ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି। ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡଙ୍ଗୀ ରେଞ୍ଜ୍ ଖଙ୍କିରା ଗ୍ରାମ ବ୍ରାହ୍ମଣୀ ତଇଳା ଅଞ୍ଚଳରେ। ଏକ ପୋଷା କୁକୁର ପାଇଁ ଖେଳପଡ଼ିଆରେ ଥିବା ବହୁ ପ୍ରାତଃ ଭ୍ରମଣକାରୀ ହାତୀପଲ ହାବୁଡ଼ରୁ ବର୍ତ୍ତିଯାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଗୁରୁବାର ସକାଳେ ସବୁଦିନ ପରି ବ୍ରାହ୍ମଣୀ ତଇଳା ଖେଳପଡ଼ିଆରେ ସ୍ଥାନୀୟ ଅଞ୍ଚଳବାସୀ ପ୍ରାତଃଭ୍ରମଣ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସହ ଆସିଥିବା ଏକ ପୋଷା କୁକୁର ହଠାତ୍ ଭୁକିବା ସହ ପଡ଼ିଆର ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲା। କୁକୁରର ଏଭଳି ଅସ୍ବାଭାବିକ ଆଚରଣରେ ଲୋକେ ସତର୍କ ହୋଇଯାଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ଏକ ପଲରେ ୬ ହାତୀ ବାହାରି ଖେଳପଡ଼ିଆରେ ପ୍ରବେଶ କରିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ତେବେ କୁକୁର ଭୁକିବାରୁ ସତର୍କ ହୋଇଯାଇଥିବା ପ୍ରାତଃଭ୍ରମଣକାରୀ ହାତୀପଲ କବଳରୁ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ସୂଚନା ପାଇ ବନ କର୍ମଚାରୀ ପହଞ୍ଚତ୍ ହାତୀପଲ ଉପରେ ନଜର ରଖିଥିଲେ।
ଏ ସମ୍ପର୍କରେ ଖଙ୍କିରା ବିଟ୍ ହାଉସର ଫରେଷ୍ଟ ଗାର୍ଡ ରଶ୍ମିରଞ୍ଜନ ଦାସ କୁହନ୍ତି, ଉକ୍ତ ୬ ହାତୀ ସୀମାନ୍ତ ଯାଜପୁର ଜିଲାରୁ ବ୍ରାହ୍ମଣୀ ତଇଳା ଅଞ୍ଚଳକୁ ଚାଲି ଆସିଥିଲେ। ସନ୍ଧ୍ୟାରେ ଉକ୍ତ ହାତୀପଲ କପିଳାସ ଅଭୟାରଣ୍ୟରେ ପ୍ରବେଶ କରିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ
ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...
ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା
ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍ଡାଉନ ଓ ଶଟ୍ଡାଉନ...
ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା
ପାରଳାଖେମୁଣ୍ଡି,୧୩ା୬(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ବାପପୁଅଙ୍କୁ ଅତି ନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା...
ବିନା ଭକ୍ତରେ ହେବ ସ୍ନାନ ଯାତ୍ରା
ପୁରୀ ଅଫିସ,୧୨ା୬: ଚଳିତମାସ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ...
୨୬ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୨୩।୬(ବ୍ୟୁରୋ):ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ...
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮...
ଅଧିକ ସଂଖ୍ୟାରେ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ହେବ
ଭୁବନେଶ୍ୱର, ୨୨।୬(ବ୍ୟୁରୋ):ଓଡ଼ିଶାର ବିଭିନ୍ନ ଜିଲାରେ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପିଏମ୍ଏଫ୍ଏମ୍ଇ ରାଜ୍ୟ କୋର୍ ଗ୍ରୁପ୍ ବୈଠକରେ ନିଷ୍ପତ୍ତି ହୋଇଛି। ଅଣୁ,...
ଅମାନିଆଙ୍କ ପାଇଁ ଗଞ୍ଜାମରେ ପାଟ୍ରୋଲିଂ କଡ଼ାକଡ଼ି
ଗଞ୍ଜାମ,୪।୬(ଡି.ଏନ୍.ଏ.): କୋଭିଡ୍ କଟକଣା ମାନୁ ନ ଥିବା ଅମାନିଆଙ୍କ ପାଇଁ ଗଞ୍ଜାମ ଥାନା ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ହେଲ୍ମେଟ ଓ ମାକ୍ସ ପିନ୍ଧୁ ନ...


