କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଶନିବାର ରାସ୍ତା ଦୁର୍ଘଟଣାରେ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିଜେ ୧୦୮ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲା ଅନ୍ତର୍ଗତ ମାଝିଗୁଡ଼ାରେ ଏକ କାର୍ ଗଛରେ ପିଟି ହୋଇ ପଡ଼ି ରହିଥିଲା। ଅନେକ ଲୋକ ଉକ୍ତ ବାଟ ଦେଇ ଯାଉଥିଲେ ମଧ୍ୟ କେହି ଉଦ୍ଧାର କରି ନ ଥିଲେ ା ଏହି ସମୟରେ କୋରାପୁଟ ବିଧାୟକ ନବରଙ୍ଗପୁର ଯାଉଥିବାବେଳେ କାର୍ଟି ଦୁର୍ଘଟଣାଗସ୍ତ ଦେଖିବାକୁ ପାଇଥିଲେ। ତୁରନ୍ତ ଦୁର୍ଘଟଣାଗସ୍ତ କାର୍ରେ ଥିବା ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ନେଇଛି।
ଦୁର୍ଘଟଣାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ, ନିଜ କାର୍ ଅଟକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ
Posted inଆମ ଜିଲା ଖବର, କୋରାପୁଟ View All
କ୍ୟାନ୍ସର ରୋଗୀଙ୍କୁ ମିଳୁନି କେମୋଥେରାପି
ବରଗଡ଼ ଅଫିସ୍,୨୧।୬: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସ୍ଥାନୀୟ କ୍ୟାନ୍ସର ରୋଗୀଙ୍କୁ ମିଳୁଥିବା କେମୋଥେରାପି ଚିକିତ୍ସା ଏବେ ବନ୍ଦ ରହିଛି। ଫଳରେ ଜନସାଧାରଣରେ ପୁଣି ଅସନ୍ତୋଷ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...
ଏମିତି ବି ଆସେ ମୃତ୍ୟୁ: ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ
ବୌଦ୍ଧ,୯।୬(ଡି.ଏନ୍.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା...
ବାଲେଶ୍ୱରରୁ ଇସ୍ରୋର ବୈଜ୍ଞାନିକ
ସଜନାଗଡ଼, ୯।୬(ଡି.ଏନ.ଏ.)-ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ବୈଜ୍ଞାନିକ ଭାବେ ଯୋଗଦେବେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଅଭିଷେକ ପରିଡ଼ା। ମାର୍ଚ୍ଚରେ ଅନୁଷ୍ଠିତ ଏ ସମ୍ପର୍କିତ ପରୀକ୍ଷାରେ...
ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ
ଛତ୍ରପୁର,୨୩।୬(ଡି.ଏନ୍.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି...
ଗଞ୍ଜାମରେ ଟିକାକରଣ ସ୍ବଭାବିକ
ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମେଗା କୋଭିଡ୍ ଟିକାକାରଣ ଶୁକ୍ରବାର ଠାରୁ ପୁଣି ସ୍ବଭାବିକ ହୋଇଛି। ଗୁରୁବାର ଜିଲାର ୧୦ବ୍ଲକରେ ଟିକା ଦେବା ବନ୍ଦ ଥିଲା। ତେବେ...
ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ
ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ...
ବର୍ଷକଠାରୁ ବଳିଗଲା ମାସକ ମୃତ୍ୟୁ
ଅନୁଗୋଳ ଅଫିସ, ୨ା୬ – କୋଭିଡ୍-୧୯ର ଦ୍ୱିତୀୟ ଲହର କେତେ ଭୟଙ୍କର ତାହାର ଚିତ୍ର ମିଳିଛି ଅନୁଗୋଳ ଜିଲାରୁ। ବର୍ଷକ ମଧ୍ୟରେ ଜିଲାରେ ଯେତିକି ସଂଖ୍ୟକ...


