ପାଲଲହଡ଼ା,୫ା୬(ଡି.ଏନ୍.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ଢେଙ୍କାନାଳ ଏମ୍ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଶନିବାର ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ପାଲଲହଡ଼ା ଉପଖଣ୍ଡରେ ଥିବା ଆଦର୍ଶ ବିଦ୍ୟାଳୟଠାରେ ଏକ କୋଭିଡ୍ କେୟାର ସେଣ୍ଟରର ଶୁଭ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳ ଏବଂ ଏମ୍ପି ମହେଶ ସାହୁଙ୍କୁ ଅତିଥି ଭାବେ ଜିଲା ଏବଂ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ପୂବାହ୍ନ ୧୦.୩୦ରେ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ଏହି କୋଭିଡ୍ କେୟାର ସେଣ୍ଟରକୁ ଫିତା କାଟି ଉଦ୍ଘାଟନ କରିଥିଲେ ଅନ୍ୟପଟେ ପୂର୍ବାହ୍ନ ୧୧ଟାରେ ଏମ୍ପି ମହେଶ ସାହୁ ପହଞ୍ଚିଥିଲେ ଏବଂ କୋଭିଡ଼ କେୟାର ସେଣ୍ଟର ଉଦ୍ଘାଟନ କାର୍ଯ୍ୟ ଶେଷ ହୋଇଥିବା ଦେଖି ଉତ୍କ୍ଷିପ୍ତ ହୋଇ ଅସଭ୍ୟ ଭାଷାରେ ଗାଳି କରିଥିଲେ। ବିଧାୟକ ମଧ୍ୟ ନିଜ ସମର୍ଥକଙ୍କ ସହ ଏମ୍ପିଙ୍କ ଏଭଳି ଆଚରଣକୁ ବିରୋଧ କରିଥିଲେ। ବିଧାୟକଙ୍କ ସମର୍ଥକମାନେ ମଧ୍ୟ ଏମ୍ପିଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ କୋଭିଡ କେୟାର ସେଣ୍ଟର ମଧ୍ୟରେ କିଛି ସମୟ ପାଇଁ ଉଭୟଙ୍କ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ପରେ ଏମ୍ପି ସେଠାରୁ ରାଗି ଚାଲିଯାଇଥିଲେ I ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ଦେଖଣାହାରୀ ସାଜିଥିଲେ। ସବୁଠାରୁ ବଡ଼କଥା ହେଲା ଶନିବାର ଏବଂ ରବିବାରକୁ ରାଜ୍ୟ ସରକାର ଶଟ୍ଡାଉନ୍ ଘୋଷଣା କରିଥିବାବେଳେ ଖୋଦ ଶାସକ ଦଳର ଏହି ଦୁଇ ଜନ ପ୍ରତିନିଧି ନିଜର ଶତାଧିକ କର୍ମୀଙ୍କୁ ନେଇ ସାମାଜିକ ଦୂରତା ଭୁଲି ନିଜ ନିଜ ମଧ୍ୟରେ ଗଣ୍ଡଗୋଳରେ ବ୍ୟସ୍ତଥିବା ଦେଖିବାକୁ ମିଳିଥିଲା I ତେବେ ଉଭୟ ଲୋକ ପ୍ରତିନିଧିଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।
Posted inଅନୁଗୋଳ, ଆମ ଜିଲା ଖବର View All
ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ
ପୁରୁଷୋତ୍ତମପୁର,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି...
ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ
ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍ ବହିର୍ବିଭାଗ (ଓପିଡି),...
ଗଞ୍ଜାମର ୧୦ ବ୍ଲକରେ ଆଜି ଟିକାକରଣ ବନ୍ଦ
ଛତ୍ରପୁର,୨୪ା୬(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାର ୨୨ ବ୍ଲକ ମଧ୍ୟରୁ...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା
ଝାରସୁଗୁଡା ଅଫିସ୍,୪।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର...
ଶ୍ୱାସ ନେବାକୁ ସଂଘର୍ଷ
ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ଟ୍ୟାଙ୍କର ଧକ୍କାରେ ବାଇକ୍ ଚାଳକଙ୍କ ଜୀବନ ଗଲା
ଝାରସୁଗୁଡ଼ା ଅଫିସ,୧୪ା୬: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥ ସନ୍ୟାସୀପାଲି ଛକରେ ସୋମବାର ଏକ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ...


