E-Paper
  • logo
  • Saturday 26th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

ସିବିଏସ୍‌ଇ ଏବଂ ସିଆଇସିଏସ୍‌ଇକୁ ନିର୍ଦ୍ଦେଶ: ୧୫ ଦିନରେ ମୂଲ୍ୟାୟନ ପଦ୍ଧତି ଦର୍ଶାଅ
8:30 amJune 4, 2021

ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ ୧୫ ଦିନ ମଧ୍ୟରେ ଜଣାଇବା ପାଇଁ ଅଦାଲତ ସିବିଏସ୍‌ଇ ଏବଂ ସିଆଇସିଏସ୍‌ଇକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ସପ୍ତାହ ମଧ୍ୟରେ ମୂଲ୍ୟାୟନର ମାପଦଣ୍ଡ ସରକାରୀ ଭାବେ ଉପସ୍ଥାପନ କରିବା ଲାଗି ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏବଂ ସିଆଇଏସଇ୍‌ସିଇ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ଜେ.କେ. ଦାସଙ୍କୁ କହିଥିଲେ। ଉତ୍ତୀର୍ଣ୍ଣ ହେବା ପରେ ପିଲାମାନେ ଭାରତ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ତେଣୁ ମୂଲ୍ୟାୟନ ପଦ୍ଧତି ସମ୍ପର୍କିତ ମାପଦଣ୍ଡ ଉପସ୍ଥାପନ କରିବା ଲାଗି ଅଧିକ ସମୟ ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି। ଉକ୍ତ ମାପଦଣ୍ଡ ଦେଖିବା ପରେ କୋର୍ଟ ସେହି ଅନୁଯାୟୀ ପ୍ରତିବାଦ କରୁଥିବା କୌଣସି ପିଲାଙ୍କର ମାମଲାର ବିଚାର କରିବେ ବୋଲି କହିଛନ୍ତି। ବୋର୍ଡ ପରୀକ୍ଷା ବାତିଲ କରିବା ଭଳି ମୂଲ୍ୟାୟନ ପଦ୍ଧତି ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ମହାମାରୀ ପାଇଁ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ନିମନ୍ତେ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିଶନ ଦାଏର ହୋଇଥିଲା। ସରକାର ପରୀକ୍ଷା ବାତିଲ କରିସାରିଥିବା ବେଣୁଗୋପାଳ ଖଣ୍ଡପୀଠଙ୍କୁ ଜଣାଇଥିଲେ। ତେବେ ମୂଲ୍ୟାୟନ ପାଇଁ ଉପଯୁକ୍ତ ପଦ୍ଧତି ପ୍ରସ୍ତୁତ କରିବା ଲାଗି ସିବିଏସ୍‌ଇ ଅଧିକ ସମୟ ଚାହୁଁଥିବା ଜଣାଇଥିଲେ। ସେହିପରି ସିଆଇଏସ୍‌ସିଇ ମଧ୍ୟ ଏଥିପାଇଁ ୩-୪ ସପ୍ତାହ ସମୟ ଲୋଡ଼ିଥିଲା। ଖଣ୍ଡପୀଠ ଏହାକୁ ଖାରଜ କରିଦେଇଥିଲେ।
ଆବେଦନକାରୀ ମମତା ଶର୍ମା କୋର୍ଟଙ୍କୁ ଦର୍ଶାଇଥିଲେ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଭଳି ଅନେକ ରାଜ୍ୟ ଶିକ୍ଷାବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟ ବୋର୍ଡ ଅଧୀନରେ ପାଖାପାଖି ୧.୨ କୋଟି ଛାତ୍ରୀଛାତ୍ର ପଢ଼ୁଛନ୍ତି। ଏହି ବୋର୍ଡଗୁଡ଼ିକୁ ପରୀକ୍ଷା ବାତିଲ ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମମତା ନିବେଦନ କରିଥିଲେ। ଧୈର୍ଯ୍ୟର ସହ ଅପେକ୍ଷା କର। ସିବିଏସ୍‌ଇ ମୂଲ୍ୟାୟନ ପଦ୍ଧତି ଉପସ୍ଥାପନ କରିବା ପରେ ଅନ୍ୟ ବୋର୍ଡ ସମ୍ପର୍କରେ ବିଚାର କରାଯିବ ବୋଲି ଖଣ୍ଡପୀଠ ତାଙ୍କୁ କହିଥିଲେ। ସୂଚନାଯୋଗ୍ୟ କୋଭିଡ୍‌ ମହାମାରୀ ପାଇଁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ଲାଗି ଜୁନ୍‌ ୧ରେ ସରକାର ନିଷ୍ପତ୍ତି ନେଇଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…

ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ...

କରୋନାରେ ୩୦ ହଜାର ପିଲା ଅନାଥ

ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍‌ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ...

ଟିକା ନୁହେଁ, ସରକାର ବ୍ଲୁ-ଟିକ୍‌ ପାଇଁ ଲଢୁଛନ୍ତି: ରାହୁଲ

ନୂଆଦିଲ୍ଲୀ,୬।୬: ଆଜିକାଲି ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଆଇଟିର ନୂତନ ନିୟମକୁ ନେଇ ଟୁଇଟର ଏବଂ ସରକାରଙ୍କ...

ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ପର୍ଯ୍ୟାପ୍ତ !…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏ...

ଅଡ୍‌ ଇଭିନ୍‌ରେ ଖୋଲିବ ଦୋକାନ, ୫୦ ପ୍ରତିଶତରେ ଚାଲିବ ମେଟ୍ରୋ…

ନୂଆଦିଲ୍ଲୀ,୫।୬: ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ୍‌ ପରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ତେବେ ସୁରକ୍ଷା...

କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ,୬।୬: କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ପରୀକ୍ଷଣ ଆରମ୍ଭ ହୋଇଛି। ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ ସାଇନ୍ସ ଏହି କ୍ଲିନିକାଲ ଟ୍ରାଏଲ...

୩ ହଜାର ଜୁନିଅର ଡାକ୍ତର ଦେଲେ ଇସ୍ତଫା

ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ...

‘ପୁଅ ଜୀବନ ପ୍ରତି ଲୋଭ ଥିଲେ ଛୁଟିରେ ଚାଲିଯାଅ’

ଭୋପାଳ,୧୮ା୬: ରାଜ୍ୟର ପ୍ରଶାସନିକ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଯୁବ ଆଇଏଏସ୍‌ ଅଫିସର ଲୋକେଶ କୁମାର ଜାଙ୍ଗିଦ ଶୁକ୍ରବାର ମଧ୍ୟପ୍ରଦେଶରେ ପୋଲିସ ସୁରକ୍ଷା ଦାବି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏହି ଦେଶରେ ନାହାନ୍ତି ଗୋଟିଏ ହେଲେ ମଶା, ଜାଣନ୍ତୁ କାରଣ
Next Post Next post:
ଗରିବଙ୍କୁ ରାଶନ କାର୍ଡ ଦିଅ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts