ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି। ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡଙ୍ଗୀ ରେଞ୍ଜ୍ ଖଙ୍କିରା ଗ୍ରାମ ବ୍ରାହ୍ମଣୀ ତଇଳା ଅଞ୍ଚଳରେ। ଏକ ପୋଷା କୁକୁର ପାଇଁ ଖେଳପଡ଼ିଆରେ ଥିବା ବହୁ ପ୍ରାତଃ ଭ୍ରମଣକାରୀ ହାତୀପଲ ହାବୁଡ଼ରୁ ବର୍ତ୍ତିଯାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଗୁରୁବାର ସକାଳେ ସବୁଦିନ ପରି ବ୍ରାହ୍ମଣୀ ତଇଳା ଖେଳପଡ଼ିଆରେ ସ୍ଥାନୀୟ ଅଞ୍ଚଳବାସୀ ପ୍ରାତଃଭ୍ରମଣ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସହ ଆସିଥିବା ଏକ ପୋଷା କୁକୁର ହଠାତ୍ ଭୁକିବା ସହ ପଡ଼ିଆର ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲା। କୁକୁରର ଏଭଳି ଅସ୍ବାଭାବିକ ଆଚରଣରେ ଲୋକେ ସତର୍କ ହୋଇଯାଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ଏକ ପଲରେ ୬ ହାତୀ ବାହାରି ଖେଳପଡ଼ିଆରେ ପ୍ରବେଶ କରିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ତେବେ କୁକୁର ଭୁକିବାରୁ ସତର୍କ ହୋଇଯାଇଥିବା ପ୍ରାତଃଭ୍ରମଣକାରୀ ହାତୀପଲ କବଳରୁ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ସୂଚନା ପାଇ ବନ କର୍ମଚାରୀ ପହଞ୍ଚତ୍ ହାତୀପଲ ଉପରେ ନଜର ରଖିଥିଲେ।
ଏ ସମ୍ପର୍କରେ ଖଙ୍କିରା ବିଟ୍ ହାଉସର ଫରେଷ୍ଟ ଗାର୍ଡ ରଶ୍ମିରଞ୍ଜନ ଦାସ କୁହନ୍ତି, ଉକ୍ତ ୬ ହାତୀ ସୀମାନ୍ତ ଯାଜପୁର ଜିଲାରୁ ବ୍ରାହ୍ମଣୀ ତଇଳା ଅଞ୍ଚଳକୁ ଚାଲି ଆସିଥିଲେ। ସନ୍ଧ୍ୟାରେ ଉକ୍ତ ହାତୀପଲ କପିଳାସ ଅଭୟାରଣ୍ୟରେ ପ୍ରବେଶ କରିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଏହି ଖବର ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
୨୫୮ ବିଦ୍ୟାଳୟରେ ‘ଷ୍ଟେମ୍’ ଶିକ୍ଷାର ଶୁଭାରମ୍ଭ
ଭୁବନେଶ୍ୱର, ୯।୬(ବ୍ୟୁରୋ):ରାଜ୍ୟରେ ୩୦ ଜିଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ପକ୍ଷରୁ ‘ଷ୍ଟେମ୍’ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା ଆରମ୍ଭ କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ...
ଏଥର ସ୍ବାଭାବିକ ମୌସୁମୀ
ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି...
ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର
ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...
ଧାରଣା ଦେଲେ ପରିବାର
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍ ସଂକ୍ରମିତ ନିଖୋଜ ବାପାଙ୍କୁ ପୁଅ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଥିବା...
ଗୋଟିଏ ଜୁଇରେ ୧୦ କୋଭିଡ୍ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ...
ଜୁଲାଇ୧ରୁ ଶତ ପ୍ରତିଶତରେ ଚାଲିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ତେବେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କର୍ମଚାରୀମାନଙ୍କୁ...
ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍। ଏଭଳି ଏକ...


