ନୂଆଦିଲ୍ଲୀ, ୪।୬(ପି.ଟି.): ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନକୁ ଆଣିବା ଲାଗି କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ସେମାନଙ୍କୁ ତୁରନ୍ତ ରାଶନ କାର୍ଡ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି। ମହାମାରୀ ସଙ୍କଟ କାଳରେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଖାଦ୍ୟଶସ୍ୟ ଅତି ଜରୁରୀ ହୋଇଥିବାବେଳେ ରାଶନ କାର୍ଡ ନ ଥିବାରୁ ସେମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଏନ୍ଏଫଏସ୍ଏ ଅଧୀନରେ ୧.୯୭ କୋଟି ହିତାଧିକାରୀ ସାମିଲ କରିବା ସୁଯୋଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଖରେ ରହିଛି। ବର୍ତ୍ତମାନ ସୁଦ୍ଧା ୧୪ ରାଜ୍ୟ ସେମାନଙ୍କ କୋଟା ସମ୍ପୂର୍ଣ୍ଣ ପୂରଣ କରିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ନିରାପତ୍ତା ଆଇନ ପରିସରଭୁକ୍ତ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବାସହୀନ ଲୋକେ, ଜରି ଗୋଟାଳି ଏବଂ ରିକ୍ସା ଚାଳକଙ୍କ ଭଳି ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ
ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।...
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...
ଉହାନ୍ ଲ୍ୟାବ୍ରୁ ଜାଣିଶୁଣି ଲିକ୍ କରାଯାଇଛି କରୋନା ଭୂତାଣୁ: ଭାରତୀୟ ବୈଜ୍ଞାନିକ ଦମ୍ପତି…
ପୁଣେ,୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଭୁତାଣୁର ଉତ୍ପତ୍ତି ଚାଇନାର ଉହାନ୍ ଲ୍ୟାବ୍ ଅବା ସମୁଦ୍ରଜାତ ଖାଦ୍ୟପଦାର୍ଥ ବଜାର ସେ ନେଇ...
ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା
ନୂଆଦିଲ୍ଲୀ, ୪।୬(ଆଇଏଏନ୍ଏସ୍):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର...
ଆଇସିୟୁରେ ଭର୍ତ୍ତି ହେଲେ ମିଲ୍ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିନେ ନୂଆ ଆକ୍ରାନ୍ତ ଏବଂ...
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍...
୩ ହେଲିକପ୍ଟର ନେଇ ସହରରେ ପହଞ୍ଚିଲେ ରଦ୍ଦିଓ୍ବାଲା: ଆଉ ତା’ପରେ…
ଚଣ୍ଡିଗଡ଼,୨୩।୬: ପଞ୍ଜାବ ମନସାର ଜଣେ ରଦ୍ଦିଓ୍ବାଲା ଭାରତୀୟ ସେନାଠାରୁ ୬ ଗ୍ରାଉଣ୍ଡେଡ୍ ହେଲିକପ୍ଟର କ୍ରୟ କରିଛନ୍ତି। ଯାହାକୁ ଦେଖିବା ପାଇଁ ସହରରେ ପ୍ରବଳ ଭିଡ଼ ଜମିଥିବା...


