ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ଏବେ ଲକ୍ଡାଉନ ଓ ଶଟ୍ଡାଉନ୍ ଜାରି ରହିଛି। ପ୍ରାୟ ଦେଢ଼ ମାସ ହେବ ଜୀବନ ଓ ଜୀବିକାକୁ ନେଇ ଲୋକେ ବିଭିନ୍ନ ସମସ୍ୟାର ସମ୍ମଖୀନ ହେଉଛନ୍ତି। ଏପରି ସ୍ଥିତିରେ ଆସନ୍ତା ୧୭ ତାରିଖ ସକାଳ ୫ଟାରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସରୁଛି। ହେଲେ ଏହା ପୂର୍ବରୁ ଅନ୍ଲକ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଦିଲ୍ଲୀ, ମୁମ୍ବାଇରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପଶ୍ଚିମବଙ୍ଗ ସରକାର ମଧ୍ୟ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇସାରିଲେଣି। ତେଣୁ ଅନ୍ଲକ୍କୁ ନେଇ ସରକାରୀ ଘୋଷଣାକୁ ଓଡ଼ିଶାବାସୀ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ଏବେ ରାଜ୍ୟରେ ସଂକ୍ରମଣ ହାର ୭ ପ୍ରତିଶତ ତଳକୁ ଖସି ଆସିଥିବାବେଳେ କେତେକ ଜିଲାରେ ୫ ପ୍ରତିଶତରୁ କମ୍ ରହିଛି। କେଉଁ କେଉଁ ଜିଲାରେ ଅନ୍ଲକ୍ ପ୍ରକ୍ରିୟା ଲାଗୁ ହେବ ସେନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଯେଉଁ ଜିଲାରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଚିନ୍ତା କରୁଥିବା ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ। ତେବେ କ’ଣ ରହିବ ସରକାରଙ୍କ ଅନ୍ଲକ୍ ପ୍ରକ୍ରିୟାର ଆଭିମୁଖ୍ୟ, ତାହା ଉପରେ ଏବେ ସମସ୍ତଙ୍କ ନଜର। କେଉଁ ଜିଲାରେ କଟକଣା ବଳବତ୍ତର ରହିବ ଓ କେଉଁଠି କୋହଳ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।
ସରକାରଙ୍କ କୋଭିଡ୍ ତଥ୍ୟ ଅନୁସାରେ, ରବିବାର ରାଜ୍ୟରେ ସଂକ୍ରମଣ ହାର ୬.୩୩%କୁ ଖସି ଆସିଛି। ଯେଉଁ ଜିଲାରେ ସଂକ୍ରମଣ ହାର ୫% ତଳକୁ ରହିଛି ସେସବୁ ସ୍ଥାନରେ କଟକଣା କୋହଳ ହେବ ବୋଲି ଶୁଣିବାକୁ ମିଳୁଛି। ତେଣୁ ବର୍ତ୍ତମାନ ୧୪ଟି ଜିଲାରେ ସଂକ୍ରମଣ ହାର ୫% ତଳେ ରହିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ସଂକ୍ରମଣ ହାର ୦.୫% ଥିବାବେଳେ ନୂଆପଡ଼ା ୧.୧୫, ଗଞ୍ଜାମ ୧.୨, ସମ୍ବଲପୁର ୧.୬୭, ବଲାଙ୍ଗୀର ୨.୨୩, ବରଗଡ଼ ୨.୮୩, ସୋନପୁର ୩.୧୧, କନ୍ଧମାଳ ୩.୬୮, ଗଜପତି ୩.୮୯, ସୁନ୍ଦରଗଡ଼ ୩.୯୩, କଳାହାଣ୍ଡି ୪.୧୩, ନବରଙ୍ଗପୁର ୪.୨୮, ମାଲକାନଗିରି ୪.୫, ଅନୁଗୋଳ ୪.୭୪% ରହିଛି। ତେଣୁ ଏସବୁ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବା ସମ୍ଭାବନା ଅଧିକ ରହିଛି। ସେହିପରି ୧୧ ଜିଲାରେ ୧୦% ତଳେ ସଂକ୍ରମଣ ହାର ରହିଛି। ଏସବୁ ଜିଲା ମଧ୍ୟରେ ବାଲେଶ୍ୱରରେ ୯.୪୨, ଭଦ୍ରକ ୭.୩୫, ବୌଦ୍ଧ ୮.୬୩, ଦେବଗଡ଼ ୬.୩୭, ଢେଙ୍କାନାଳ ୭.୨୧, ଜଗତ୍ସିଂହପୁର ୭.୯୫, କେନ୍ଦ୍ରାପଡ଼ା ୫.୫, କେନ୍ଦୁଝର ୫.୫୫, କୋରାପୁଟ ୫.୦୫, ମୟୂରଭଞ୍ଜ ୬.୯୯ ଓ ରାୟଗଡ଼ା ୬.୫୬% ରହିଛି। ଏସବୁ ଜିଲାରେ ଯଦିଓ ସଂକ୍ରମଣ ହ୍ରାସ ପାଇଛି, କିନ୍ତୁ ୫ ପ୍ରତିଶତ ଉପରେ ରହିଥିବାରୁ ଏସବୁ ଜିଲାରେ କଟକଣା ସଂକ୍ରାନ୍ତରେ ବିଚାରବିମର୍ଶ ଚାଲିଛି। ଅନ୍ୟପକ୍ଷରେ ୫ଟି ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି। ସେଥିମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୩.୩୬% ସଂକ୍ରମଣ ହାର ଥିବାବେଳେ ଯାଜପୁର ୧୨.୮୫, ପୁରୀରେ ୧୧.୮୮, କଟକରେ ୧୦.୧୫, ନୟାଗଡ଼ରେ ୧୦.୦୩% ରହିଛି।
ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ରାଜ୍ୟରେ ସଂକ୍ରମଣ ରୋକିବାକୁ ଏବେ ଲକ୍ଡାଉନ ଓ ଅନଲକ୍ ବ୍ୟବସ୍ଥା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି। ପରିସ୍ଥିତି ଉପରେ ତର୍ଜମା କରାଯାଇ ଅନ୍ଲକ୍ ପ୍ରକ୍ରିୟା ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।
୧୧ରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ...
୨ ଦିନ ବର୍ଷା
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ...
ରସୁଲଗଡ଼ ଓଭରବ୍ରିଜ୍ରେ ଦୁର୍ଘଟଣା: ପିସିଆର ଭ୍ୟାନକୁ ପଛରୁ ପିଟିଲା ଟ୍ରକ, ୨ ପୋଲିସ କର୍ମଚାରୀ ଆହତ
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ ଉପରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ପଛ ପଟୁ ଏକ ମାଲ୍ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣାରେ ୨...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ସ୍ନାନ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରି ଗଜପତି ମହାରାଜା...
ବରଗଡ଼ କୋଭିଡ୍ ହସ୍ପିଟାଲରେ ଆଉ ନାହାନ୍ତି ଆକ୍ରାନ୍ତ
ବରଗଡ଼ ଅଫିସ୍,୧୬।୬: ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କୋଭିଡ୍ ହସ୍ପିଟାଲରେ ଆଉ କେହି ଆକ୍ରାନ୍ତ ନାହାନ୍ତି। ଏନେଇ ଜିଲା...
ଅମ୍ବାଳିଅଠା ନିକଟରେ ସିରିଜ୍ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ
ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।...
କରୋନାରୁ ସୁସ୍ଥ ହୃଦ୍ରୋଗୀ ହାର୍ଟ ଚେକ୍ ଅପ୍ କରିବାକୁ ପରାମର୍ଶ
ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ...


