E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ତଥ୍ୟରେ ନିିବେଶ ଲୋଡ଼ା
8:46 amJune 4, 2021

ରାଜ୍‌ ଶାହା, ମାର୍କ ଲୋକୋକ୍‌

ମାର୍ଚ୍ଚ ୨୦୨୦ରେ କୋଭିଡ୍‌-୧୯ ମହାମାରୀ କାୟା ବିସ୍ତାର କରିବା ସମୟରେ ଆଫଗାନିସ୍ତାନରେ କେବଳ ୩୦୦ ଭେଣ୍ଟିଲେଟର ଏବଂ ଦୁଇଟି ଇଣ୍ଟେନ୍‌ସିଭ କେୟାର ୟୁନିଟ (ଆଇସିୟୁ) ଥିଲା। ପ୍ରାରମ୍ଭିକ ମହାମାରୀ ସମ୍ବନ୍ଧୀୟ ଅଧ୍ୟୟନ ମଡେଲଗୁଡ଼ିକ ଆକଳନ କରିଥିଲେ ଯେ, ଗ୍ରୀଷ୍ମ ଆରମ୍ଭବେଳକୁ ୩୮ ମିଲିୟନ ଅର୍ଥାତ ୩ କୋଟି ୮୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ଆଫଗାନିସ୍ତାନରେ କୋଭିଡ୍‌ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ଏବଂ ଦୈନିକ ୫ ଲକ୍ଷ ୨୦ ହଜାର କେସ୍‌ ବାହାରିବ ଓ ୩,୯୦୦ ଜଣଙ୍କ ମୃତ୍ୟୁ ଘଟିବ। ୧୦ ମିଲିୟନ ବା ୧ କୋଟି ସମ୍ଭାବିତ କେସ୍‌ର ସାମ୍ନା କରିବାକୁ ଥିବାରୁ ମାତ୍ର ମାସ କେଇଟାରେ ଚିକିତ୍ସା କର୍ମୀ ଓ ସରକାରୀ ଅଧିକାରୀମାନେ ସାଧାରଣ ସ୍ବାସ୍ଥ୍ୟବ୍ୟବସ୍ଥାରେ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଶେଷ କରିପାରିଥିଲେ। ସକ୍ରିୟ ଭୂମିକା ନିଭାଉଥିତ୍ବା ନୀତି ନିର୍ଦ୍ଧାରକମାନଙ୍କୁ ସୀମିତ ସଂସାଧନକୁ କେଉଁଠି ଉପଯୋଗ କରିବାକୁ ହେବ ସେ ସମ୍ପର୍କରେ ବୁଝାଇବା ଲାଗି ୟୁନାଇଟେଡ ନେଶନସ୍‌ ଅଫିସ ଫର ଦି କୋର୍ଡିନେଶନ ଅଫ ହ୍ୟୁମାନିଟାରିଆନ ଆଫେୟାର୍ସ( ଓପିଏଚ୍‌ଏ)ଏବଂ ରୋକେଫିଲର ଫାଉଣ୍ଡେଶନ ଆଫଗାନିସ୍ତାନ ପାଇଁ ପ୍ରକୃତ ତଥ୍ୟ ଉପଯୋଗ କରିଥିଲେ। କୋଭିଡ୍‌-୧୯ ସଂକ୍ରମଣ ହାର, ସ୍ବାସ୍ଥ୍ୟ ସେବା ସୁବିଧାର ଅବସ୍ଥିତି,ସଂକ୍ରମିତ ସଂଖ୍ୟା ଆକଳନ ଓ ହସ୍ପିିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ସମ୍ପର୍କିତ ୪ ସପ୍ତାହ ଅବଧିର ତଥ୍ୟ ଏଥିରେ ସାମିଲ ଥିଲା । ଏହା ଥିଲା ଅଧିକ ବାସ୍ତବବାଦୀ ପୂର୍ବାନୁମାନ। ଶୀର୍ଷ ସ୍ତରରେ ସଂକ୍ରମଣ ପହଞ୍ଚିବା ଏବଂ ମୃତ୍ୟୁ ପାଇଁ ପ୍ରସ୍ତୁତି ଶେଷ କରିବାକୁ ଏହା ଅଧିକାରୀମାନଙ୍କୁ ସାହାଯ୍ୟ କରିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପରିସ୍ଥିତି ପାଇଁ ପୂର୍ବରୁ ଉପସ୍ଥାପିତ ଅନ୍ୟ ମଡେଲଠାରୁ ବେଶ୍‌୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଉପଯୋଗୀ ତଥ୍ୟରୁ ଲାଭ ମଧ୍ୟ ମିଳିଥିଲା। ଏକ ମାନବୀୟ ପ୍ରତିକ୍ରିୟାକୁ ଅଧିକ ପ୍ରଭାବୀ କରିବାକୁ ଠିକ୍‌ ଭାବେ ପୂର୍ବାନୁମାନ କରିବାର ଆବଶ୍ୟକତା ରହିଛି। କିନ୍ତୁ ମଡେଲଗୁଡ଼ିକ ପ୍ରସାରଣ କରୁଥିବା ତଥ୍ୟ ଉପରେ ଅଧିକ ଧ୍ୟାନ ଦେଲେ ବା ଭରସା କଲେ ତାହା ସେତିକି ଭଲ ହୋଇପାରିବ। ଆଗାମୀ ସଙ୍କଟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବା ପାଇଁ ବିଶ୍ୱକୁ ଭଲ ତଥ୍ୟର ଉପଲବ୍ଧତା ଓ ସହଭାଗିତା ଆବଶ୍ୟକ।
ମାନବୀୟ ସଙ୍କଟରେ ଜୀବନର ସୁରକ୍ଷା ତଥା ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟକାରୀ କରାଯାଉଥିବା ସ୍ବଳ୍ପ ଅବଧିର ନିଷ୍ପତ୍ତିକୁ ସାହାଯ୍ୟ କରିବାକୁ ଆମ ମଡେଲ୍‌ର ଉଦ୍ଦେଶ୍ୟ ଥିଲା। ଏହି ମଡେଲ୍‌ ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟି ଆପ୍ଲାଏଡ ଫିଜିକ୍ସ ଲାବୋରେଟୋରି ସହ ବିକାଶ କରାଯାଇଥିଲା। ଅଫାଗାନିସ୍ତାନ ସହ ଡେମୋକ୍ରାଟିକ ଅଫ୍‌ କଙ୍ଗୋ,ଇରାକ,ସୋମାଲିଆ, ଦକ୍ଷିଣ ସୁଦାନ ଏବଂ ସୁଦାନରେ ଆମ ମଡେଲ ଉପଯୋଗ କରିଥିଲୁ। ଏଥିରେ କମ୍‌ ରିପୋର୍ଟି କରାଯାଉଥିତ୍ବା ଏବଂ ଗତିଶୀଳ ଧାରାରେ ଥିତ୍ବା କୋଭିଡ୍‌ ତଥ୍ୟକୁ ଠିକ୍‌ ସ୍ଥିତିକୁ ଅଣାଯାଇଥିତ୍ଲା। ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି, ଖାଦ୍ୟ ଅସୁରକ୍ଷା କିମ୍ବା ଡାଇବେଟିସ ଭଳି ମେଡିକାଲ ସମସ୍ୟାର ଦୁଃଖଦ ପରିସ୍ଥିତିରୁ ସୃଷ୍ଟି ଲୋକମାନଙ୍କର ମୌଳିକ ଦୁର୍ବଳତା ଉପରେ ତଥ୍ୟ ଏହି ମଡେଲରେ ସାମିଲ କରାଯାଇଥିଲା। ଏକ ସମ୍ଭାବ୍ୟ ମଡେଲ ପ୍ରସ୍ତୁତ କରିବା ଲାଗି ଆମ ଅଭିଜ୍ଞତାକୁ ଏହି ସବୁ ଦେଶରେ ସ୍ବାସ୍ଥ୍ୟ ଅଧିକାରୀମାନେ ଉପଯୋଗ କରିଥିତ୍ଲେ। ଉକ୍ତ ଦୃଷ୍ଟିକୋଣ ଏକ ଉତ୍ତମ ମାନବୀୟ ପରିଣାମ ପାଇଁ ବାଟ କଢ଼ାଇ ନେଇପାରିଲା ବୋଲି ଜଣାପଡିଲା। କିନ୍ତୁ ଉଭୟ ତଥ୍ୟର ଅଭାବ ଓ ଏହାର ଗୁଣବତ୍ତା ଉପରେ ଆମେ ସର୍ବଦା ଧ୍ୟାନ ରଖିଥିଲୁ। ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଆମେ ମନେ ରଖିଥିଲୁ। ବିଶ୍ୱର ସବୁଠୁ ବିପଜ୍ଜନକ ତଥା ସଂକ୍ରମଣରେ ଅଧିକ କ୍ଷତି ହେବା ସମ୍ଭାବନା ଥିତ୍ବା ଦେଶଗୁଡ଼ିକ ପାଇଁ ଏହି ମଡେଲ୍‌ର ସୀମିତ ବ୍ୟବହାରିକତା ଏବଂ ବାସ୍ତବିକତା ଆମ ପାଇଁ ଏକ ବଡ ଆହ୍ବାନ ଥିଲା। ଉଦାହରଣ ସ୍ବରୂପ, ବହୁ ଗରିବ ରାଷ୍ଟ୍ରରେ ଦେଖାଯାଉଥିବା କାର୍ଡିଓଭାସ୍କୁଲାର ଡିଜିଜ୍‌ର ତଥ୍ୟ ୪-୭ ବର୍ଷ ପୁରୁଣା ଥିଲା। ଏପରି କି ସୁଦାନ ଏବଂ ଦକ୍ଷିଣ ସୁଦାନର ଏହା ମିଳି ନ ଥିଲା। ମାନବୀୟ ସଙ୍କଟର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକରେ କୋଭିଡ୍‌ ପରିଚାଳନାକୁ ଅଧିକ ପ୍ରଭାବୀ କରିବା ଲାଗି ଆମେ ଏଯାବତ ୫୦% ତଥ୍ୟ ପାଇପାରୁନାହଁୁ। ଓସିଏଚ୍‌ଏ ଏବଂ ରୋକେଫିଲର ରୋକେଫିଲର ଫାଉଣ୍ଡେଶନ ସଙ୍କଟରେ ପ୍ରାରମ୍ଭିକ ଜ୍ଞାନ ବା ଅନ୍ତର୍ଦୃୃଷ୍ଟି ପ୍ରଦାନ କରିବାରେ ସହଯୋଗ କରୁଛନ୍ତି। କୋଭିଡ୍‌ -୧୯ ମହାମାରୀ ସମୟରେ ଓ ପୂର୍ବରୁ ମଧ୍ୟ ଏହା କରିଆସୁଛନ୍ତି। କିନ୍ତୁ ଅନ୍ୟମାନଙ୍କର ଯୋଗଦାନ ଦ୍ୱାରା ହିଁ ଆମ ମଡେଲ୍‌ ବା ପଦ୍ଧତିର ପୂରା କ୍ଷମତା ଅନୁଭବ କରିହେବ।
ବିଭିନ୍ନ ସରକାର, ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଏବଂ ପ୍ରମୁଖ ମାନବୀୟ ଓ ବିକାଶ କ୍ଷେତ୍ର୍ରରେ ସକ୍ରିୟ ଥିବା ସଂସ୍ଥାଗୁଡ଼ିକ ମହାମାରୀର ପ୍ରଥମ ବର୍ଷରେ ଏବଂ ଏବେ ନିକଟରେ ଅନୁଷ୍ଠିତ ଓ୍ବାଲର୍‌ଡ ବ୍ୟାଙ୍କ ସ୍ପ୍ରିଙ୍ଗ ମିଟିଙ୍ଗସ୍‌ରେ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିପାଇଁ ଏହି ସଙ୍କଟରୁ ବର୍ତ୍ତିବା ଏବଂ ଭବିଷ୍ୟତରେ ଏଭଳି ସଙ୍କଟକୁ ପ୍ରତିରୋଧ କରିବା ଲାଗି ସେମାନେ ନିଶ୍ଚିତ ଭାବେ ତଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକୃତି ଦେବେ ବୋଲି ମନେ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଅଭାବ ପୂରଣ କରିବା ଉପରେ ମାନବୀୟ ଏବଂ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ସକ୍ରିୟ କର୍ମକର୍ତ୍ତା ପ୍ରାଥମିକତା ଦେବା ଉଚିତ। ଏଣୁ ସରକାର, ମାନବୀୟ ସଂସ୍ଥା ଏବଂ ଆଞ୍ଚଳିକ ବିକାଶ ଲାଗି କାର୍ଯ୍ୟକରୁଥିବା ବ୍ୟାଙ୍କଗୁଡ଼ିକ ତଥ୍ୟ ସଂଗ୍ରହ, ତଥ୍ୟ ଶେୟାରିଂ ଭିତ୍ତିଭୂମିରେ ନିବେଶ କରିବା ଦରକାର। ଯେଉଁମାନେ ଏହି ପ୍ରକ୍ରିୟାକୁ ପରିଚାଳନା କରିଥାଆନ୍ତି ସେମାନଙ୍କ ଉପରେ ମଧ୍ୟ ନିବେଶ କରିବାର ଆବଶ୍ୟକତା ମଧ୍ୟ ରହିଛି। ଏହିଭଳି ଏହି ଅଂଶୀଦାରମାନେ ଓପନ ଡାଟା ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ସେମାନଙ୍କ ଡାଟା ବା ତଥ୍ୟ ଶେୟାର କରିବାର ଉତ୍ତରଦାୟିତ୍ୱରେ ଅଧିକ ଦକ୍ଷ ହେବା ଉଚିତ। ଏଥିପାଇଁ କଠୋର ଆନ୍ତଃ କ୍ରିୟାଶୀଳତା ମାନକ ଜାରି ରଖିବାକୁ ପଡିବ। ଯେଉଁଠି ତଥ୍ୟ ଉପଲବ୍ଧ ହେବ ନାହିଁ, ସେଠାରେ ଘରୋଇ ସେକ୍ଟର ଅଭିନବ ପଦ୍ଧତିରେ ଏକ ନୂଆ ତଥ୍ୟର ଉତ୍ସ ବିକାଶ କରିବା ଉଚିତ। ଲୋକମାନଙ୍କ ଗତିବିଧିର ଦିଗକୁ ବୁଝିବା ଲାଗି ଅସ୍ବୀକୃତ ବା ଅଜ୍ଞାତ ସୋସିଆଲ ମିଡିଆ ତଥ୍ୟ କିମ୍ବା କଲ୍‌ ରେକର୍ଡ ଉପଯୋଗ କରିବା ଆବଶ୍ୟକ। ଅବଶ୍ୟ ଡେଟା ଶେୟାରିଂ ବିଶ୍ୱାସ ଉପରେ ନିର୍ଭର କରେ। ଶେୟାର କରାଯାଉଥିବା ସାମାଜିକ ଏବଂ ଅର୍ଥନୈତିକ ମୂଲ୍ୟବୋଧ, ନ୍ୟାୟସଙ୍ଗତ ଲାଭ ଏବଂ ଆମତ୍ବିଶ୍ୱାସ ବଢ଼ାଇବା ଉପରେ ଆଧାରିତ ତଥ୍ୟ ପାଇଁ ଏକ ନୂଆ ସୋସିଆଲ କଣ୍ଟ୍ରାକ୍ଟ ବା ସାମାଜିକ ଚୁକ୍ତି ଲାଗି ବିଶ୍ୱ ବ୍ୟାଙ୍କର ଏବକାର ଆହ୍ବାନ ଉପରେ ସାରା ବିଶ୍ୱ ଧ୍ୟାନଦେବା ଉଚିତ। ଯେଉଁମାନେ ତଥ୍ୟ ସଂଗ୍ରହ କରିବେ ସେମାନଙ୍କ ଦ୍ୱାରା ଏହାର ଅପବ୍ୟବହାର ଯେଭଳି ନ ହୁଏ ସେଥିପ୍ରତି ସତର୍କ ରହିବା ଆବଶ୍ୟକ।
ବିଶ୍ୱ ମାନବୀୟ ପଦ୍ଧତି ଖୁବ୍‌ ପ୍ରଭାବଶାଳୀ, କିନ୍ତୁ ଆଜି ଦିନରେ ଏହାର ଆବଶ୍ୟକତା ଅଭୂତପୂର୍ବ। ବିଶ୍ୱରେ ୨୩୦ ମିଲିୟନ ତଥା ୨୦୨୦ରୁ ପାଖାପାଖି ୪୦% ଲୋକ ଏହି ବର୍ଷ ମାନବୀୟ ସହାୟତା ଏବଂ ସୁରକ୍ଷା ଲୋଡୁଥିବା ଅନୁମାନ କରାଯାଉଛି। କ୍ଷୁଧା ବଢିଛି। ଚଳିତ ଦଶନ୍ଧିରେ ଆଭ୍ୟନ୍ତରୀଣ ବିସ୍ଥାପନ ଶୀର୍ଷ ସ୍ତର ଛୁଇଁଛି। ଜଳବାୟୁ ବା ପାଗକୁ ନେଇ ଭୟଙ୍କର ଘଟଣା ଏବେ ସାଧାରଣ ହୋଇଯାଇଛି। ରୋଗ ପ୍ରକୋପ ବଢୁଛି। କିନ୍ତୁ ଏହି ସମୟରେ ଉକ୍ତ ସମସ୍ୟାଗୁଡ଼ିକୁ ମୁକାବିଲା କରିବା ଲାଗି ମାନବୀୟ ଆବଶ୍ୟକତା ଏବଂ ଆର୍ଥିକ ଉପଲବ୍ଧତାର ଅଭାବ ବଢିଯାଇଥିବା ପରିଲକ୍ଷିତ ହେଉଛି।
ଏହି ସମୟରେ ଅତ୍ୟଧିକ ସଂସାଧନର ଆବଶ୍ୟକାତା ରହିଛି । କିନ୍ତୁ ଏହାର ଅଭାବ ଦେଖାଦେଇଛି। ଏଣୁ ସୀମିତ ସଂସାଧନକୁ ନେଇ ପରିସ୍ଥିତିକୁ ବ୍ୟବସ୍ଥିତ କରିବାରେ ସଙ୍କଟର ସମ୍ମୁଖୀନ ହେଉଥିବା ନୀତିନିର୍ଦ୍ଧାରକମାନଙ୍କୁ ଉଚ୍ଚଗୁଣବତ୍ତା ତଥ୍ୟ ଅଧିକ ସକ୍ଷମ କରିିବ। କୋଭିଡ୍‌-୧୯ ମହାମାରୀ ଏଭଳି ତଥ୍ୟର ଆବଶ୍ୟକତାକୁ ଲୋକଲୋଚନକୁ ଆଣିପାରିଛି। ବିଶ୍ୱ ଏହି ବିଷୟକୁ ସହୃଦୟତାର ସହ ଗ୍ରହଣ କରିବା ଉଚିତ। ତଥ୍ୟ ଭିତ୍ତିଭୂମି ଏବଂ ସଙ୍କଟରୁ ମୁକୁଳି ଆଗକୁ ବଢିବା ପାଇଁ ଆବଶ୍ୟକ ମାନବ ଦକ୍ଷତା, ଭବିଷ୍ୟତର ଆବଶ୍ୟକତାର ଆକଳନ ଏବଂ ପ୍ରାରମ୍ଭିକ ପ୍ରତିକ୍ରିୟା ଆରମ୍ଭ କରିବାରେ ନିବେଶ ଦ୍ୱାରା ସଙ୍କଟ ହିଁ ଟଳିପାରିବ। ଏହାଦ୍ୱାରା ବହୁତ ଜୀବନ ରକ୍ଷା କରାଯାଇପାରିବ।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍‌ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ...

ଚିରାଗଙ୍କ ବଂଶ

ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍‌ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା...

ଏଇ ଭାରତରେ

ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...

ପେନ୍‌ ପିଣ୍ଟର ବିଜେତା

ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...

ଅସ୍ଥି କଳସର ଦୁଃଖ

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...

ଏଇ ଭାରତରେ

ଫେକ୍‌ ନ୍ୟୁଜ୍‌ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍‌ ନ୍ୟୁଜ୍‌ର ପ୍ରଭାବକୁ ପ୍ରତିହତ କରିବା...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍‌ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍‌-୧୯...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବଚନ ମଧୁର ତିଳକ ସରୁ
Next Post Next post:
ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts