଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମି ବ୍ୟବହାର କରି...


