ନିମାପଡ଼ା, ୪ା୬(ଡି.ଏନ୍.ଏ.): ଚାରିଛକ ଫାଣ୍ଡି ଅଧୀନ ବ୍ରହ୍ମକୁଣ୍ଡି ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଥିବା ବାଣ ସବୁ ବିସ୍ଫୋରଣ ଘଟି ୫ବଖରା ଗୃହ ଓ ପାଚେରି ଭାଙ୍ଗିରୁଜି ଧୂଳିସାତ ହୋଇଯାଇଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍ରେ ହୋଇଥିଲା ଯେ ଚାରିଛକ ବଜାର, ମେଡିକାଲ ଛକ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ବ୍ୟବସାୟୀ, ସ୍ଥାନୀୟ ଲୋକମାନେ ଦୋକାନ ଘର ଛାଡ଼ି ଭୟଭୀତ ହୋଇ ଯିଏ ଯେଉଁଠି ପାଇଲେ ଦୌଡ଼ିଥିଲେ। ବିସ୍ଫୋରଣ ଯୋଗୁ ଚାରିଛକ ଅଞ୍ଚଳ କିଛି ସମୟ ଧୂଅଁାମୟ ହୋଇ ଉଠିଥିବାବେଳେ ଏହାର ଶବ୍ଦ ପ୍ରାୟ ୨ କିଲୋମିଟର ଯାଏଁ ଶୁଣାଯାଇଥିଲା। ବାଣଗୋଦାମ ନିକଟରେ ଥିବା କେତେଜଣ ବ୍ୟକ୍ତିଙ୍କ ଘରର କବାଟ, କାଚ ଝରକା ଆଦି ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଯାଇଛି। ଖବରପାଇ ନିମାପଡ଼ା, ନିଆଳି, ଗୋପ ଅଞ୍ଚଳର ୩ଟି ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ୬ଟି ଦମକଳ ସହ ବିସ୍ଫୋରଣ ସ୍ଥଳରେ ପହଞ୍ଚତ୍ ଦୀର୍ଘ ୨ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଅଁାକୁ ଆୟତ୍ତ କରିଥିଲେ। ହେଲେ ଏହି ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡରେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଚ୍ଛିତ ବାଣ, ବାରୁଦ, ବାଣ ତିଆରି ସାମଗ୍ରୀ ଆଦି ପୋଡ଼ିଯାଇଥିବା ଅନୁମାନ କରାଯାଉଛି। ଏହି ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ କାମ କରୁଥିବା ୪ଜଣ କର୍ମଚାରୀ ବାହାରକୁ ଚାଲିଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ନିମାପଡ଼ା ଏସ୍ଡିପିଓ ଦେବାଶିଷ ମିଶ୍ର, ନିମାପଡ଼ା ଥାନା ଆଇଆଇସି ଦାୟିତ୍ୱରେ ଥିବା ଗୋପ ଥାନା ଆଇଆଇସି ଉପେନ୍ଦ୍ର ନାୟକ, ନିମାପଡ଼ା ଥାନା ଏସ୍ଆଇ ପି.କେ.ଜୁଝାର ସିଂ, ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ବିସ୍ଫୋରଣ ପରେ ବାଣ ଗୋଦାମର ମାଲିକ, କାର୍ଯ୍ୟରତ କର୍ମଚାରୀମାନେ ଗୋଦାମ ଛାଡ଼ି ଫେରାର ହୋଇଯାଇଛନ୍ତି। ପରେ ଚାରିଛକ ଫାଣ୍ଡି ଅଧିକାରୀଙ୍କ ଅଭିଯୋଗକ୍ରମେ ନିମାପଡ଼ା ଥାନାରେ ଏହି ବାଣ ଗୋଦାମ ମାଲିକଙ୍କ ବିରୋଧରେ ଏକ ମାମଲା(ନଂ.୧୯୭/୨୧) ରୁଜୁ କରାଯାଇଥିବା ଏସ୍ଡିପିଓ ମିଶ୍ର କହିଛନ୍ତି।
Posted inଆମ ଜିଲା ଖବର, ପୁରୀ View All
ଗଛରେ ପିଟିହେଲା ପୋଲିସ ଭ୍ୟାନ୍
ସୁନ୍ଦରଗଡ଼,୧୬।୬: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କାଲୋବାହାଲ ନିକଟରେ ବୁଧବାର ଏକ ପୋଲିସ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ...
ଅତ୍ୟଧିକ କାର୍ଯ୍ୟ ଚାପରେ ଜୀବନ ହାରିଲେ ମହିଳା ଯନ୍ତ୍ରୀ
ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ...
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ବାସୁଦେବପୁର,୯।୬: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବ୍ରଜାନନ୍ଦପୁର ଗ୍ରାମର...
୧୯ ମାଛ ୧୮.୬୫ ଲକ୍ଷ
ପାରାଦୀପ,୨୩ା୬(ସ୍ବ.ପ୍ର.): ପାରାଦୀପ ନିକଟ ସମୁଦ୍ରରୁ ମଙ୍ଗଳବାର ୧୯ଟି ତେଲିଆ ବୋରେଇ ମାଛ ମିଳିଛି। ସେଗୁଡିକ ମଧ୍ୟରେ ୪ଟି ମାଛ ୩୦ କିଲୋ ଓଜନର ହୋଇଥିବା ବେଳେ...
କରୋନା ମହାମାରୀ ଯୋଗୁ ଫିକା ପଡିଲା ରଜ ମଉଜ
ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ...
କରୋନାରେ ଚାଲିଗଲେ ଆଉ ଜଣେ ଡାକ୍ତର
ସୋହେଲା,୨୦ା୬(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ...
ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି
ବାଣପୁର,୧୩ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା...
ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର
ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ...


