E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଅନ୍ନଚିନ୍ତା ଚମତ୍କାର
7:20 amJune 20, 2021

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

କିଏ ଜଣେ କହିଥିଲେ ପରା, ‘ପେଟରେ ଯଦି ଭୋକ ନ ଥାଆନ୍ତା, ତେବେ ସଜୀବ ଓ ନିର୍ଜୀବ ମଧ୍ୟରେ କିଛି ପ୍ରଭେଦ ନ ଥାଆନ୍ତା’। ସଜୀବ ବଞ୍ଚେ, ବଢ଼େ ଓ ପୁଣି କାଳକ୍ରମେ ନିଃଶେଷ ହୋଇଯାଏ। ମାତ୍ର ନିର୍ଜୀବ ବଞ୍ଚତ୍ବା ଓ ବଢ଼ିବା ଭଳି ଜୈବିକ ପ୍ରକ୍ରିୟାଠାରୁ ଯଥେଷ୍ଟ ଊର୍ଦ୍ଧ୍ୱରେ। ଜୀବନର ସଂବେଦ୍ୟ ସଙ୍କେତ ଭାବେ କ୍ରିୟା, ପ୍ରକ୍ରିୟା ଓ ପ୍ରତିକ୍ରିୟା ପ୍ରତିନିୟତ ଅନୁଭୂତ ହେଉଥିବା ବେଳେ ନିର୍ଜୀବମାନେ ଚିରକାଳ ନିଥର, ନିଶ୍ଚଳ। ମଣିଷ ହେଉ କି ପଶୁପକ୍ଷୀ ଅବା ବୃକ୍ଷଲତା, ଯେଉଁମାନେ ଜୀବନର ଅଧିକାରୀ, ସେମାନଙ୍କର ପ୍ରାଥମିକ ଆବଶ୍ୟକତା ହେଉଛି ପେଟ ପାଇଁ ଖାଦ୍ୟ। ପୁଣି ମଣିଷମାନଙ୍କ ମଧ୍ୟରେ ସେ ଜ୍ଞାନୀ, ବିଜ୍ଞାନୀ, ଧନୀ, ମାନୀ ବା ସଭ୍ୟ, ଶିକ୍ଷିତ ହୁଅନ୍ତୁ କି ମୂର୍ଖ, ଦରିଦ୍ର, ଅସଭ୍ୟ, ଅଶିକ୍ଷିତ; ସମସ୍ତଙ୍କ ପାଇଁ ସମାନ ଭାବେ ଯେଉଁ ଉକ୍ତିଟି ପ୍ରଯୁଜ୍ୟ, ତାହା ହେଉଛି ‘ଅନ୍ନଚିନ୍ତା ଚମତ୍କାର’! ଆଉ ଟିକେ ମେଲାଇ କହିଲେ ଏ ସଂସାରରେ ସବୁ ନାଟର ମୂଳରେ ପେଟ!
ମନେପଡ଼ୁଛି ଲକ୍ଷ୍ମୀଛଡ଼ା ଦୁଇଭାଇ ବଡ଼ଦେଉଳର ଜଗନ୍ନାଥ ଓ ବଳଭଦ୍ରଙ୍କ କଥା। କ’ଣ ନ ଥିଲା ସେ ଦୁହିଁଙ୍କର! ଜଗତର କର୍ତ୍ତା ଜଗନ୍ନାଥ, ଚିରମାନ୍ୟ ଅଗ୍ରଜ ବଳରାମ। ‘ଆ’ କହିଲେ ଅଜାଡ଼ି ପଡ଼ିଥା’ନ୍ତା ଜଗତଯାକର ଐଶ୍ୱର୍ଯ୍ୟ। ‘ଯା’ କହିଲେ ଚାଲି ଯାଇଥା’ନ୍ତା ଯେତେ ଯାହା ଦୁଃଖ ଯାତନା। ଅଥଚ ଉତ୍କଟ ଦୁର୍ଭାଗ୍ୟ ମଧ୍ୟରେ ପରିସ୍ଥିତି ଏମିତି ହୋଇଥିଲା ଯେ, ଷାଠିଏ ପଉଟି ସୁସ୍ବାଦୁ ବ୍ୟଞ୍ଜନ ଦୂରେ ଥାଉ, ଦୁଇ ମୁଠା ସାଧାରଣ ଅନ୍ନ ବି ସେମାନଙ୍କ ପାଇଁ ଦୁର୍ଲଭ ହୋଇଥିଲା। ସଂସାରର ସବୁଠାରୁ ସ୍ବଚ୍ଛଳ ଦେବତା ଦୁହିଁଙ୍କ ପାଇଁ ଅସହ୍ୟ ଭୋକର ଅଭିଶପ୍ତ ଅନୁଭବ ମଧ୍ୟରୁ ଗୁଞ୍ଜରିତ ହେଉଥିଲା ଏକ ସର୍ବକାଳୀନ ସତ୍ୟ-‘ଅନ୍ନଚିନ୍ତା ଚମତ୍କାର’।
କିମ୍ବଦନ୍ତୀର ଏହି କାହାଣୀକୁ କଳ୍ପନାପ୍ରସୂତ କହି ଏଡ଼ାଇ ଦିଆଯାଇପାରେ। ମାତ୍ର ଆଦୌ ଏଡ଼ାଇ ହେବନାହିଁ ବର୍ଷକ ତଳେ କରୋନାର ପ୍ରଥମ ଲହର କାଳରେ ସଂଘଟିତ ହୋଇଥିବା ଗଣଦୁର୍ଭାଗ୍ୟର ସେହି ଆଖିଦେଖା କଥା। ସମଗ୍ର ଦେଶରେ ଜୀବନକୁ ପ୍ରାଧାନ୍ୟ ଦେଇ ଜୀବିକାକୁ ଯେତେବେଳେ ତାଲାବନ୍ଦ ନାମରେ ନିର୍ବାସନରେ ପଠା ଯାଇଥିଲା, ସେତେବେଳେ ଖୋଲା ଆକାଶ ତଳେ ଖାଲି ପେଟରେ ନିଜ ନିଜର ଜୀବିକା ହରାଇ ପିଲା ପରିବାର ଧରି ନିଜ ଭିଟାମାଟିକୁ ଫେରୁଥିବା ଲମ୍ବା ପଟୁଆର ମୂଳରେ ଥିଲା ସେଇ ଗୋଟିଏ କଥା- ‘ଅନ୍ନଚିନ୍ତା ଚମତ୍କାର’। ପରିବହନ ବ୍ୟବସ୍ଥା ବନ୍ଦ ଥିବା ସତ୍ତ୍ୱେ ପାଦରେ ଚାଲିଚାଲି ଶହଶହ ମାଇଲ ଅତିକ୍ରମ କରୁଥିବା ପ୍ରବାସୀ ଶ୍ରମିକଙ୍କ ପଟୁଆରର ସେହି ହୃଦୟବିଦାରକ ଦୃଶ୍ୟ ଯିଏ ଦେଖିଛନ୍ତି, ସିଏ ହିଁ ଜାଣିଛନ୍ତି ଅନ୍ନଚିନ୍ତା କେତେ ଚମତ୍କାର। ପ୍ରକୃତରେ ନିଜ କର୍ମସ୍ଥଳରେ ମୁଠାଏ ଯଦି ଖାଇବାର ବ୍ୟବସ୍ଥା ହୋଇଥା’ନ୍ତା, ତେବେ ପ୍ରଚଣ୍ଡ ରୌଦ୍ରତାପରେ ଶିଝି ପଥଚାରୀ ସେହି ପଥ ଉପରେ ଟଳିପଡ଼ି ନ ଥା’ନ୍ତେ କି ଅବିରତ ଚାଲିର କ୍ଳାନ୍ତି ମେଣ୍ଟାଇବା ପାଇଁ ରେଳଧାରଣା ଉପରେ ଶୋଇ ଯାଇଥିବା ହତଭାଗ୍ୟ ପ୍ରବାସୀଙ୍କ ଉପରେ ଟ୍ରେନ ମାଡ଼ିଯାଇ ନ ଥା’ନ୍ତା!
ପେଟର ଭୋକ ମଣିଷକୁ କେମିତି ପଶୁର ପ୍ରତିଦ୍ୱନ୍ଦ୍ୱୀ ଭୂମିକାରେ ଅବତୀର୍ଣ୍ଣ କରିପାରେ, ତାହାର ଏକ ସ୍ପଷ୍ଟ ଚିତ୍ର ଏଇ କେଇଦିନ ତଳେ ଘୂରି ବୁଲୁଥିଲା ସାମାଜିକ ଗଣମାଧ୍ୟମରେ। ବଡ଼ ମର୍ମଭେଦୀ ସେଇ ଦୃଶ୍ୟ ଆଖିରେ ପଡ଼ିଗଲାମାତ୍ରେ ମାନବ ସଭ୍ୟତାର ସମୃଦ୍ଧିକୁ ନେଇ ମନରେ ଯେମିତି ପ୍ରଶ୍ନ ଉଠେ, ସେମିତି କେବଳ ସ୍ଲୋଗାନ ମଧ୍ୟରେ ତିଷ୍ଠି ରହିଥିବା ଆମ ବିଧି ବ୍ୟବସ୍ଥାର ତଥାକଥିତ ଲୋକ କଲ୍ୟାଣ ପ୍ରକଳ୍ପକୁ ନେଇ ସନ୍ଦେହ ସୃଷ୍ଟି ହୁଏ। ଗୋଟିଏ ଡଷ୍ଟବିନ୍‌ରେ ଫିଙ୍ଗା ଯାଇଥିବା କିଛି ବଳକା ଅଇଁଠା ଖାଦ୍ୟକୁ ଖାଇବା ପାଇଁ ପ୍ରତିଯୋଗିତାରେ ଲାଗି ପଡ଼ିଥା’ନ୍ତି ଗୋଟିଏ ପଟେ ଏକ ବୁଲା କୁକୁର ତ ଅନ୍ୟ ପଟେ ଦଶ ବାର ବର୍ଷର ଜଣେ ଭୋକିଲା ବାଳକ। ଦାରିଦ୍ର୍ୟର ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟକୁ ଟିକେ ଗମ୍ଭୀର ଭାବେ ଅବଲୋକନ କଲେ ମାନବୀୟ ସଂସ୍କୃତିରେ ବିଶ୍ୱାସ ରଖୁଥିବା ଯେକୌଣସି ଲୋକ ମାନବତାର ପ୍ରକୃତ ପରିଭାଷାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯିବେ।
କେଇଦିନ ତଳେ ଲକ୍‌ଡାଉନ୍‌ କଟକଣାକୁ ଅମାନ୍ୟ କରି ଶତାଧିକ ଲୋକଙ୍କୁ ଖାଇବାକୁ ଦେଉଥିଲେ ଜଣେ ଗୃହସ୍ବାମୀ। ନିଜ ମାଆଙ୍କ ଏକାଦଶାହ ଶୁଦ୍ଧି ପାଇଁ ଥିଲା ଏହି ଗଣଭୋଜିର ଆୟୋଜନ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଅଚାନକ ଚଢ଼ାଉ କରି ଏହା କୋଭିଡ୍‌ ଆଇନର ଉଲ୍ଲଂଘନ କହି ଶତାଧିକ ଲୋକଙ୍କ ପାଇଁ ପ୍ରସ୍ତୁତ ସମସ୍ତ ଖାଦ୍ୟକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଖାଦ୍ୟଶାଳା ସଂଲଗ୍ନ ଭୂମି ଉପରେ ଢାଳି ଦେଉଥିଲା ବେଳେ ମନେପଡ଼ୁଥିଲା ସେଇ ବାରବର୍ଷର ଭୋକିଲା କିଶୋରଟିର ବିକଳ ମୁହଁ, ଯିଏ ନିଜ ଭୋକ ମେଣ୍ଟାଇବା ପାଇଁ କୁକୁର ମୁହଁରୁ ଅଇଁଠା ଖାଦ୍ୟ ଛଡ଼ାଇ ଆଣିବାର ପ୍ରୟାସ କରୁଥିଲା। କୋଭିଡ୍‌ ଆଇନ ଉଲ୍ଲଂଘନ ଭଳି ଅପରାଧ ପାଇଁ ଶହ ଶହ ଲୋକଙ୍କର ଖାଦ୍ୟ ନଷ୍ଟ କରୁଥିବା ପ୍ରଶାସନିକ ଅଧିକାରୀ ସେଇ ଭୋକିଲା ବାଳକର ବିକଳ ମୁହଁଟିକୁ ଦେଖିଥା’ନ୍ତେ ସିନା; ଜାଣିଥା’ନ୍ତେ ଅନ୍ନଚିନ୍ତା କେତେ ଚମତ୍କାର!
ଏଇ ପେଟ ଚାଖଣ୍ଡକ ମଧ୍ୟରେ ରାଜୁତି କରୁଥିବା ଭୋକ ରାକ୍ଷସର ଆବଶ୍ୟକତାକୁ ପୂରଣ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ଯିଏ ଯାହା ବାଟରେ ଉଦ୍ୟମରତ। କିଏ ଉଚିତ ମାର୍ଗରେ ଯାଇ ନିଜ ପେଟ ପୂରାଇବା ପାଇଁ ଉଦ୍ୟମ କରନ୍ତି ତ ଅନ୍ୟ କେହି ଅସାଧୁ ଓ ଅନୁଚିତ ବାଟରେ ପେଟ ପାଇଁ ଖାଦ୍ୟ ଅର୍ଜନ କରନ୍ତି। ଅବଶ୍ୟ ଏ କଥା ଭିନ୍ନ ଯେ, ଭୋକ ରାକ୍ଷସଠାରୁ ଆହୁରି ଭୟଙ୍କର ଲୋଭ ରାକ୍ଷସର କବଳରେ ଥରେ ପଡ଼ିଗଲେ ଭୋକର ଜ୍ୱାଳା ଅନନ୍ତ କାଳଯାଏ ପ୍ରଶମିତ ହୋଇପାରେନା। ପୂର୍ବରୁ ମଣିଷ ସଭ୍ୟତା ବିକଶିତ ହୋଇ ନ ଥିବାବେଳ ନିଜ ପେଟ ପୂରାଇବା ପାଇଁ ଅନ୍ୟ ମୁହଁରୁ ବଳ ପ୍ରୟୋଗ କରି ଖାଦ୍ୟ ଛଡ଼ାଇ ଆଣୁଥିଲା ମଣିଷ। ମାତ୍ର ଏବେ ତ ଏକ ସମୃଦ୍ଧ ସଭ୍ୟତା ମଧ୍ୟରେ ବି ନିଜ ପେଟ ଭରିବା ପରେ ବି ନିଜ ବୁଦ୍ଧି ଓ ଶକ୍ତି ପ୍ରୟୋଗ କରି ଅନ୍ୟମାନଙ୍କ ଭାଗର ଆହାର ନିଜ ପଟକୁ ଟାଣି ଆଣୁଛି ସଭ୍ୟ ବୋଲାଉଥିବା ବୁଦ୍ଧିମାନ୍‌, କ୍ଷମତାବାନ୍‌ ମଣିଷ!
ଲକ୍ଷ୍ୟ କରିବାର କଥା, ଅନ୍ନଚିନ୍ତା କେବଳ ଦରିଦ୍ର ଜନଙ୍କ ପାଇଁ ନୁହେଁ, ଅତ୍ୟନ୍ତ ସ୍ବଚ୍ଛଳ ଜୀବନ ଜିଉଁଥିବା ସଂଭ୍ରାନ୍ତ ବର୍ଗୀୟ ଲୋକଙ୍କ ପାଇଁ ମଧ୍ୟ ସମାନ ଭାବେ ଚମକତ୍ାର ପ୍ରଦର୍ଶନ କରିଥାଏ। ପାଖରେ ପୁଳାଏ ଟଙ୍କା ଥିବ, ଥିବ ବି ମୋଟା ଅଙ୍କର ବ୍ୟାଙ୍କ ବାଲାନ୍ସ, ରହିବା ପାଇଁ ଥିବ ସୁରମ୍ୟ ପ୍ରାସାଦ, ନିଜର ସେବା ପାଇଁ ନିୟୋଜିତ ଥିବେ ବିଭିନ୍ନ ବର୍ଗର ସେବିକା ସେବକ, ପୋର୍ଟିକରେ ଥିବ ନାମୀ ଦାମୀ ଗାଡ଼ି। ଏକ ସୁନ୍ଦର, ସୁଖମୟ ବିଘ୍ନବିହୀନ ଜୀବନ ବଞ୍ଚତ୍ବା ପାଇଁ ପାଖରେ ଥିବ ଯେତେ ଯାହା ଆବଶ୍ୟକ ଉପାଦାନ। ଅଥଚ ସମୟ ଏମିତି ଆସିବ, ସବୁ ଥାଇ ବି ଦୁଇ ଓଳି ଦୁଇ ମୁଠା ଖାଇବାକୁ ପେଟ ପାଇଁ ଦାନା ନ ଥିବ! ବଡ଼ ବିଚିତ୍ର ୟେ ଅବସ୍ଥା। କୋଟିଏ ଟଙ୍କାର ଶେଯ ଥିବ, ମାତ୍ର ଆଖିରେ ବିନା ମୂଲ୍ୟରେ ଉପଲବ୍ଧ ହେଉଥିବା ନିଦ ଟିକିଏ ନ ଥିବ!
କରୋନା ସଂକଟର ଏହି ବିଷମ କାଳ ମଣିଷର ଜୀବନକୁ ବହୁ ଭାବେ ଦୋହଲାଇ ଦେଇଛି। ବଦଳାଇ ଦେଇଛି ସଂସାରର ସଂଜ୍ଞା, ସମ୍ପର୍କର ପରିଭାଷା। ଥରେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଗଲେ ତେଣିକି ହରି ଭରସା। ଭାଗ୍ୟ ସଳଖ ଥିଲେ, ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଆସିଲେ କଥା ଅଲଗା। ମାତ୍ର ଯଦି ମୃତ୍ୟୁ ଘଟିଲା, ତେବେ ଜୀବନକାଳର ସବୁ ସମ୍ପର୍କ ଅଚିରେ ଉଭାନ୍‌ ହୋଇଯାଏ। କାନ୍ଧରେ ନେବାକୁ ପଡ଼ିଶା ଅସ୍ବୀକାର କରନ୍ତି, ପୁତ୍ର କନ୍ୟାମାନେ ମୁଖାଗ୍ନି ଦେବାର ସୁଯୋଗ ପାଆନ୍ତି ନାହିଁ ବା ସୁଯୋଗ ପାଇଲେ ବି କରୋନା ଭୟରେ ରାଜି ହୁଅନ୍ତି ନାହିଁ। ସିଧା ହସ୍ପିଟାଲରୁ ଶେଷଯାତ୍ରା ଆରମ୍ଭ ହୁଏ ଶ୍ମଶାନକୁ। କେଉଁଠି କିଟ୍‌ପିନ୍ଧା କର୍ମଚାରୀମାନେ ଗୋଟିଏ ଜୁଇରେ ତିନୋଟି ଶବ ରଖି ଦାହ କରନ୍ତି ତ ଅନ୍ୟ କେଉଁଠି ଅପରିଚିତ ମଶାଣି ବନ୍ଧୁମାନେ ସମ୍ମାନର ସହ ଦାହସଂସ୍କାର କରନ୍ତି ସିନା, ଶବର ସମ୍ପର୍କୀୟମାନେ ନ ଆସିବାରୁ ଅସ୍ଥିକଳସର ବିସର୍ଜନକୁ ନେଇ ଅଡ଼ୁଆରେ ପଡ଼ନ୍ତି।
ୟେ ତ ଗଲା କରୋନାରେ ଚାଲିଯାଉଥିବା ହତଭାଗ୍ୟ ବରିଷ୍ଠ ନାଗରିକମାନଙ୍କ ଶବର କଥା। ମାତ୍ର ଯେଉଁମାନେ ଭାଗ୍ୟବଳରୁ କରୋନାର ପଞ୍ଝାଠାରୁ ଦୂରରେ ରହି ଯାଉଛନ୍ତି, ସେମାନଙ୍କ ଯନ୍ତ୍ରଣା କେହି କେବେ ତଉଲିବାକୁ ଚେଷ୍ଟା କରୁନାହାନ୍ତି। ମୃତ୍ୟୁ ଚିନ୍ତାଠଁୁ ବଳି ଯାଉଛି ପେଟ ଭରିବାକୁ ଦୁଇମୁଠା ଅନ୍ନର ଚିନ୍ତା। ରାଜଧାନୀ ଭୁବନେଶ୍ୱରର ସଂଖ୍ୟାଧିକ ବରିଷ୍ଠ ନାଗରିକମାନଙ୍କ ଦୁର୍ଭାଗ୍ୟ ପ୍ରାୟତଃ ଏକା ପରି। ସମୟଚକ୍ରରେ ଆଧୁନିକତାର ଆବାହନ ମଧ୍ୟରେ ବଦଳି ଯାଇଥିବା ଜୀବନଧାରାରେ ପରିଣତ ବୟସ୍କ ସ୍ବାମୀ ସ୍ତ୍ରୀ ଦୁହେଁ ଏକା ରହୁଛନ୍ତି। ପିଲାମାନେ ବୃତ୍ତିଦାୟରେ ରାଜ୍ୟ ବାହାରେ ବା ଦେଶ ବାହାରେ। ବାର୍ଦ୍ଧକ୍ୟର ରୋଗ ସମୂହର ପ୍ରତିବିଧାନ ପାଇଁ ପୁଳାପୁଳା ଔଷଧ ମଧ୍ୟରେ ଜୀବନ ବିତୁଛି। କରୋନା ଲଦି ଦେଇଥିବା ସାମାଜିକ ଦୂରତା ପାଇଁ ନିୟୋଜିତ ସେବିକାସେବକମାନଙ୍କୁ ସାମୟିକ ଭାବେ କାର୍ଯ୍ୟଚ୍ୟୁତ କରାଯାଇଛି। ସୁତରାଂ, ଉଭୟଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା ବା ନିଜେ ରୋଷେଇ କରି ଖାଇବା ଏକ ଆହ୍ବାନରେ ପରିଣତ ହୋଇଛି। ବାଧ୍ୟ ହୋଇ କେତେବେଳେ ଶୁଖିଲା ଚୁଡ଼ା, ମୁଢ଼ି, ଛତୁଆ ତ ଅନ୍ୟବେଳେ ପାଉଁରୁଟି ଖାଇ ବଞ୍ଚତ୍ବାକୁ ବିବଶ ହେଉଛନ୍ତି ଅଭିଶପ୍ତ ବାର୍ଦ୍ଧକ୍ୟ ଭୋଗୁଥିବା ବୁଢ଼ାବୁଢ଼ୀମାନେ।
ଧୀରେ ଧୀରେ ସେଇ ବୟସକୁ ଛୁଇଁବାକୁ ଯାଉଥିବା ଜଣେ ସମାଜମନସ୍କ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ ପଟ୍ଟନାୟକ ବୟସ୍କମାନଙ୍କ ଏହି ‘ଅନ୍ନଚିନ୍ତା ଚମକତ୍ାର’ ଭଳି ଦୁର୍ଭାଗ୍ୟକୁ ଲକ୍ଷ୍ୟ କରି ସେମାନଙ୍କ ପାଇଁ ଦୁଇ ଓଳି ରନ୍ଧାଖାଦ୍ୟ ସମୁଚିତ ମୂଲ୍ୟରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତଥା ସାମାଜିକ କଲ୍ୟାଣ ଓ ମିଶନ ଶକ୍ତି ବିଭାଗକୁ ଅନୁରୋଧ କରିଛନ୍ତି। ବମ୍ବେ, ପୁଣେ, ବାଙ୍ଗାଲୋର ଓ ଦିଲ୍ଲୀ ଭଳି ମହାନଗରୀଗୁଡ଼ିକରେ ସରକାରୀ ନିୟନ୍ତ୍ରଣ ମଧ୍ୟରେ ବୁଢ଼ାବୁଢ଼ୀମାନଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚାଇ ଦିଆଯାଇ ପାରୁଥିତ୍ବା ବେଳେ ପ୍ରଶାସନିକ ସ୍ତରରେ କେବଳ ଏକ ଦୃଢ଼ ଇଚ୍ଛାଶକ୍ତି ବଳରେ ଆମ ଭୁବନେଶ୍ୱର ବା ଅନ୍ୟ ସହରମାନଙ୍କରେ ରହୁଥିବା ବୟୋବୃଦ୍ଧମାନଙ୍କ ପାଇଁ ମଧ୍ୟ ଏହା ସମ୍ଭବ ହୋଇପାରନ୍ତା। ପ୍ରକୃତରେ ରାସ୍ତାର ବୁଲା ଗାଈଗୋରୁ କୁକୁର ମାଙ୍କଡ଼ଙ୍କ ପେଟ ଚିହ୍ନି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଆମ ଲୋକପ୍ରିୟ ସରକାର ଏକା ଏକା ରହୁଥିବା ବୟସ୍କଙ୍କ ପେଟକଥା ବୁଝନ୍ତେ ସିନା!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ- ୮୮୯୫୬୨୪୧୦୫


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ...

ପେଟେଣ୍ଟମୁକ୍ତ ଟିକା

ଡ. ନରେନ୍ଦ୍ର ସେଠୀ ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ...

ବୈଦେଶିକ ମୁଦ୍ରା

ନିମାଇଁ ଚରଣ ଲେଙ୍କା ମନୁଷ୍ୟ ଯେତେ ପାପକର୍ମ କରି ଧନ ସମ୍ପତ୍ତି ଅର୍ଜନ କରିଥାଏ, ମୃତ୍ୟୁ ପରେ କିଛି ବି ସାଙ୍ଗରେ ନେଇପାରେନାହିଁ। କେବଳ ପାପକର୍ମର...

ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...

ବାବା ଓ ବିଜ୍ଞାନ

ଡ. ପ୍ରଫୁଲ୍ଲ କୁମାର ସାହୁ ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର...

ଦୃଷ୍ଟିପଡ଼ୁ

କୋଭିଡ୍‌-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍‌ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ...

ଏଇ ଭାରତରେ

ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...

ମାଙ୍ଗାଲୋର ନ ଯାଇ ମଙ୍ଗଳ

ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଖପ୍ପା ହୋଇଥିଲେ ‘ଲିଟିଲ୍‌ ମାଷ୍ଟର’; ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ନେଇଥିଲେ ଶପଥ : କାରଣ ଜାଣିଲେ…
Next Post Next post:
ପେନ୍‌ ପିଣ୍ଟର ବିଜେତା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts