ପୁଣେ,୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଭୁତାଣୁର ଉତ୍ପତ୍ତି ଚାଇନାର ଉହାନ୍ ଲ୍ୟାବ୍ ଅବା ସମୁଦ୍ରଜାତ ଖାଦ୍ୟପଦାର୍ଥ ବଜାର ସେ ନେଇ ନାନା ତର୍କ ଜାରି ରହିଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକ ଦମ୍ପତି କରୋନା ଭୂତାଣୁ ଉହାନ୍ ଲ୍ୟାବ୍ରୁ ଲିକ୍ ହୋଇଥିବା ନେଇ ଦାବି କରିଛନ୍ତି। ପୁଣେରେ ବାସ କରୁଥିବା ବୈଜ୍ଞାନିକ ଦମ୍ପତି ଡ. ରାହୁଲ ବାହୁଲିକର ଏବଂ ଡ. ମୋନାଲୀ ରାହାଲକର ଏନେଇ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ବୈଜ୍ଞାନିକ ଦମ୍ପତିଙ୍କ ପ୍ରକ୍ଷରୁ ପ୍ରସ୍ତୁତ ହୋଇଥିବା ଡିସେଣ୍ଟ୍ରାଲାଇଜ୍ ରେଡିକାଲ ଅଟୋମୋନସ୍ ସର୍ଚ୍ଚ ଟିମ୍ ଇନଭେଷ୍ଟିଗେଟିଙ୍ଗ୍ କୋଭିଡ୍-୧୯ରେ କରୋନା ଭୂତାଣୁ ଉହାଲ୍ୟାବ୍ରୁ ଲିକ୍ ହୋଇଥିବା ଦର୍ଶାଯାଇଥିଲା। ତେବେ ପ୍ରଥମେ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇଥିଲା। ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କର ଚାଇନାର ଉହାନ୍ ଲ୍ୟାବ୍ ପ୍ରତି ଥିବା କଡ଼ା ଆଭିମୁଖ୍ୟ ପ୍ରକାଶ ପାଇବା ପରେ ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ରିପୋର୍ଟ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଉହାନ୍ ଲ୍ୟାବ୍ରୁ ଜାଣିଶୁଣି କରୋନା ଭତାଣୁର ଲିକ୍ କରାଯାଇଛି କି ନାହିଁ ତାହା ଉପରେ କୌଣସି ସଠିକ୍ ଭାବେ କୁହାଯାଇ ନ ପାରିଲେ ବି ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି କରାଯାଇଥିବା ଅନୁମାନ କରାଯାଉଛି ବୋଲି ସେମାନେ କହିଛନ୍ତି। ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ କହିବାନୁସାରେ, ଏପ୍ରିଲ ୨୦୨୦ରେ, ସେମାନେ ଗବେଷଣା ଆରମ୍ଭ କରିଥିଲେ। ଝଣାପଡ଼ିଥିଲା ଯେ, ଦକ୍ଷିଣ ଚାଇନାର ୟୁନାନ ପ୍ରଦେଶର ମୋଜିୟାଙ୍ଗ ମାଇନିଂରୁ ଉହାନ ଲ୍ୟାବ ଦ୍ୱାରା ସାର୍ସ-କୋଭ୍-୨- ଆର୍ଏଟିଜି-୧୩ ଅର୍ଥାତ, କରୋନା ଭାଇରସ ସଂଗ୍ରହ କରାଯାଇଥିଲା। ଖଣି ଖନନ ସମୟରେ ବାଦୁଡ଼ି ବସା ସଫା କରିବା ପାଇଁ ୬ ଜଣ ଶ୍ରମିକଙ୍କୁ ନିୟୋଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ନିମୋନିଆ ଭଳି ରୋଗର ଶିକାର ହୋଇଥିଲେ। ବୈଜ୍ଞାନିକ ଦମ୍ପତି କହିଛନ୍ତି ଯେ, ଚାଇନାର ଡକ୍ୟୁମେଣ୍ଟକୁ ଅନୁବାଦ କରି ଏହା ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି।
ଉହାନ୍ ଲ୍ୟାବ୍ରୁ ଜାଣିଶୁଣି ଲିକ୍ କରାଯାଇଛି କରୋନା ଭୂତାଣୁ: ଭାରତୀୟ ବୈଜ୍ଞାନିକ ଦମ୍ପତି…
Posted inକରୋନା ଭାଇରସ୍, ଜାତୀୟ View All
ଡୋଭାଲଙ୍କ ଟାର୍ଗେଟରେ ପାକିସ୍ତାନର ୨ ଆତଙ୍କବାଦୀ ସଂଗଠନ
ନୂଆଦିଲ୍ଲୀ,୨୪।୬: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ(ଜେଇଏମ୍) ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଯୋଜନା ପ୍ରସ୍ତୁତ କରିବାକୁ ଭାରତର ଜାତୀୟ...
ଖୁସି ଖବର: ଆଜି ୩୦୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୯୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୯୩,୫୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦେଲା ୩ ଲକ୍ଷ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(ସିଏମ୍ଆର୍ଏଫ୍)କୁ ୩ଲକ୍ଷ ଟଙ୍କା ଦାନ କରିଛି। ରାଜ୍ୟ ଲୋକସେବା...
ଏନ୍ସିପି ମୁଖ୍ୟଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ମୁମ୍ବାଇ,୧୧।୬: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି। ଏହା...
ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ
ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ: ଆଇଏମ୍ଏ କଟକ ଶାଖା ପକ୍ଷରୁ ଧାରଣା
କଟକ ଅଫିସ, ୧୯।୬: କରୋନା ସମୟରେ ଡାକ୍ତରମାନେ କୋଭିଡ୍ ଯୋଦ୍ଧା ଭାବେ ରୋଗୀଙ୍କ ସେବା ଜାରି ରଖିଛନ୍ତି। ମାତ୍ର ଏଭଳି ସ୍ଥିତିରେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ...


