ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍ କଲ୍ଟିଏ ପାଇ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ କର୍ମୀ କିନ୍ନର ଚିନ୍ମୟୀ ଦାସଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରିବା ସହ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ ଚିନ୍ମୟୀଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଅନେକ ଉଚ୍ଚପଦସ୍ଥ ଅଧିକାରୀ, ରାଜନେତା ମଧ୍ୟ ଟୁଇଟ୍ କରି ଚିନ୍ମୟୀଙ୍କୁ ଉତ୍ସାହିତ କରିଛନ୍ତି।
ଜଗତ୍ସିଂହପୁର ଜିଲାର ମୂଳ ନିବାସୀ ଚିନ୍ମୟୀ କିଛି ବର୍ଷ ହେଲା ଅନୁଗୋଳ ଜିଲାରେ ରହୁଛନ୍ତି। ଜରପଡାଠାରେ ତାଙ୍କର ଏକ ଛୋଟ ଲେଡିଜ୍ କର୍ନର ଅଛି। ସେଥିରୁ ଯାହା ଅର୍ଥ ଉପାର୍ଜନ ହୁଏ, ସେଥିରେ ସେ ନିଜେ ଚଳିବା ସହ ଅସହାୟ ଲୋକଙ୍କୁ ସହାୟତା ଯୋଗାଇବାରେ ବ୍ୟୟ କରନ୍ତି। ପୂର୍ବରୁ ରୋଗୀଙ୍କ ସେବା କରି ଆସୁଥିବା ଚିନ୍ମୟୀ ବର୍ତ୍ତମାନ ମହାମାରୀ ସମୟରେ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର କରିବାରେ ଲାଗିପଡ଼ିଛନ୍ତି। ତାଙ୍କ ସହାୟତା ଲୋଡ଼ୁଥିବା ପରିବାର ନିକଟରେ ପହଞ୍ଚି ନିଜ ସୁବିଧାରେ ମୃତଦେହ ନେଇ ଦାହ କରୁଛନ୍ତି। ଏଥିପାଇଁ କାହାଠାରୁ ଟଙ୍କାଟିଏ ସେ ନିଅନ୍ତି ନାହିଁ। ଏପରି ମହତ୍ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ୧୨ଟା ୭ ମିନିଟ୍ରେ ଚିନ୍ମୟୀଙ୍କୁ ଫୋନ କରିଥିଲେ। ୪୦ ସେକେଣ୍ଡର କଥାବାର୍ତ୍ତା ମଧ୍ୟରେ କୋଭିଡ୍ ସମୟରେ ଗରିବ, ଅସହାୟଙ୍କ ଶବ ସତ୍କାର କରି ସେ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ଓ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଚିନ୍ମୟୀ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ ମଧ୍ୟ କରିଛନ୍ତି। ସେହିପରି ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା, ନରସିଂହ ଭୋଳଙ୍କ ସମେତ ଅନେକ ନେତା ଚିନ୍ମୟୀଙ୍କୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଚିନ୍ମୟୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ତାଙ୍କୁ ଅଧିକ ପ୍ରେରଣା ଦେଇଛି। ଆଗାମୀ ଦିନରେ ସେ ଅଧିକରୁ ଅଧିକ ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବେ।
କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍, ପ୍ରଶଂସା
Posted inଅନୁଗୋଳ, ଆମ ଜିଲା ଖବର, କରୋନା ଭାଇରସ୍, ରାଜ୍ୟ View All
ଅନ୍ଲକ୍ ଅଙ୍କକଷା
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ଏବେ ଲକ୍ଡାଉନ ଓ ଶଟ୍ଡାଉନ୍ ଜାରି ରହିଛି। ପ୍ରାୟ ଦେଢ଼ ମାସ ହେବ ଜୀବନ ଓ ଜୀବିକାକୁ ନେଇ ଲୋକେ ବିଭିନ୍ନ...
ଡଷ୍ଟବିନ୍ରୁ ଖାଦ୍ୟ ସାଉଁଟୁଛନ୍ତି ମାନସିକ ବିକୃତ ମହିଳା
ସାରସକଣା, ୫ା୬-ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଅନେକ କରୁଣ ଦୃଶ୍ୟ। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ବଜାରରେ ଜଣେ ମାନସିକ...
ଜୁନ ୭ରୁ ୧୦୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସମସ୍ତ ଘରୋଇ, ସରକାରୀ କାର୍ଯ୍ୟାଳୟ
ଅହମଦାବାଦ, ୪।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି। ହେଲେ ଦୈନିକ ସଂକ୍ରମଣର ପଜିଟିଭ୍ ହାର ତଳକୁ ଖସିଛି। ଗତ ୨...
ସଂକ୍ରମଣ ସାମାନ୍ୟ କମିଲା: ରାଜଧାନୀରୁ ୬୬୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୬୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୬ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୫୦୫ ଲୋକାଲ କେସ୍ ରହିଛି।...
୧୭,୦୦୦ ଫାଭିପିରାଭିର ଟାବ୍ଲେଟ୍ ଜବତ
କଟକ ଅଫିସ,୧୨ା୬: କଟକ କନିକା ଛକରେ ଥିବା ଏକ ମେଡିସିନ ଗୋଦାମ ଉପରେ ଶୁକ୍ରବାର ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ପ୍ରାୟ...
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...
ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ
ଝାରସୁଗୁଡ଼ା ଅଫିସ୍,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଜାରି ରହିଛି। ଏହାକୁ ତଦାରଖ...
ମ୍ୟାଲେରିଆ ଶୂନ୍ୟ ହେବ ଓଡ଼ିଶା
ଭୁବନେଶ୍ୱର,୨୬।୬(ବ୍ୟୁରୋ): ଓଡ଼ିଶା ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଭାବେ ଅଗ୍ରସର ହେବା ଆରମ୍ଭ କରିଛି । ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ୯୦...


