ଭୁବନେଶ୍ୱର,୪।୬(ବ୍ୟୁରୋ): ବାତ୍ୟା ‘ୟାସ୍’ ପରିଚାଳନାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବାତ୍ୟା ପରିଚାଳନା ସରକାରଙ୍କ ପ୍ରଚାର ସର୍ବସ୍ବ ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ଏଭଳି ସମାଲୋଚନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ପୂର୍ବତନ ରାଜସ୍ବ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ମନମୋହନ ସାମଲ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜଧାନୀରେ ବସି ବାତ୍ୟା ଓ ବନ୍ୟା ସୁପରିଚାଳନା କରିବାର ମିଛ ପ୍ରଶଂସା ସାଉଁଟିବାରେ ରାଜ୍ୟ ସରକାର ସିଦ୍ଧହସ୍ତ। ୨୦୦୮ରେ ବିଧାନସଭାରେ ଗୃହ ବିଭାଗ କମିଟି ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ କୌଣସି ପ୍ରାକ୍ ପ୍ରସ୍ତୁତି କରି ନ ଥିଲେ। ବାତ୍ୟା ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ସତର୍କ କରାଇଥିଲା। ଏନ୍ଡିଆର୍ଏଫ୍ ମଧ୍ୟ ସମସ୍ତ ସହଯୋଗ କରିଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି କହିବା କେବଳ ପ୍ରହସନ। ୫୦ ଜଣଙ୍କୁ ସ୍ଥାନାନ୍ତରିତ କରି ୩୦୦ ଦର୍ଶାଯାଇଛି। ସେହିପରି ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା। ବିସ୍କୁଟ, ଚୁଡ଼ା ଦେଇ ଔପଚାରିକତା ପୂରଣ କରାଯାଇଥିଲା। କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ ବାତ୍ୟାଶ୍ରୟ ପରିଚାଳନା ହେଉଥିବା ମିଥ୍ୟା ପ୍ରଚାର କରାଯିବାରୁ ଅନେକେ ଆଶ୍ରୟ ସ୍ଥଳକୁ ଯାଇ ନ ଥିଲେ ବୋଲି ସାମଲ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଭାଜପାରେ ଏଭଳି ଅଭିଯୋଗର ଜବାବ ରଖିଛି ବିଜେଡି। ଦଳୀୟ ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବାତ୍ୟା ପରିଚାଳନାରେ ରାଜ୍ୟ ସରକାର ସମୁଚିତ ପଦକ୍ଷେପକୁ ସବୁଆଡୁ ପ୍ରଶଂସା କରାଯାଉଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ଭାଜପା ନେତା ମନମୋହନ ସାମଲ ପ୍ରଶ୍ନ କରୁଛନ୍ତି। ବାତ୍ୟା ପରେ ସରକାର ରିଲିଫ୍ ଓ ଥଇଥାନ କାର୍ଯ୍ୟ ହାତକୁ ନେଇଛନ୍ତି। ପ୍ରଭାବିତ ଅଞ୍ଚଳବାସୀଙ୍କୁ ୭ଦିନ ପାଇଁ ମାଗଣା ଖାଦ୍ୟ ପ୍ରଦାନ ସହ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି ଲେନିନ୍ ପ୍ରତିକ୍ରିୟାରେ କହିଛନ୍ତି।
ଡବଲ ଡୋଜ୍ ଭାକ୍ସିନ ପରେ ବି ହୋଇପାରେ କରୋନା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ...
ପୁରୀ ବ୍ୟତୀତ ଆଉ କେଉଁଠି ହେବନି ରଥଯାତ୍ରା
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଚଳିତବର୍ଷ ରଥଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ଏନେଇ...
ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଘରେ ରହି ଲୋକେ ପହିଲି ରଜ...
ଜରୁରିକାଳୀନ ପରିସ୍ଥିତିକୁ କ୍ଷମା ଦିଆଯାଇପାରିବନି: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଦେଶରେ ଜାରି ଜରୁରିକାଳୀନ ପରିସ୍ଥିତିକୁ କେବେ କ୍ଷମା ଦିଆଯାଇପାରିବନି। ରାଜ୍ୟ ଭାଜପା...
ଦାନ ମାଝିଙ୍କ ଝିଅ ମାଟ୍ରିକ ପାସ୍ କଲେ
ଭୁବନେଶ୍ୱର,୨୫।୬: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍(କିସ୍)ରେ ପଢୁଥିବା ବହୁ...
୧୧ରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ...
ଚିଲିକାରେ ୧୦୬ ପ୍ରଜାତିର ୪୮,୭୨୮ ପକ୍ଷୀ
ବାଲୁଗଁା,୨ା୬(ଡି.ଏନ୍.ଏ.):ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ଏବେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ...
ରାଜ୍ୟରେ ପୁଣି ବଢିଲା ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୪୫୬କରୋନା ଆକ୍ରାନ୍ତ ଚିହ୍ନଟ...


