ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ ବ୍ୟବହାର କମାଇବା ଲାଗି କାଗଜ ବୋତଲ ତିଆରି କରୁଛନ୍ତି। ଭାରତରେ ଏହା ପ୍ରଥମ କରି ସେ ତିଆରି କରିଛନ୍ତି। କେବଳ କାଗଜ ବର୍ଜ୍ୟରୁ ହିଁ ଏହା ତିଆରି କରାଯାଉଛିି। ଏହା ପ୍ଲାଷ୍ଟିକ ବୋତଲଠାରୁ ଶସ୍ତା। ଏହା ଶତ ପ୍ରତିଶତ ବିଘଟନଯୋଗ୍ୟ। ଖୁବ୍ କମ୍ ଦିନରେ ଏହା ମାଟିରେ ମିିଶିଯାଉଛି। ଏଥିରେ ପାନୀୟ, ବିଭିନ୍ନ ପ୍ରକାର ତରଳ ଏବଂ ପାଉଡର ରଖାଯାଇପାରୁଛି। ସମୀକ୍ଷା ଏମ୍ବିଏ ଶେଷ କରିବା ପରେ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସେ ନୋଏଡାରେ ‘କାଗ୍ଜି ବଟଲସ୍’ କମ୍ପାନୀ ପ୍ରତିଷ୍ଠା କରି ସେଠାରେ ବୋତଲ ତିଆରି କରୁଛନ୍ତି। ୨୦୧୮ରେ କାଗଜ ବୋତଲ ନିର୍ମାଣ କରିବାକୁ ପ୍ରୟାସ କରିଥିଲେ ବି ଏହାର ଦୁଇବର୍ଷ ପରେ ଡିସେମ୍ବର ୨୦୨୦ରେ ପ୍ରଥମେ ଏହାର ପ୍ରତିକୃତି ନିର୍ମାଣ କରିବାରେ ସଫଳ ହୋଇଥିତ୍ଲେ। ଭାରତରେ ବର୍ଷକୁ ୩୦ ଲକ୍ଷ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରେ ଓ ଏହାକୁ ହ୍ରାସ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏବେ ତାଙ୍କ ପାଖରେ ଅଧିକ ଅର୍ଡର ପହଞ୍ଚୁଛି ଓ ମାସକୁ ସେ ୨ ଲକ୍ଷ ବୋତଲ ଉପତ୍ାଦନ କରିପାରିବେ ବୋଲି କହନ୍ତି ୩୮ ବର୍ଷୀୟା ସମୀକ୍ଷା।
ଅନ୍ନଚିନ୍ତା ଚମତ୍କାର
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ କିଏ ଜଣେ କହିଥିଲେ ପରା, ‘ପେଟରେ ଯଦି ଭୋକ ନ ଥାଆନ୍ତା, ତେବେ ସଜୀବ ଓ ନିର୍ଜୀବ ମଧ୍ୟରେ...
ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ
ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...
ଏଇ ଭାରତରେ
ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ...
ଏଇ ଭାରତରେ
କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...
ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଲୋଡ଼
ମାରିଆ ଫର୍ନାଣ୍ଡା ଏସ୍ପିନୋସା, ଡାନିଲୋ ଟର୍କ ବୃହତ୍ ଶକ୍ତି ପ୍ରତିଯୋଗିତା, ସମସ୍ୟା ସୃଷ୍ଟିକାରୀ ବିଦେଶୀ ପ୍ରୀତି ଜାତୀୟତା,ଜୀବନ ଜିଇବାରେ ପ୍ରମୁଖ ଭୂମିକା ନେଉଥିତ୍ବା ପରିବେଶଗତ ବିପଦ...
ପେଟେଣ୍ଟମୁକ୍ତ ଟିକା
ଡ. ନରେନ୍ଦ୍ର ସେଠୀ ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ...
କଥା ବିକ୍ରି
ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...
ବିଫଳତାର ଚିଠି
କୋଭିଡ୍ର ଦ୍ୱିତୀୟ ଲହରରେ ସରକାର ଜଟିଳ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ ନ ଥିବା ଏବଂ ଏହାର ସଞ୍ଚାଳନରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ୧୬...


