ନୂଆଦିଲ୍ଲୀ,୫।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ଦିଆଯାଉଥିବା କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ୍ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ କେତେ ଦିନର ସମୟ ଅନ୍ତର ରହିଲେ ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ସାବସ୍ତ୍ୟ ହେବ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଲାନସେଟ୍ ପକ୍ଷରୁ ହୋଇଥିବା ସର୍ଭେରେ ଉଲ୍ଲେଖ କରାଯାଇଛି ଯେ, ଦୁଇେ ଡାଜ୍ ମଧ୍ୟରେ ସମସ ସୀମା କମ୍ ରହିଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହା ଦ୍ୱାରା ଡେଲ୍ଟା ଭାରିଆଣ୍ଟ୍ ବିରୋଧରେ ଲଢ଼େଇ ସହଜ ହୋଇ ପାରିବ। ତେଣୁ ଟିକାର ଦ୍ୱିତୀୟ ଡୋଜ୍ ଶୀଘ୍ର ନେବାକୁ ଲାନସେଟ୍ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ଭାରତରେ କୋଭିଶିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ଅନ୍ତରକୁ ୧୨ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ରଖାଯାଇଛି। ଅପରପକ୍ଷରେ କୋଭାକ୍ସିନ୍ ଟିକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧ୍ୟାନ ୨୮ରୁ ୪୨ ଦିନ ରଖାଯାଇଛି। ଡୋଜ୍ ମଧ୍ୟରେ ସମୟ ଅନ୍ତର କମ୍ ରହିଲେ ଭାରତୀୟ ଡେଲ୍ଟା ଭାରିଆଣ୍ଟ୍ ବିରୋଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ଅଡ୍ ଇଭିନ୍ରେ ଖୋଲିବ ଦୋକାନ, ୫୦ ପ୍ରତିଶତରେ ଚାଲିବ ମେଟ୍ରୋ…
ନୂଆଦିଲ୍ଲୀ,୫।୬: ରାଜଧାନୀ ଦିଲ୍ଲୀରେ ଲକ୍ଡାଉନ୍ ପରେ ଏବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ତେବେ ସୁରକ୍ଷା...
ସ୍ନାନଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷା
ପୁରୀ ଅଫିସ, ୧୨ା୬: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ନେଇ...
କୋଭିଡ୍ ସହାୟତାରୁ ୨ଶହ କୋଟି ବାଟମାରଣା
ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ...
୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ...
ଗତ ୨୪ ଘଣ୍ଟାରେ ୭୪ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ
ଚଣ୍ଡିଗଡ଼,୪।୬: ହରିଆଣାରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪ ନୂଆ ବ୍ଲାକ୍ ଫଙ୍ଗସ୍...
ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍…
ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି।...
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...
ଉପ ରାଷ୍ଟ୍ରପତିଙ୍କ ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ହଟାଇଲା ଟୁଇଟର୍…
ନୂଆଦିଲ୍ଲୀ,୫।୬: ଟୁଇଟର୍ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ...


