କୋଭିଡ୍-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର୍)ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ବାପା, ମା’ କିମ୍ବା ଉଭୟଙ୍କୁ କୋଭିଡ୍ ଓ ଅଣ କୋଭିଡ୍ ରୋଗରେ ହରାଇ ଅନାଥ ହୋଇଥିତ୍ତ୍ବା ଶିଶୁଙ୍କ ସଂଖ୍ୟା ୩୦,୦୭୧। ମହାରାଷ୍ଟ୍ରରେ ସର୍ବାଧିକ ୭,୦୮୪ ପିଲା ଅନାଥ ହୋଇଥିବା ବେଳେ ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏମାନଙ୍କ ସଂଖ୍ୟା ମଧ୍ୟ ଅଧିକ। ତେବେ ବିଭିନ୍ନ ରାଜ୍ୟରେ କୋଭିଡ୍ଜନିତ ମୃତକଙ୍କ ସଂଖ୍ୟାର ପୁନଃ ଆକଳନ କରାଯାଉଥିବା ହେତୁ ଅନାଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ପିଲାଙ୍କ ପାଇଁ କେନ୍ଦ୍ର କେଉଁ ପ୍ରକାର କଲ୍ୟାଣକାରୀ ଯୋଜନା କରିଛି ସେ ସମ୍ପର୍କରେ ଜାଣିବା ପାଇଁ ସୁପ୍ରିମକୋର୍ଟ ଇଚ୍ଛାପ୍ରକାଶ କରିଥିଲେ। ଏହାପରେ ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ସ୍ବାଧୀନ ଭାବେ, ଏହି ପିଲାଙ୍କ ପାଇଁ ନିଜସ୍ବ ଯୋଜନା ଘୋଷଣା କଲେଣି। ୨୦୧୮ରେ ୟୁନିସେଫ୍ ତଥ୍ୟରେ ବିଭିନ୍ନ କାରଣରୁ ଅନାଥଙ୍କ ସଂଖ୍ୟା ପାଖାପାଖି ୩ କୋଟି ରହିଥିତ୍ଲା। କୋଭିଡ୍ ମହାମାରୀ ଏହାକୁ ବଢ଼ାଇ ଦେଇଛି। ମହାମାରୀରେ ଅନାଥଙ୍କ ପାଇଁ ଏବେ ଯେଉଁ କଲ୍ୟାଣକାରୀ ଯୋଜନା କରାଯାଇଛିି ତାହା ସ୍ବାଗତଯୋଗ୍ୟ, କିନ୍ତୁ ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର, ଆସାମ, ନାଗାଲାଣ୍ଡ, ମଣିିପୁର ଆଦି ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ଉପୁଜୁଥିବା ଯୋଗୁ ଅନେକ ପିଲା ଅନାଥ ହେବା ଶୁଣାଯାଉଛି। ୧୮ ବର୍ଷରୁ କମ୍ ଅନାଥ ପିଲାଙ୍କର ଏକ ସ୍ବତନ୍ତ୍ର ଗଣନା କରାଯିବା ସହ ସରକାରୀ ଏବଂ ସାମାଜିକ ଦୃଷ୍ଟି ପଡ଼ିବାର ଆବଶ୍ୟକତା ରହିଛି। କାରଣ ୩ କୋଟିରୁ ଊର୍ଦ୍ଧ୍ୱ ପିଲାଙ୍କୁ ଯଦି ଭାରତର ସମାଜ ସମ୍ପୂର୍ଣ୍ଣ ଭୁଲିଯାଏ, ତେବେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହିତ ଦେଶରେ ସାମାଜିକ ବିଶୃଙ୍ଖଳା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଏଇ ଭାରତରେ
ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍ଏସ୍ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...
ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ
ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...
ଜି-୭ରେ ଜଳବାୟୁ ପ୍ରସଙ୍ଗ
ଡ. ଜୟକୃଷ୍ଣ ପାଣିଗ୍ରାହୀ ବ୍ରିଟେନ୍ କର୍ନଓ୍ବାଲ ପ୍ରଦେଶର କାର୍ବିସ ଉପକୂଳରେ ଜୁନ ୧୧ରେ ଯେତେବେଳେ ବିଶ୍ୱର ଜି-୭ ବା ସପ୍ତ-ରାଷ୍ଟ୍ର ଗୋଷ୍ଠୀର ରାଷ୍ଟ୍ରମୁଖ୍ୟମାନେ ୪୭ତମ ଶିଖର...
ଜୀବନର ସାତରଙ୍ଗ
ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ...
ବାକ୍ ସ୍ବାଧୀନତା ବନାମ ମିଥ୍ୟା ଖବର
ଅନିଲ କୁମାର ବିଶ୍ୱାଳ କୋଭିଡ୍ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, କୋଭିଡ୍ ସମ୍ବନ୍ଧିତ ଖବରଗୁଡ଼ିକୁ ଛାଡ଼ିଦେଲେ ଆଉ ଯେଉଁ ଅଳ୍ପ କେତୋଟି ପ୍ରସଙ୍ଗ ଦେଶର ଜନମାନସକୁ ବିଶେଷ...
ମହାମାରୀରେ ଶିକ୍ଷକଙ୍କ ଭୂମିକା
କଳ୍ପନା ସାହୁ ଛାତ୍ରୀଛାତ୍ରମାନେ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ବାତିଲ ହେବା, ଫଳାଫଳର ଅନିଶ୍ଚିତତା ଓ କ୍ୟାରିୟରର ଆଶଙ୍କା...
ଏଇ ଭାରତରେ
ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍ ଜୋଷୀ ଏବେ ଅବସର ସମୟକୁ କୋଭିଡ୍ ରୋଗୀଙ୍କ...
ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ
ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍ ମହାମାରୀର ପ୍ରଭାବ ଏହାର...


