ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ ସଜବାଜ ହୋଇ ଗୀତ ଗାଇ ରଜ ପାଳିବା ଏବଂ ପୁଚି ଖେଳିବା ପରମ୍ପରା ରହିଛି । କିନ୍ତୁ, କରୋନା ମହାମାରୀ କାରଣରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ପର୍ବ ପର୍ବାଣି ପାଳନ ଉପରେ କଟକଣା ଲାଗିଛି । ସୋମବାର ଅଞ୍ଚଳରେ ପହିଲି ରଜ ଅବସରରେ ଘରେ ଘରେ କୁଆଁରୀମାନେ ଦୋଳିବାନ୍ଧି ଖେଳୁଥିବା ଦେଖିବାକୁ ମିଳିଥିଲା । ସାମୂହିକ ରଜ ପାଳିବା ସମ୍ଭବ ହେଉ ନ ଥିବାରୁ ନିଜ ଘରେ ଝିଅମାନେ ବିଭିନ୍ନ ପ୍ରକାର ସଜବାଜ ହୋଇ ନୂତନ ବସ୍ତ୍ର ପରିଧାନ କରି ରଜ ଦୋଳି ଖେଳୁଥିବା ଦେଖିବାକୁ ମିଳିଥିଲା। ଘରେ ଘରେ ପିଠାପଣା ହୋଇଥିଲେ ସୁଦ୍ଧା ବୁଗୁଡ଼ା ସହରରେ ମିଠା ପାନର ବେପାର ଜମିଥିଲା। ସହରାଞ୍ଚଳରେ ମଙ୍ଗଳବାର ଦିନ ସଂକ୍ରାନ୍ତି ରଜକୁ ମଧ୍ୟ ଅନରୂପ ଭାବେ ନିରାଡ଼ମ୍ବରରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା ବେଳେ ଗ୍ରାମାଞ୍ଚଳରେ କାଁ ଭାଁ କେତେକ ସ୍ଥାନରେ ବାଳିକାମାନେ ମେଳି ହୋଇ ଦୋଳି ଖେଳର ମଜା ନେଉଥିବା ଦେଖା ଯାଇଥିଲା।
Posted inଆମ ଜିଲା ଖବର, ଗଞ୍ଜାମ View All
ରାତିରେ ଘରେ ଶୋଇଥିଲେ, ଏପଟେ ଲାଗିଗଲା ନିଆଁ
ଆରଡ଼ି,୧୩।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ଗାଁରେ ୩ ଭାଇଙ୍କର ୪ ବଖରା ଘର ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ...
ଭିମ୍ସାରରେ ୧୦ ବ୍ଲାକ୍ ଫଙ୍ଗସ୍ ରୋଗୀ
ସମ୍ବଲପୁର,୭ା୬ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍ସାରରେ ବ୍ଲାକ୍ ଫଙ୍ଗସ୍ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ମିଳିଥିବା ରିପୋର୍ଟ ମୁତାବକ,...
ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ
କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...
ଆଜି ମାଟ୍ରିକ ପରୀକ୍ଷାଫଳ
କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା...
ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ
ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...
ମହାନଦୀକୁ ଡେଇଁପଡ଼ିଲେ ଦମ୍ପତି
କଟକ ଅଫିସ,୫।୬: କଟକ ଯୋବ୍ରା ଆନିକଟ୍ ବ୍ରିଜରୁ ମହାନଦୀକୁ ଡେଇଁ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ମଧ୍ୟ...
କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ
ବରଗଡ଼ ଅଫିସ୍,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି।...
୭ରୁ କଟକଣାରେ ଚାଲିବ ହାଇକୋର୍ଟ
କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...


