ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ ସିଂହର ମୃତ୍ୟୁ ଘଟିଛି। ଜୁଲୋଜିକାଲ ପାର୍କର ସଫାରି ଏରିଆରେ ରଖାଯାଇଥିବା ଏହି ସିଂହଟି ଗୁରୁବାର ସନ୍ଧ୍ୟା ୬ଟା ୧୫ରେ ଆଖି ବୁଜିଦେଇଥିଲା ବୋଲି ଶୁକ୍ରବାର ଏକ ପ୍ରେସ୍ ରିଲିଜ୍ରେ କୁହାଯାଇଛି। ସେହିପରି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଥିବା ଭଗବାନ ବିର୍ସା ମୁଣ୍ଡା ବାୟୋଲୋଜିକାଲ ପାର୍କରେ ୧୦ ବର୍ଷର ଅଣ୍ଡିରା ବାଘ ‘ଶିବା’ ମଧ୍ୟ ଗୁରୁବାର ରାତିରେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଶିବାକୁ ୨୦୧୪ରେ ବେଙ୍ଗାଲୁରୁରୁ ଉକ୍ତ ଚିଡ଼ିଆଖାନାକୁ ଅଣାଯାଇଥିଲା। ଗତ ୪ ଦିନ ଧରି ବାଘଟି ଜ୍ୱର ଓ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲା ବୋଲି ଜୁ’ର ପ୍ରାଣୀ ଚିକିତ୍ସକ ଡ. ଓମ୍ ପ୍ରକାଶ ସାହୁ ସୂଚନା ଦେଇଛନ୍ତି।
Posted inକରୋନା ଭାଇରସ୍, ଫୁରସତ View All
ବିଧାୟକ ପାଣ୍ଠି ସଂଶୋଧନ କର
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍ଲାଇନରେ ଆବଶ୍ୟକ ସଂଶୋଧନ...
ମହାକାଶ ନୁହେଁ, ସମୁଦ୍ର ମଧ୍ୟ ଦେଇ ଆସୁଛନ୍ତି ଏଲିଅନ
ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଅନ ଏବଂ ସେମାନଙ୍କ ଯାନ ଦେଖିବାକୁ ମିଳୁଥିବା ଅନେକ ଦାବି କରୁଛନ୍ତି। ଏହି ଦାବି ଉପରେ ବର୍ତ୍ତମାନ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ...
କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା
ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...
୭୦ କୋଭି୍ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି
ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ,...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...
ଆଜିଠାରୁ ୧୮ରୁ ୪୪ଙ୍କୁ ଦ୍ୱିତୀୟ ଡୋଜ୍ ଟିକା
ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ପାଇଁ...
ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍...


